କେଉଁ ଓଡ଼ିଆ କବିତାଟି ମୋତେ ଭଲ ଲାଗେ, ଏବଂ କାହିଁକି?

ଏହି ଶୀର୍ଷକରେ ୨୦୨୧ ମସିହା ଫେବ୍ରୁଆରି ମାସରେ ଆମେ ଗୋଟିଏ ପ୍ରତିଯୋଗିତାର ଘୋଷଣା କରିଥିଲୁ। ନିଜ ମନ ପସନ୍ଦର ଯେକୌଣସି କବିତାଟିଏ ପଢ଼ି ତାହା ଉପରେ ନିଜର ପାଠକୀୟ ମତାମତ ଦେବାପାଇଁ ପ୍ରତିଯୋଗୀମାନଙ୍କୁ ନିବେଦନ କରାଯାଇଥିଲା ଏବଂ ଏଥିରେ ଭାଗନେବାପାଇଁ ପ୍ରତିଯୋଗୀଙ୍କ ବୟସ ସୀମା ରଖାଯାଇଥିଲା ୧୪ ରୁ ୨୮ ବର୍ଷ। ଏବର ଯୁବପାଠକଙ୍କ ମଧ୍ୟରେ ଓଡ଼ିଆ କବିତା ପଠନର ସ୍ପୃହାକୁ ଉତ୍ସାହିତ କରିବା ଥିଲା ଏହି ପ୍ରତିଯୋଗିତାଟିର ମୁଖ୍ୟ ଉଦ୍ଦେଶ୍ୟ।
ପବିତ୍ର ବିଷୁବ ସଂକ୍ରାନ୍ତି – ୨୦୨୧ ଅବସରରେ ଆମେ ଏହି ପ୍ରତିଯୋଗିତାଟିର ନିମ୍ନୋକ୍ତ ପରିଣାମ ଘୋଷଣା କରିଥିଲୁ।

ପ୍ରଥମ:- ବିଶ୍ବନାଥ ସାହୁ
ଦ୍ବିତୀୟ:- ଅମୃତେଶ ଖଟୁଆ
ତୃତୀୟ:- ଲିପ୍ସା ଭୁତିଆ

ଏହି ପ୍ରତିଯୋଗୀମାନଙ୍କୁ ପ୍ରଶଂସାପତ୍ର ସହ ଯଥାକ୍ରମେ ଟ.୫୦୦୦ ଟ.୩୦୦୦ ଏବଂ ଟ. ୧୦୦୦ ର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।
ଏହା ବ୍ୟତୀତ ନିମ୍ନୋକ୍ତ ଦଶଜଣ ପ୍ରତିଯୋଗୀଙ୍କୁ ଉତ୍ସାହବର୍ଦ୍ଧକ ପୁରସ୍କାର ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇ ସମସ୍ତଙ୍କୁ ପ୍ରଶଂସାପତ୍ର ସହ ଉପହାର ସ୍ବରୂପ ଓଡ଼ିଆ ପୁସ୍ତକର ଏକ ସେଟ୍ ମଧ୍ୟ ପଠାଯାଇଥିଲା।

ଅନନ୍ୟା ଅନିଶା ଦେବତା
ବିଶ୍ବଜିତ ସାହୁ
ଡ. ସୁଧନ୍ୟା ନାଥ
ପ୍ରତ୍ୟୁଷ ଭଂଜ
ବିଶ୍ବଜିତ ସ୍ବାଇଁ
ସିପୁ ବେହେରା
ସାଇସ୍ମିତା ଷଡ଼ଙ୍ଗୀ
ମନ୍ଦାକିନୀ ବାଇ
ମଧୁସ୍ମିତା ସ୍ବାଇଁ
ତ୍ରିଲୋଚନ କାର୍ଯୀ

ପ୍ରଥମ ପୁରସ୍କାର ପ୍ରାପ୍ତ ଶ୍ରୀ ବିଶ୍ୱନାଥ ସାହୁଙ୍କ ଲେଖାଟି ନିମ୍ନଲିଖିତ ଲିଂକ୍‌ରେ ଆପଣମାନେ ପଢ଼ିପାରିବେ।

ସମସ୍ତ ପ୍ରତିଯୋଗୀଙ୍କୁ ଧନ୍ୟବାଦ।
ଓଡ଼ିଆ ସାହିତ୍ୟର ଜୟଯାତ୍ରା ଅବ୍ୟାହତ ରହୁ।
ଜୟ ଜଗନ୍ନାଥ।

ବିନୀତ,
ସମ୍ପାଦକ
ସାହିତ୍ୟ ଚର୍ଚ୍ଚା