କାର୍ଟୁନ୍ ଶିଳ୍ପୀଙ୍କ ଦୃଷ୍ଟିରେ ଆମ ସାହିତ୍ୟ

Updated on 28 June 2024

ଆଧୁନିକ ଯୁଗର ଗୀତିକାରମାନେ ଓଡ଼ିଆ ଭଜନ ଲେଖିବା ବେଳେ ଜଗନ୍ନାଥଙ୍କୁ ଯେଉଁଭଳି ଭାବରେ ସମ୍ବୋଧନ କରୁଛନ୍ତି, ତାହା ଶୁଣିଲେ ବିବ୍ରତ ହେବାକୁ ହୁଏ। ଏହାରି ଉପରେ ଆଧାରିତ ଜୁଲାଇ ମାସର ବ୍ୟଙ୍ଗଚିତ୍ର।

ଆଜିକାଲି ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଉଥିବା ପୁସ୍ତକ ସମୀକ୍ଷାମାନ କେତେ ନିରପେକ୍ଷ? ଏହାରି ଉପରେ କଟାକ୍ଷ କରିଛି ‘ସାହିତ୍ୟ ଚର୍ଚ୍ଚା’ର ଜୁନ୍, ୨୦୨୪ ସଂଖ୍ୟାରେ ପ୍ରକାଶ ପାଇଛି ଏହି କାର୍ଟୁନ ଚିତ୍ର।

ଆଜିକାଲି କେତେକ କବି ପଦ୍ୟାକାରରେ ଯେଉଁସବୁ କବିତା ଲେଖନ୍ତି, ତାହା ଭିତରେ ପ୍ରକୃତରେ କବିତା ବୋଲି କିଛି ଥାଏ କି? ଏହାରି ଉପରେ ଆଧାରିତ ମେ, ୨୦୨୪ ମାସର କାର୍ଟୁନ ଚିତ୍ର।

ଏବେ ଆମର ସାହିତ୍ୟ ବିଭିନ୍ନ ବାଦ ବା ‘ଇଜିମ୍’ମାନଙ୍କ ମଧ୍ୟରେ ରଣକ୍ଷେତ୍ର ପାଲଟିଛି। ଏହାରି ଉପରେ ଆଧାରିତ ଏପ୍ରିଲ, ୨୦୨୪ ମାସର କାର୍ଟୁନ ଚିତ୍ର।

ଆଜିକାଲି କବିତା ପାଠୋତ୍ସବଗୁଡ଼ିକରେ ଆମ ଓଡ଼ିଆ କବିମାନେ ଅତ୍ୟନ୍ତ ନିଷ୍ପ୍ରାଣ ଭାବରେ ନିଜର କବିତା ପାଠ କରନ୍ତି। ଏହାରି ଉପରେ କଟାକ୍ଷ କରାଯାଇଛି ‘ସାହିତ୍ୟ ଚର୍ଚ୍ଚା’ର ମାର୍ଚ୍ଚ,୨୦୨୪ ସଂଖ୍ୟାରେ ପ୍ରକାଶିତ ଏହି ବ୍ୟଙ୍ଗଚିତ୍ରଟିରେ।

ଆଜିକାଲି ସାହିତ୍ୟସେବା କହିଲେ କେବଳ ମଂଚ ଉପରର ଭାଷଣକୁ ବୁଝାଏ। ଏହି ପ୍ରସଙ୍ଗରେ ‘ସାହିତ୍ୟ ଚର୍ଚ୍ଚା’ର ଫେବ୍ରୁଆରି, ୨୦୨୪ ସଂଖ୍ୟାରେ ପ୍ରକାଶିତ ହୋଇଛି ଏହି ବ୍ୟଙ୍ଗଚିତ୍ର।

ପ୍ରାଚୀନ ସାହିତ୍ୟ ପ୍ରତି ଲୋକମାନଙ୍କର ମନରେ ଥିବା ଚିରାଚରିତ ଧାରଣାଗୁଡ଼ିକୁ ବଦଳାଇବା ପାଇଁ ଉଦ୍ଦେଶ୍ୟ ମୂଳକ ଭାବରେ ଚେଷ୍ଟା ଚାଲିଛି କି? ଏହି ପ୍ରସଙ୍ଗରେ ‘ସାହିତ୍ୟ ଚର୍ଚ୍ଚା ପତ୍ରିକାର ଜାନୁଆରୀ ୨୦୨୪, ସଂଖ୍ୟାରେ ପ୍ରକାଶିତ ବ୍ୟଙ୍ଗଚିତ୍ର।

