ପୁସ୍ତକ ସମ୍ପାଦନା କାହିଁକି

ଆମେ ଏଠାରେ ପ୍ରୁଫ୍ ସଂଶୋଧନର କଥା କହୁନାହୁଁ; କାରଣ ପ୍ରୁଫ୍ ସଂଶୋଧନ ଓ ସମ୍ପାଦନା ଦୁଇଟି ଭିନ୍ନ କାର୍ଯ୍ୟ। ଅବଶ୍ୟ ପ୍ରୁଫ୍-ସଂଶୋଧନ ସ୍ଥଳ ବିଶେଷରେ ସମ୍ପାଦନାର ଏକ ଅଙ୍ଗ ମଧ୍ୟ ହୋଇପାରେ, ଅର୍ଥାତ୍ ଜଣେ ପୁସ୍ତକ-ସମ୍ପାଦକ ନିଜ ସମ୍ପାଦନା କାର୍ଯ୍ୟର ଅଂଶ ସ୍ବରୂପ ପ୍ରୁଫ୍ ସଂଶୋଧନର ଦାୟିତ୍ବ ମଧ୍ୟ ବହନ କରିପାରନ୍ତି।
କିନ୍ତୁ ଆମ ଭାଷାରେ ପ୍ରକାଶିତ ଅନେକ ବହିର ତ ପ୍ରୁଫ୍ ସଂଶୋଧନ ହିଁ ହୁଏନାହିଁ; ଏବଂ ଏମିତି ବି ଦେଖାଯାଏ ଯେ କେବେ କେବେ ସଂପୃକ୍ତ ବହିର ଲେଖକ ଜଣକ ନିଜେ ହିଁ ନିଜ ବହିର ପ୍ରୁଫ୍-ରିଡର୍ ଭୂମିକାରେ ଅବତୀର୍ଣ୍ଣ ହୋଇ ତାହାର ସଂଶୋଧନ କରିଦିଅନ୍ତି। ଏହା ପଛରେ ହୁଏତ ଥାଏ ଲେଖକୀୟ ଅହଂ, ଅର୍ଥାତ୍, “ମୋ’ର ଲେଖାରେ ଆଉ ଜଣେ କେମିତି ବା ଭୁଲ୍ ଖୋଜିପାରିବ?” ଭଳି ଚିନ୍ତନ। ଏହାର ଅନ୍ୟ ଏକ ଦିଗ ହେଲା, “ଆପେ ରୁଚି ଭୋଜନ, ପର ରୁଚି ବସନ” – ଅଧିକାଂଶ ଲେଖକ ନିଜର ରଚନାକୁ ଏହି ଲୋକୋକ୍ତିରେ ଥିବା ଭୋଜନ ସହିତ ତୁଳନା କରିନିଅନ୍ତି; ପର ରୁଚି (ଅର୍ଥାତ୍ ପାଠକମାନଙ୍କ ପାଇଁ ଉଦ୍ଦିଷ୍ଟ) ବସନ ସହିତ ନୁହଁ। ତେଣୁ ସେମାନେ ନିଜର ରଚନାକୁ ନିଜର ରୁଚି ମୁତାବକ ହିଁ ସଜାଡନ୍ତି; ଏବଂ ତାହାକୁ ଜଣେ ସମ୍ପାଦକଙ୍କ ନୀତି ଅନୁସାରେ ବଦଳାଇବାକୁ ପ୍ରସ୍ତୁତ ହୁଅନ୍ତି ନାହିଁ।
ଆମ ରାଜ୍ୟରେ କିଛି ସଂଖ୍ୟକ ଦକ୍ଷ ପ୍ରୁଫ୍-ରିଡର୍ ଅଛନ୍ତି; କିନ୍ତୁ ବୃତ୍ତିଗତ ପୁସ୍ତକ-ସଂପାଦକ ଜଣେ ବି ନାହାନ୍ତି; କାରଣ ଆମର ପ୍ରକାଶନ ଶିଳ୍ପରେ ସେମାନଙ୍କର ଲୋଡ଼ାପଡ଼େ ନାହିଁ। ଭୁବନେଶ୍ବରରେ ଅବସ୍ଥାନ କରୁଥିବା ଇଂରାଜୀ ଭାଷାର ବର୍ଷୀୟାନ ତଥା ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ପୁସ୍ତକ-ସମ୍ପାଦକ ଜୀବନ ନାୟାରଙ୍କ ସହିତ ଏ ବିଷୟରେ… >ଆଗକୁ ପଢନ୍ତୁ >