ଲେଖକର ଅଭିଳାଷ

ଆମ ପତ୍ରିକାର ଚଳିତ ସଂଖ୍ୟାଟିର ସମ୍ପାଦନା କରିବାବେଳେ ଆମେ ଲେଖକୀୟ ଅଭିଳାଷର ଏଭଳି ଏକ ମହତ୍ତର ଦୃଷ୍ଟାନ୍ତ ଦେଖିବାକୁ ପାଇଲୁ। ପ୍ରସଙ୍ଗ ହେଉଛି, ଏହି ସଂଖ୍ୟାରେ ପ୍ରକାଶ ପାଇଥିବା ‘ହାମନେଟ୍ ଓ କାନ୍ଦମାଷ୍ଟ୍ରେ: ବହୁବର୍ଣ୍ଣା କାନ୍ଦ’ ଶୀର୍ଷକ ଗୋଟିଏ ପ୍ରବନ୍ଧ, ଯେଉଁଥିରେ ନିକଟରେ ମୁକ୍ତିଲାଭ କରିଥିବା ଏକ ଇଂରାଜୀ ଚଳଚ୍ଚିତ୍ର ସହିତ ସେହି ପାଖାପାଖି ସମୟରେ ଏକ ଚଳଚ୍ଚିତ୍ରର ରୂପ ପାଇଥିବା ଗୋଟିଏ ଓଡ଼ିଆ ନାଟକର ତୁଳନାତ୍ମକ ସମୀକ୍ଷା କରାଯାଇଛି। ଲେଖାଟିକୁ ପଢ଼ିବା ପରେ ଏଥିରେ କିଛି ଗୋଟିଏ ଅଭାବ ରହିଯାଇଥିବା ଭଳି ଆମର ମନେହେଲା। ଏହାକୁ ଆଉଥରେ ପଢ଼ି ଜାଣିପାରିଲୁ ସେହି ଅଭାବଟି କ’ଣ! ପ୍ରାବନ୍ଧିକ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଏହି ସମାଲୋଚନାମୂଳକ ପ୍ରବନ୍ଧଟିରେ ସେହି ଓଡ଼ିଆ ନାଟକ ବା ଚଳଚ୍ଚିତ୍ରର ଏକ ସୁଷମ ସମୀକ୍ଷା ତ କରିଥିଲେ, କିନ୍ତୁ ତାହାର ଲେଖକ କିଏ, ସେକଥା କେଉଁଠି ହେଲେ ଉଲ୍ଲେଖ କରିବାକୁ ଭୁଲିଯାଇଥିଲେ।
ଏଥିରେ ବିଶେଷ କିଛି ଅସ୍ୱାଭାବିକତା ନ ଥିଲା। ମାତ୍ର ଲେଖାଟିକୁ ଆମେ ଯେତେବେଳେ ସେହି ନିର୍ଦ୍ଦିଷ୍ଟ ଓଡ଼ିଆ ନାଟକର ଲେଖକଙ୍କ ପାଖକୁ ମତାମତ ପାଇଁ ପଠାଇଲୁ, ତାଙ୍କର ପ୍ରତିକ୍ରିୟାରେ ଥିଲା ଏକ ବିଚିତ୍ର ଅସ୍ୱାଭାବିକତା। ସ୍ୱଲିଖିତ ନାଟକର … >ଆଗକୁ ପଢନ୍ତୁ >