କେତେକ ଉଚ୍ଚ ଶିକ୍ଷାନୁଷ୍ଠାନର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗମାନଙ୍କରେ ଚାଲିଥିବା ଗବେଷଣାର ଦୁଃସ୍ଥିତି ଦର୍ଶାଏ, ‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଡିସେମ୍ବର, ୨୦୨୩ ସଂଖ୍ୟାରେ ପ୍ରକାଶିତ ଏହି ବ୍ୟଙ୍ଗଚିତ୍ର।

ଲେଖା ନୁହେଁ, ଲେଖକମାନଙ୍କର ପଦପଦବୀ ଓ ବେଶ ପୋଷାକର ଆଧାରରେ ନିର୍ଣ୍ଣୟ ହୁଏ କି ଆଜି ଆମ ସାହିତ୍ୟର ମାନ? ଏହି ମର୍ମରେ ‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ନଭେମ୍ବର, ୨୦୨୩ ସଂଖ୍ୟାରେ ପ୍ରକାଶିତ ବ୍ୟଙ୍ଗଚିତ୍ର।

ଅସିଠାରୁ ମସିର ବଳ ଅତି ଅଧିକ। ଦେବୀ ଦୁର୍ଗା ନିଜର ବର୍ଛାରେ ଯାହାକୁ ପରାସ୍ତ ନ କରିପାରନ୍ତି, ତାହାକୁ ସରସ୍ଵତୀଙ୍କର କଲମ ନିମିଷକରେ ସଂହାର କରିଦେଇପାରେ। ଏହି ମର୍ମରେ ‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅକ୍ଟୋବର, ୨୦୨୩ ସଂଖ୍ୟାରେ ପ୍ରକାଶିତ ବ୍ୟଙ୍ଗଚିତ୍ର।

ଫେସବୁକ୍ ରେ ପୋଷ୍ଟ ହେଉଥିବା କବିତାମାନଙ୍କ ଉପରେ କବିମାନେ ଯେଉଁ ଅଜସ୍ର ‘ଲାଇକ୍’ ଓ ‘କମେଣ୍ଟ’ ପାଆନ୍ତି, ତାହାର କୌଣସି ପ୍ରକୃତ ମୂଲ୍ୟ ଥାଏ କି? ଏହି ମର୍ମରେ ‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ସେପ୍ଟେମ୍ବର, ୨୦୨୩ ସଂଖ୍ୟାରେ ପ୍ରକାଶିତ ବ୍ୟଙ୍ଗଚିତ୍ର।

“ମୋ’ର ସାହିତ୍ୟ ଲୋକେ କିଣି ପଢ଼ିବାକୁ ଆଗ୍ରହ ଦେଖାଉନାହାନ୍ତି, ମୋତେ ତେବେ ପୁରସ୍କୃତ କରୁଛ କାହିଁକି?” ଏହା କହି ସାହିତ୍ୟ ଏକାଡେମୀର ପୁରସ୍କାର ନେବାକୁ ମନା କରିଦେଇଥିଲେ ଗୁଜରାଟର ଜଣେ ଯୁବସାହିତ୍ୟିକ। ଏହି ମର୍ମରେ ‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅଗଷ୍ଟ, ୨୦୨୩ ସଂଖ୍ୟାରେ ପ୍ରକାଶିତ ବ୍ୟଙ୍ଗଚିତ୍ର।

ଆମ ଓଡ଼ିଆ ଭାଷାର ପାରମ୍ପରିକ ଚଉପଦୀ ଓ ଚମ୍ପୂ ଆଦିର ଶୈଳୀ ବିଦେଶୀ ଭାଷାର ସନେଟ୍ ଓ ଲିମେରିକ୍ ଠାରୁ କେଉଁ ଗୁଣରେ କମ୍ କି? ଏହି ମର୍ମରେ ‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁଲାଇ, ୨୦୨୩ ସଂଖ୍ୟାରେ ପ୍ରକାଶିତ ବ୍ୟଙ୍ଗଚିତ୍ର।

