About Us

ଆମ ବିଷୟରେ କିଛି

ସାହିତ୍ୟ ଉପରେ ଆଧାରିତ ଏକ ଅନଲାଇନ୍ ପତ୍ରିକା ବା ଓ୍ବେବସାଇଟ୍ ପ୍ରକାଶ କରିବାର ପରିକଳ୍ପନା ପ୍ରଥମେ ଆମ ମନକୁ ଆସିଥିଲା ବହୁ ବର୍ଷ ପୂର୍ବେ ‘ସାହିତ୍ୟ ଚର୍ଚ୍ଚା’ ନାମକ ଏକ ହ୍ବାଟସଆପ୍ ଗ୍ରୁପ୍ ରେ ବିଭିନ୍ନ ଲେଖକୀୟ ଭାବ ବିନିମୟରୁ। ଏକଦା ସେଠାରେ ଲେଖକ ଓ ଲେଖିକାମାନେ ଏତେ ଉଚ୍ଚକୋଟୀର ଲେଖାମାନ ସ୍ଥାନୀତ କରିବାରେ ଲାଗିଲେ ଯେ ଆମର ମନେହେଲା, ସେସବୁ ହ୍ବାଟସଆପ୍ ଭଳି ଏକ ଅଳିକ ଦୁନିଆରେ ହଜିଯିବା ଉଚିତ ନୁହେଁ।

ଏହି ଅବଧାରଣାରୁ ହିଁ ଆମ ପତ୍ରିକାଟିର ସୃଷ୍ଟି। ପରବର୍ତ୍ତୀ ସମୟରେ ଏହା ମୁଦ୍ରିତ ରୂପରେ ମଧ୍ୟ ପ୍ରକାଶିତ ହେଲା। ବର୍ତ୍ତମାନ ପତ୍ରିକାଟି ଅନଲାଇନ୍, ଇ-ବୁକ୍, ଏବଂ ମୁଦ୍ରିତ ସଂସ୍କରଣ – ଏହି ତିନୋଟି ରୂପରେ ଏକ ସମୟରେ ପ୍ରକାଶିତ ହେଉଛି।

ପତ୍ରିକାଟିରେ ନିରନ୍ତର ଭାବରେ ନୂତନ ଓ ମୌଳିକ ରଚନାମାନ ପ୍ରକାଶ କରି ଏହାକୁ ଓଡ଼ିଆ ସାହିତ୍ୟର ଏକ ସାର୍ଥକ ମଂଚ ଭାବରେ ଗଢ଼ିତୋଳିବା ଆମର ପ୍ରଧାନ ଉଦ୍ଦେଶ୍ୟ।

ଲେଖାଟିଏ ପଢିବାପରେ ସେ ବିଷୟରେ ମତାମତ ଦୁଇପଦ ଲେଖିବାର ପ୍ରବଣତା ଆମ ଓଡ଼ିଆ ପାଠକଙ୍କ ମଧ୍ୟରେ ଖୁବ କମ୍ ଦେଖାଯାଏ। ଏହି ଧାରାକୁ ପ୍ରତିହତ କରି ଓଡ଼ିଆ ସାହିତ୍ୟ ପ୍ରତି ପାଠକୀୟ ପ୍ରତିକିୟାକୁ ଉତ୍ସାହିତ କରିବା ଆମର ଅନ୍ୟତମ ଲକ୍ଷ୍ୟ। ଏଣୁ ସୁଧୀ ପାଠକମାନଙ୍କୁ ବିନୀତ ଅନୁରୋଧ ଯେ ପ୍ରକାଶିତ ଲେଖାଗୁଡିକ ସଂପର୍କରେ ନିଜର ନିଃସଙ୍କୋଚ ମତାମତ ପ୍ରକାଶ କରି ଓଡ଼ିଆ ସାହିତ୍ୟର ସମୃଦ୍ଧିରେ ସହାୟକ ହୁଅନ୍ତୁ।

ଏହି ପତ୍ରିକାଟିକୁ ଆହୁରି ଉପଯୋଗୀ ଓ ଲୋକପ୍ରିୟ କରିବାପାଇଁ ଆପଣମାନଙ୍କ ମୂଲ୍ୟବାନ ପରାମର୍ଶର ଆମେ ସ୍ୱାଗତ କରୁଛୁ।

ବିନୀତ,
ନିହାର ଶତପଥୀ
ସଂପାଦକ

ଯୋଗାଯୋଗ:
ସାହିତ୍ୟ ଚର୍ଚ୍ଚା
୧୯, ଆର୍ଯ୍ୟ ଭିଲେଜ୍
ଡୁମୁଡୁମା, ଫେଜ୍-୪
ଭୁବନେଶ୍ୱର – ୭୫୧୦୧୯

Sahitya Charcha
19, Arya Village
Dumduma, Phase-4
Bhubaneswar -751019

କାର୍ଯ୍ୟାଳୟ ଟେଲିଫୋନ – ୦୬୭୪-୩୫୫୨୯୪୭

ଇ-ମେଲ୍: info@sahityacharcha.com