ମାଦଳାପାଞ୍ଜି – ସେବେ ଓ ଏବେ

ଏକ ଅନିର୍ଦ୍ଦିଷ୍ଟ ଐତିହାସିକ କାଳରୁ ନେଇ ଆଜି ପର୍ଯ୍ୟନ୍ତ ପୁରୀ ଶ୍ରୀମନ୍ଦିରରେ ଲେଖାହୋଇ ଆସୁଥିବା ମାଦଳାପାଞ୍ଜିକୁ ଓଡ଼ିଶାର ଇତିହାସ, ସଂସ୍କୃତି, ପରମ୍ପରା ଓ ସାହିତ୍ୟକୁ ପ୍ରତିଫଳନ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ଦଲିଲ ଭାବରେ ବିଚାର କରାଯାଏ। ଏହା କେବେଠାରୁ ଆରମ୍ଭ ହେଲା ତା’କୁ ନେଇ ଗବେଷକମାନଙ୍କ ମଧ୍ୟରେ ଭିନ୍ନଭିନ୍ନ ମତ ପ୍ରକାଶ ପାଇଥାଏ। ସେମାନଙ୍କ ମଧ୍ୟରୁ କେତେଜଣ ବିଶ୍ୱାସ କରନ୍ତି ଯେ ଷୋଡ଼ଶ ଶତାବ୍ଦୀରେ କଳାପାହାଡ଼ର ଆକ୍ରମଣ କାଳରେ ପୁରୀରେ ସଂରକ୍ଷିତ ଥିବା ମାଦଳାପାଞ୍ଜିର ତତ୍‌କାଳୀନ ପୋଥିଗୁଡ଼ିକୁ ନଷ୍ଟ କରିଦିଆଯାଇଥିଲା ଏବଂ ତାହାପରେ ମହାରାଜା ରାମଚନ୍ଦ୍ର ଦେବ (ପ୍ରଥମ)ଙ୍କ ଶାସନ କାଳରେ ଏହାର ପୁନର୍ଲିଖନ ହୋଇଥିଲା। ତେବେ ସେ ଯାହାହେଉ ନା କାହିଁକି, ଏହି ପୁନର୍ଲିଖିତ ମାଦଳାପାଞ୍ଜିରେ ରାମଚନ୍ଦ୍ର ଦେବ ଓ ତାଙ୍କ ଶାସନତନ୍ତ୍ରର ମାତ୍ରାଧିକ ପ୍ରଶସ୍ତି କରାଯାଇଥିବା ଲକ୍ଷ୍ୟ କରଯାଏ। ଏହି ପାଞ୍ଜି ପ୍ରତିବର୍ଷ ବିଜୟା ଦଶମୀ ଦିନ ପ୍ରଣୀତ ହେଉଥିଲା ଏବଂ ଶ୍ରୀମନ୍ଦିର ସେବାରେ ନିଯୁକ୍ତ ଦେଉଳକରଣ, ତଡ଼ଉକରଣ ଓ କୋଠକରଣ ଆଦି ସେବକମାନେ ଏହାର ଲିଖନ ଓ ସଂରକ୍ଷଣର ଦାୟିତ୍ୱରେ ଥିଲେ।
ତେବେ ପରୋକ୍ଷରେ ଏହି କରଣ-ସେବକମାନେ ଯେହେତୁ ପୁରୀର ରାଜାଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ, ସେମାନେ ତାଙ୍କୁ ସୁହାଇଲା ଭଳି ପ୍ରକରଣମାନ ପାଞ୍ଜିରେ ଲିପିବଦ୍ଧ କରିଥିବା ଅସମ୍ଭବ ନୁହେଁ। ରାଜା ରାମଚନ୍ଦ୍ର ଦେବଙ୍କୁ ସେଥିରେ ଦ୍ୱିତୀୟ ଇନ୍ଦ୍ରଦ୍ୟୁମ୍ନ ଭାବରେ ଆଖ୍ୟାୟିତ କରାଯାଇଛି ଏବଂ ପୂର୍ବବର୍ତ୍ତୀ କତିପୟ ଶାସକଙ୍କ ଛବିରେ ଆଞ୍ଚ ଆଣୁଥିବା ଭଳି କିଛି ତଥ୍ୟ ମଧ୍ୟ ସେଥିରେ ସ୍ଥାନ ପାଇଛି।
ମାଦଳା ପାଞ୍ଜିରେ ମୁଖ୍ୟତଃ ତିନି ପ୍ରକାର ସୂଚନା ଲିପିବଦ୍ଧ ହେଉଥିଲା; ଶ୍ରୀମନ୍ଦିରର ବିଧିବ୍ୟବସ୍ଥା, ସମକାଳୀନ ରାଜନୈତିକ ସ୍ଥିତି ତଥା ସାମାଜିକ ଘଟଣାବଳୀ। ଏହି କ୍ରମରେ ଆମ ଭାଷା ଓ ସାହିତ୍ୟର ଏକ ମୂଲ୍ୟବାନ ସୂଚକ ଭାବରେ ନିଜର ଭୂମିକା ନିଭାଉଥିଲା ମାଦଳାପାଞ୍ଜି। ତଥାପି ଏହାର ପ୍ରକୃତ ସ୍ୱରୂପକୁ ନେଇ ଆଲୋଚକମାନଙ୍କ ମଧ୍ୟରେ ମତଦ୍ୱୈଧ ରହିଛି। ବିଶିଷ୍ଟ ଗବେଷକ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଦ୍ୱାରା ସମ୍ପାଦିତ ‘ମାଦଳାପାଞ୍ଜି’ ବହିର ଅଗ୍ରଲେଖରେ ଏ ସମ୍ପର୍କରେ ମତ ଦେଇ … >ଆଗକୁ ପଢନ୍ତୁ >

Leave a Reply

Your email address will not be published. Required fields are marked *