ଓଡ଼ିଶା ସରକାର ନିଜର ବିଜ୍ଞାପନମାନଙ୍କରେ ଓଡ଼ିଶାକୁ Juggernaut ଧାମ ଭାବରେ ଚିତ୍ରଣ କରିଆସୁଛନ୍ତି, Jagannath ଧାମ ନୁହେଁ। ଏହି ମର୍ମରେ ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁନ୍, ୨୦୨୩ ସଂଖ୍ୟାରେ ପ୍ରକାଶିତ ବ୍ୟଙ୍ଗଚିତ୍ର।

ଆଜିକାଲି ବହୁ ଜାକଜମକରେ ଆୟୋଜିତ ହେଉଥିବା ପୁସ୍ତକ ଉନ୍ମୋଚନ ସଭାମାନଙ୍କରେ ଉନ୍ମୋଚିତ ହେଉଥିବା ପୁସ୍ତକଟିକୁ କେହି ଆଡ଼ ଆଖିରେ ଅନାନ୍ତି କି? ଏହି ମର୍ମରେ ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମଇ, ୨୦୨୩ ସଂଖ୍ୟାରେ ପ୍ରକାଶିତ ବ୍ୟଙ୍ଗଚିତ୍ର।

ଏବେ ଯୁବପିଢି ଫେସବୁକ୍ ଓ ହ୍ବାଟସଆପ୍ ଭଳି ସୋସିଆଲ ମିଡ଼ିଆରେ ଏକ ସମାନ୍ତରାଳ ସାହିତ୍ୟ ସୃଷ୍ଟି କରିଚାଲିଛନ୍ତି, ଯାହା ଉପରେ କାହାରି ନଜର ନାହିଁ। ଏହାରି ଉପରେ ‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଏପ୍ରିଲ ୨୦୨୩ ସଂଖ୍ୟାରେ ପ୍ରକାଶିତ ବ୍ୟଙ୍ଗଚିତ୍ର।

ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ବାରା ସମ୍ବର୍ଦ୍ଧିତ ହେବାପାଇଁ ଇଚ୍ଛୁକ ଲେଖକମାନେ ଏଥିପାଇଁ ସ୍ବୟଂ ଦରଖାସ୍ତ ଦାଖଲ କରିବାର ବ୍ୟବସ୍ଥା ଅଛି। ଏହି ମର୍ମରେ ‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମାର୍ଚ୍ଚ ୨୦୨୩ ସଂଖ୍ୟାରେ ପ୍ରକାଶିତ ବ୍ୟଙ୍ଗଚିତ୍ର।

ଆମେ ଏବେ ବି ଯଦି କବିବର ରାଧାନାଥ ରାୟଙ୍କୁ ଆଧୁନିକ କବି ଭାବରେ ଗଣିବା, ତେବେ ବର୍ତ୍ତମାନର ଯୁବକବିମାନଙ୍କୁ ଆଉ କ’ଣ କୁହାଯିବ? ଏହି ମର୍ମରେ ‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଫେବୃଆରି ୨୦୨୩ ସଂଖ୍ୟାରେ ପ୍ରକାଶିତ ବ୍ୟଙ୍ଗଚିତ୍ର।

ସେଇ କଥା, ସେଇକଥାକୁ ଚର୍ବିତ ଚର୍ବଣ କରି ପରିବେଷଣ କରୁଛନ୍ତି ଆଜିକାଲିର ଅନେକ ଓଡ଼ିଆ ଲେଖକ। ଏହି ମର୍ମରେ ‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜାନୁଆରୀ, ୨୦୨୩ ସଂଖ୍ୟାରେ ପ୍ରକାଶିତ ବ୍ୟଙ୍ଗଚିତ୍ର।

ଆଜିକାଲି ପ୍ରକାଶକମାନେ ବହିଟିଏ ପ୍ରକାଶ କରିବା ପୂର୍ବରୁ ତାହାର ମାନ ପ୍ରତି ଧ୍ୟାନ ଦେଉନାହାନ୍ତି। ଏହି ମର୍ମରେ ‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଡିସେମ୍ବର, ୨୦୨୩ ସଂଖ୍ୟାରେ ପ୍ରକାଶିତ ବ୍ୟଙ୍ଗଚିତ୍ର।

