କବିତାର ମର୍ମ

ଆମ ପତ୍ରିକାରେ ପ୍ରକାଶିତ ଜଣେ ବିଶିଷ୍ଟ କବିଙ୍କ କବିତାର ଗୋଟିଏ ଧାଡ଼ିର ଅର୍ଥ, ପତ୍ରିକାର ସମ୍ପାଦକ କିମ୍ବା କବିତାଟିର ସ୍ରଷ୍ଟା ସ୍ୱୟଂ ବୁଝାଇଦିଅନ୍ତୁ ବୋଲି ଥରେ ଜଣେ ବୟୋଜ୍ୟେଷ୍ଠ ପାଠକ ଅଡ଼ିବସିଲେ। କିନ୍ତୁ ଆମେ ଓ ସଂପୃକ୍ତ କବି ଜଣକ ତାଙ୍କ ଆଗରେ କବିତାଟିର ଯେତେ ରକମ ବ୍ୟାଖ୍ୟା ରଖିଲେ ସୁଦ୍ଧା ତାହା ତାଙ୍କର ମନକୁ ଗଲାନାହିଁ। ଏହା ଆମର ସ୍ମରଣକୁ ଆଣିଲା, ପ୍ରାୟ ଛଅ ଦଶକ ତଳେ ଇଂରାଜୀ ସାହିତ୍ୟରେ ମୁଣ୍ଡ ଟେକିଥିବା ‘ରିଡର ରେସପନ୍ସ୍ ଥିଓରୀ’ ବା ‘ପାଠକ-ପ୍ରତିକ୍ରିୟା ତତ୍ତ୍ୱ’ ନାମକ ଗୋଟିଏ ବିଚାରଧାରା, ଯେଉଁଥିରେ ଜଣେ କବି କ’ଣ ଭାବି କବିତାଟିଏ ଲେଖିଛନ୍ତି, ତାହା ଅପେକ୍ଷା ପାଠକ କ’ଣ ବୋଲି ଭାବି ସେଇଟି ପଢ଼ୁଛନ୍ତି, ତାହାକୁ ଅଧିକ ଗୁରୁତ୍ୱ ଦିଆଯାଉଥିଲା।
ଏହି ପ୍ରସଙ୍ଗଟିକୁ ସ୍ପଷ୍ଟ କରିବା ପାଇଁ ଉପେନ୍ଦ୍ର ଭଞ୍ଜଙ୍କ ‘ବୈଦେହୀଶ ବିଳାସ’ର ପ୍ରଥମ ପଂକ୍ତିଟିର ହିଁ ଉଦାହରଣ ନିଆଯାଉ। କବିସମ୍ରାଟ ଲେଖିଛନ୍ତି, ‘ବନ୍ଦଇ ଦୀନବାନ୍ଧବ ହରି’। କାବ୍ୟଟିର କେତୋଟି ସଂସ୍କରଣରେ ଏହି ‘ଦୀନ’ ଶବ୍ଦଟି ‘ଦିନ’ ଭାବରେ ମଧ୍ୟ ମୁଦ୍ରଣ କରାଯାଇଛି। ଏ ଦୃଷ୍ଟିରୁ ଯଦି ଜଣେ ରସଗ୍ରାହୀ ପାଠକ ଏହାକୁ ଦୀନବାନ୍ଧବ (ଦରିଦ୍ରର ବନ୍ଧୁ, ଅର୍ଥାତ୍ ବିଷ୍ଣୁ)ଙ୍କ ସ୍ତୁତି ପରିବର୍ତ୍ତେ ଦିନବାନ୍ଧବ (ଦିବସର ବନ୍ଧୁ, ଅର୍ଥାତ୍ ସୂର୍ଯ୍ୟ)ଙ୍କର ଏକ … >ଆଗକୁ ପଢନ୍ତୁ >