ସାହିତ୍ୟସଭାରେ ଟାଇମର୍

କେଉଁଠି ନା କେଉଁଠି ତ ଏ ‘ଟାଇମର୍’ ନାମକ ଅଙ୍କୁଶଟି ଲାଗିବାର ଥିଲା। ଆମ ରାଜ୍ୟରେ ସାହିତ୍ୟର ଦୁଇଟି ମୂଳ ଧର୍ମ, ଅର୍ଥାତ୍ ଲିଖନ ଓ ପଠନ, ଦିନକୁ ଦିନ ରସାତଳଗାମୀ ହେଉଥାଉ ପଛକେ, ସାହିତ୍ୟସଭାମାନେ କିନ୍ତୁ ଛତୁ ଫୁଟିବା ଭଳି ବ୍ୟାପିବାରେ ଲାଗିଛନ୍ତି ସର୍ବତ୍ର। ସେ ପୁସ୍ତକ ଉନ୍ମୋଚନ ହେଉ, ଲେଖକ ସମ୍ବର୍ଦ୍ଧନା, କବିତା ପାଠୋତ୍ସବ ଅବା ସାହିତ୍ୟ ଆଲୋଚନା, ଏଭଳି ଅବସରମାନଙ୍କୁ ଆଧାର କରି ଆୟୋଜିତ ହେଉଥିବା ସଭାମାନଙ୍କର ଅଭାବ ନାହିଁ। ସେ ମଞ୍ଚମାନ ପୁଣି ଏମନ୍ତ ଯେ ସେଠାରେ ହାତରେ ମାଇକ୍‌ଟିଏ ପଡ଼ିଗଲେ ବକ୍ତାମାନେ ତା’କୁ ସହଜରେ ଛାଡ଼ିବାପାଇଁ ନାରାଜ। ଫଳରେ ଏଭଳି ସଭାମାନଙ୍କରେ ସମୟର କିଛି ବାଡ଼ବତା ନଥାଏ; ଦୁଇ ଘଣ୍ଟାରେ ଶେଷ ହେବାକୁ ଥିବା ସଭା ଚାରି ଘଣ୍ଟାରେ ବି ସରିପାରେ ନାହିଁ। ମଞ୍ଚ ଉପରୁ ଭାସିଆସୁଥିବା ସାରହୀନ ଭାଷଣର ବର୍ଷଣ ମଞ୍ଚ ତଳର ଶ୍ରୋତାଙ୍କୁ ଏମିତି ଭାରାକ୍ରାନ୍ତ କରିଦିଏ ଯେ ସେମାନେ ସଭାଟିରେ ଅଣନିଃଶ୍ବାସୀ ହୋଇଯିବା ଭଳି ଅନୁଭବ କରନ୍ତି।
ଏ ହେଲା ଆଜିକାଲି ଆମର ଗାଁ’ରୁ ନେଇ ସହର ପର୍ଯ୍ୟନ୍ତ ଦୃଶ୍ୟମାନ ହେଉଥିବା ସାହିତ୍ୟସଭାଗୁଡ଼ିକର ମୋଟାମୋଟି ଚିତ୍ର। ଅବଶ୍ୟ କିଛିଦିନ ତଳେ ଏହି ଧାରାକୁ ପ୍ରତିହତ କରିବାର ଗୋଟିଏ ଉଲ୍ଲେଖନୀୟ ପ୍ରଚେଷ୍ଟା ଆମେ ଦେଖିବାକୁ ପାଇଲୁ ‘ସମ୍ବାଦ’ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏକ ପନ୍ଦର-ଦିନିଆ ସାହିତ୍ୟୋତ୍ସବରେ। ସେଥିରେ ପ୍ରତ୍ୟେକ ବକ୍ତାଙ୍କୁ ନିଜର ଅଭିଭାଷଣ ରଖିବାପାଇଁ କେଇ ମିନିଟ୍‌ର ସମୟ ଆବଣ୍ଟିତ କରାଯାଇ, ସେମାନଙ୍କ ସାମନାରେ ରଖିଦିଆଯାଇଥିଲା ଗୋଟିଏ ‘ଟାଇମର୍’, ଯାହାକୁ ଧ୍ୟାନରେ ରଖି ସେମାନଙ୍କୁ ସେହି ସମୟସୀମା ମଧ୍ୟରେ ହିଁ ନିଜର ଭାଷଣ ଶେଷ କରିବାକୁ ଅନୁରୋଧ କରାଯାଇଥିଲା। ତଥାପି ସଂକ୍ଷେପରେ ନିଜର ବକ୍ତବ୍ୟ ସାରି ମଞ୍ଚରୁ ଯଥାସମୟରେ ଓହ୍ଲାଇବାରେ ଅନଭ୍ୟସ୍ତ କେତେକ ବକ୍ତା ଏହି ନୂଆ ବ୍ୟବସ୍ଥାର ସାମନା କରିବା ପାଇଁ ଅପ୍ରସ୍ତୁତ ଥିବା ଅନୁଭବ କରିହେଉଥିଲା।
ଏହାର କିଛି ଦିନ ପୂର୍ବରୁ ରାଜଧାନୀର ଆଉ ଏକ ସଭାମଞ୍ଚରେ ଆୟୋଜିତ ଏକ ସାହିତ୍ୟସଭାରେ ଜଣେ ବକ୍ତାଙ୍କୁ ଆୟୋଜକମାନେ ଦଶ ମିନିଟ୍‌ର ସମୟସୀମା ମଧ୍ୟରେ ନିଜର ଭାଷଣ ଶେଷ କରିବାକୁ … >ଆଗକୁ ପଢନ୍ତୁ >

Leave a Reply

Your email address will not be published. Required fields are marked *