ଆଜିର କବିମାନେ କ’ଣ କେବଳ ନିଜ ପାଇଁ ହିଁ କବିତା ଲେଖନ୍ତି? ଏହି ମର୍ମରେ ‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ନଭେମ୍ବର, ୨୦୨୨ ସଂଖ୍ୟାରେ ପ୍ରକାଶିତ ବ୍ୟଙ୍ଗଚିତ୍ର।

ସାହିତ୍ୟିକମାନେ ନିଜ ଭିତରର ଏହି ଷଡ଼ରିପୁଙ୍କୁ ଦମନ କରିପାରିଲେ ହିଁ କାଳଜୟୀ ସାହିତ୍ୟ ସୃଷ୍ଟି କରିବାକୁ ସମର୍ଥ ହେବେ। ଏହି ମର୍ମରେ ‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅକ୍ଟୋବର, ୨୦୨୨ ସଂଖ୍ୟାରେ ପ୍ରକାଶିତ ବ୍ୟଙ୍ଗଚିତ୍ର।

ଓଡ଼ିଆ ସାହିତ୍ୟ ଏବେ ଡିଜିଟାଲ ମିଡ଼ିଆକୁ ଆପଣେଇବାର ସମୟ ଆସି ଯାଇଛି କି? ଏହି ପ୍ରଶ୍ନଟି ଉପରେ ଆଧାରିତ ଆମ କାର୍ଟୁନିଷ୍ଟଙ୍କ ଦ୍ଵାରା ଅଙ୍କିତ ଏଥରର ବ୍ୟଙ୍ଗ ଚିତ୍ର।

ଲେଖାଟିଏର ବିଚାର କରିବା ବେଳେ ଆମେ ଲେଖକଙ୍କ ବ୍ୟକ୍ତିତ୍ବ ବା ପଦପଦବୀର ଆଧାରରେ ତାହାର ସ୍ତର ନିର୍ଦ୍ଧାରିତ କରିପକାଉ, ଯାହା ନିତାନ୍ତ ଅଯୌକ୍ତିକ। ଏହାରି ଉପରେ ଏ ମାସର ଚିତ୍ର।

ଓଡ଼ିଆ ସାହିତ୍ୟର ନିଷ୍ଠାପର ସେବା ହିଁ ପ୍ରକାରାନ୍ତରେ ଶ୍ରୀ ଜଗନ୍ନାଥଙ୍କ ସେବା। ଏହି ମର୍ମରେ ଏଥରର ଏହି ବ୍ୟଙ୍ଗ ଚିତ୍ର।

ଏକ ସାହିତ୍ୟିକ ରଚନାର ଅନ୍ତରାଳରେ ଲେଖକର ଗଭୀର ଅଧ୍ୟବସାୟ ନିହିତ ଥାଏ। ଏହା ଉପରେ ଆଧାରିତ ଏଥରର କାର୍ଟୁନ୍।

ଆଜିର ବ୍ୟଙ୍ଗକୁ ଶାଳୀନତାର ସୀମା ଭିତରେ ରଖିବାର ଅନେକ ଆବଶ୍ୟକତା ଅଛି। ଏହାରି ଉପରେ ଚିତ୍ରଟି ଆଙ୍କିଛନ୍ତି ଆମର ବ୍ୟଙ୍ଗ ଶିଳ୍ପୀ।

ଆଜିକାଲି କବିତା ଆସରମାନଙ୍କରେ ଅଧିକାଂଶ କବି ଯେଭଳି ନିରସ ଢଙ୍ଗରେ ନିଜର କବିତାମାନ ପାଠ କରନ୍ତି ତାହା ଶ୍ରୋତାମାନଙ୍କ ପାଇଁ ବିରକ୍ତିକର ମନେହୁଏ। ଏହାରି ଉପରେ ଏଥରର ବ୍ୟଙ୍ଗ ଚିତ୍ର।

ଏବେ ଅଧିକାଂଶ କବି ଓ ଲେଖକ କେବଳ କଳ୍ପନା ପ୍ରସୂତ ସାହିତ୍ୟ ରଚନାରେ ହିଁ ପ୍ରବୃତ୍ତ। ଜ୍ଞାନ ଓ ଅନୁଭୂତି ଜଡ଼ିତ ରଚନା ପାଇଁ ବିଶେଷ ରୁଚି ନାହିଁ। ଏହାରି ଉପରେ ଆଧାରିତ ଏ ମାସର ବ୍ୟଙ୍ଗଚିତ୍ର।

ଏବେ ଆମ ଭାଷାରେ ‘ଇମୋଜୀ’ର ଅନୁପ୍ରବେଶ ଏକ ସମସ୍ୟା ସୃଷ୍ଟି କରିଛି। ଏହାରି ଉପରେ ବ୍ୟଙ୍ଗ କରିଛନ୍ତି ଆମ କାର୍ଟୁନ୍ ଶିଳ୍ପୀ।

ଆଜିକାଲି ସାହିତ୍ୟରେ ରୁଚି ରଖୁଛନ୍ତି ପ୍ରାୟତଃ ‘ଧଳା ମୁଣ୍ଡିଆ’ ଅର୍ଥାତ ବୟୋଜ୍ୟେଷ୍ଠ ବର୍ଗ। ‘କଳା ମୁଣ୍ଡିଆ’ ବା ନବ୍ୟ ଓ ଯୁବ ଲେଖକମାନେ ଆମ ସାହିତ୍ୟର ମଙ୍ଗ ଧରିବେ କେବେ? ଏହାକୁ କେନ୍ଦ୍ର କରି ଏଥରର ବ୍ୟଙ୍ଗ ଚିତ୍ର।

ଆଜିର ଅଧିକାଂଶ ‘ଶିଶୁ ସାହିତ୍ୟ’ ଶିଶୁ ନୁହେଁ , ବରଂ ବଡମାନଙ୍କ ପଠନ ଉପଯୋଗୀ ହୋଇଥିବାର ଦେଖିବାକୁ ମିଳୁଛି। ଏହି ପ୍ରସଙ୍ଗରେ ଏଥରର ବ୍ୟଙ୍ଗ ଚିତ୍ର।

ଆମ ସାହିତ୍ୟରେ ସମାଲୋଚନା ସାହିତ୍ୟର ଦୁରବସ୍ଥା ଚିତ୍ରଣ କରିଛନ୍ତି କାର୍ଟୁନ ଶିଳ୍ପୀ ଅମର ସ୍ୱାଇଁ।

ଲେଖକ, ପ୍ରକାଶକ ଓ ପାଠକଙ୍କୁ ନେଇ ଗଠିତ ସାହିତ୍ୟ ତ୍ରିଭୁଜଟିକୁ ଯେଭଳି ଦେଖନ୍ତି ଆମର ବ୍ୟଙ୍ଗ ଶିଳ୍ପୀ।

ଏହିଭଳି ନିଷ୍ଠାପର ପାଠକମାନେ ହିଁ ଓଡ଼ିଆ ଭାଷା ଓ ସାହିତ୍ୟର ସଜାଗ ପ୍ରହରୀ। ଏହି ବିଷୟଟି ଉପରେ ଆମ କାର୍ଟୁନ ଶିଳ୍ପୀ ପ୍ରସ୍ତୁତ କରିଛନ୍ତି ଏ ମାସର ଚିତ୍ର ।

କବିତା ପାଇଁ କିଛି ସ୍ଥାନ-କାଳ-ପାତ୍ର ଥାଏ କି? ଏହି ପ୍ରସଙ୍ଗ ଉପରେ ପ୍ରସ୍ତୁତ ଆମର ଏ ମାସର ବ୍ୟଙ୍ଗ ଚିତ୍ର।

କେହି କେହି ଲେଖକ ପୁରସ୍କାରଟିଏ ହାସଲ ପାଇଁ ଯେ କୌଣସି ସୀମାକୁ ବି ଯିବା ପାଇଁ ପ୍ରସ୍ତୁତ। ଏହାରି ଉପରେ ଏକ ତୀର୍ଯ୍ୟକ ବ୍ୟଙ୍ଗ ପ୍ରସ୍ତୁତ କରିଛନ୍ତି କାର୍ଟୁନ ଶିଳ୍ପୀ ଅମର ସ୍ୱାଇଁ।

ସାହିତ୍ୟ ଧର୍ମୀ ରଚନାଟିଏ ପଢିବାବେଳେ ସମ୍ପୃକ୍ତ ଲେଖକଙ୍କର ଯେଉଁ ବ୍ୟକ୍ତିତ୍ବଟି ପାଠକ ସାମନାରେ ଝଲକୁଥାଏ ବାସ୍ତବ ଜୀବନରେ ସେ ସେଇଆ ହୋଇଥାନ୍ତି କି? ଏହି ପ୍ରଶ୍ନଟି ଉପରେ ଏଥରର ବ୍ୟଙ୍ଗ ଚିତ୍ର।

ପାଠକୀୟ ଶ୍ରଦ୍ଧା, ଅର୍ଥାତ୍ ‘ତାଳି’କୁ ଆଧାର କରି ଆଜିକାଲି ସାହିତ୍ୟ-ସ୍ରଷ୍ଟାମାନଙ୍କ ସମାଦର ହୁଏକି? ଏହି ପ୍ରଶ୍ନକୁ ଆଧାର କରି ଏଥର ବିଶିଷ୍ଟ କାର୍ଟୁନିଷ୍ଟ୍ ଶ୍ରୀ ବିମ୍ବାଧର ମିଶ୍ରଙ୍କ ବ୍ୟଙ୍ଗ ଚିତ୍ର।

ନିଜସ୍ଵ ପୁସ୍ତକର ପ୍ରକାଶନ ପାଇଁ ସଙ୍କଟରେ ପଡିଥିବା ଜଣେ ଲେଖକର ଦଶା ରୂପାୟିତ କରିଛନ୍ତି କାର୍ଟୁନିଷ୍ଟ ଶ୍ରୀ ବିମ୍ବାଧର ମିଶ୍ର।

ଆଜିକାଲି ସାହିତ୍ୟ ଲେଖାଯାଏ ପାଠକଙ୍କ ପାଇଁ, ନା ପୁରସ୍କାର ପାଇଁ? ଶ୍ରୀ ବିମ୍ବାଧର ମିଶ୍ର ଏହି ପ୍ରଶ୍ନ ଟି ଉପରେ ଆଲୋକପାତ କରିଛନ୍ତି ନିଜର ଏହି ବ୍ୟଙ୍ଗ ଚିତ୍ର ଟି ମାଧ୍ୟମରେ।

ବିଶିଷ୍ଟ କାର୍ଟୁନିଷ୍ଟ୍ ଶ୍ରୀ ବିମ୍ବାଧର ମିଶ୍ରଙ୍କ ଦ୍ଵାରା ଅଙ୍କିତ ଅନ୍ୟତମ ବ୍ୟଙ୍ଗ ଚିତ୍ର। ଆଶା କରୁ, ଏ ଯୁଗର ସାହିତ୍ୟିକଙ୍କର ଆତ୍ମାନୁଶୀଳନ ପାଇଁ ଏଇଟି ସହାୟକ ହେବ।

ଆଜିର ଲେଖକମାନେ ପ୍ରାୟତଃ ଅନ୍ୟ ସାହିତ୍ୟିକମାନଙ୍କ ଲେଖାମାନ ପଢିବାରେ ରୁଚି ନିଅନ୍ତି ନାହିଁ। ଏଭଳି ଏକ ମତିଗତି ଉପରେ ତୀର୍ଯ୍ୟକ ବ୍ୟଙ୍ଗ କରିଛନ୍ତି ବିଶିଷ୍ଟ କାର୍ଟୁନ ଶିଳ୍ପୀ ଶ୍ରୀ ବିମ୍ବାଧର ମିଶ୍ର।

ଆଜିକାଲି ଆମ ଲେଖାମାନଙ୍କରେ “ଇମୋଜି” ର ବହୁଳ ବ୍ୟବହାର ଆଗାମୀ ଦିନରେ ଆମର ଭାଷା ଓ ସାହିତ୍ୟକୁ ସଙ୍କଟାପନ୍ନ କରିଦେବ କି? ଏହି ପ୍ରଶ୍ନଟି ଉପରେ ଦୃଷ୍ଟି ନିକ୍ଷେପ କରିଛନ୍ତି ବିଶିଷ୍ଟ କାର୍ଟୁନ ଶିଳ୍ପୀ ଶ୍ରୀ ବିମ୍ବାଧର ମିଶ୍ର।

10 thoughts on “କାର୍ଟୁନ୍ ଶିଳ୍ପୀଙ୍କ ଦୃଷ୍ଟିରେ ଆମ ସାହିତ୍ୟ

  1. ଅତି ସୁନ୍ଦର ଚିତ୍ର ସବୁ। ବ୍ୟଙ୍ଗ ମାଧ୍ୟମରେ ବର୍ତ୍ତମାନ ସାହିତ୍ୟକୁ ବେଇ ଅତି ତୀକ୍ଷଣ ଦୃଷ୍ଟି ଓ ପ୍ରକାଶ। ଶୁଭକାମନା ଓ ଅଭିନନ୍ଦନ ଏପରି କୃତି ପାଇଁ।

  2. ବିମ୍ବାଧର ବାବୁ ରଙ୍ଗ କୁ ଗୋଳାଇ
    ତୁଳିରେ ଲଗାଇ
    ଢାଳି ଦେଲେ କାଗଜରେ
    ଚିତ୍ରଟିଏ ହୋଇ ଝଲସି ଉଠିଲା
    କିଏ ସେ ବୁଝିଲା
    ସବୁ ବୁଝି କିଏ ଅବୁଝା ରହିଲା
    ସମୟ ହିଁ କହିପାରେ ।

  3. ସାମ୍ପ୍ରତିକ ପରିଦୃଶ୍ୟ କେଇଟି ଚିତ୍ରରେ । ଚମତ୍କାର !

  4. ସାହିତ୍ୟ ଧୀରେ ଧୀରେ ସ୍ମାର୍ଟଫୋନକୁ ଓହ୍ଲେଇ ଆସିଲା ପରେ କେବଳ ପ୍ରତିକ୍ରିୟା ପାଇଁ ସ୍ପର୍ଶ ପଟଳ ଉପରକୁ ଆଙ୍ଗୁଳି ଯାଉନି । ତାଳି ଆଉ ଗାଳିରେ ପଇସା ଲାଗେନା କିନ୍ତୁ ମାଂସ ପେଶୀ ଉପରେ ଜୋର ଦେବାକୁ ପଡେ। କିନ୍ତୁ ଛୁଇଁବାରେ କେତେ ଶକ୍ତି ଅପଚୟ ହେବ ? ମୁଁ ତ ସେ ପଚା ଅଣ୍ଡା ଆଉ ସଢା ଟମାଟୋ ଯୁଗକୁ ସମ୍ମାନ କରିବି, ଯେଉଁଠି ଦର୍ଶକ ଆଉ ଶ୍ରୋତା ପ୍ରତିକ୍ରିୟା ବ୍ୟକ୍ତ କରିବା ପାଇଁ ପଇସା ଆଉ ମାଂସପେଶୀ ଉଭୟ ବ୍ୟବହାର କରୁଥିଲେ ।

  5. ଏକ ନୂତନ ସ୍ୱାଦର ପରିବେଷଣ ପାଇଁ ଲେଖକ ଓ ୱେବସାଇଟ୍‌ର ପରିଚାଳକଙ୍କୁ ଧନ୍ୟବାଦ।

  6. ଚମତ୍କାର। ସାମ୍ପ୍ରତିକ ବିଷୟ ବସ୍ତୁ ଉପରେ ସୁନ୍ଦର ବ୍ୟଙ୍ଗାତ୍ମକ ଚିତ୍ର। ସତରେ ଲେଖକ ମାନଙ୍କ ପାଖରେ ଅନ୍ୟ ମାନଙ୍କ ଲେଖା ପଢିବାକୁ ସମୟ ନାହିଁ।
    ଧନ୍ୟବାଦ।

  7. କମଳାକାନ୍ତ ବାବୁ ଓ‌ ଅଜୟବାବୁଙ୍କ ଛବିଗୁଡ଼ିକ ବେଶ ଭଲ ଦେଖାଯାଉଛି।ବିଷୟ ଚୟନ ମଧ୍ୟ ଚମତ୍କାର।

Leave a Reply

Your email address will not be published. Required fields are marked *