ନାମବାଚକ ବିଶେଷ୍ୟ

ତେବେ ଏଠାରେ ଆମର ଆଲୋଚନାର ବିଷୟ ହେଲା, ଏହି ନାମବାଚକ ବିଶେଷ୍ୟଗୁଡ଼ିକ ବ୍ୟାକରଣ ବା ବନାନ ଦୃଷ୍ଟିରୁ ଶୁଦ୍ଧ ହେବାପାଇଁ କେତେଦୂର ବାଧ୍ୟ? ଉଦାହରଣ ସ୍ବରୂପ, ଆମେ କିଛି ଦିନ ତଳେ ଜଣେ ପାଠକଙ୍କଠାରୁ ଏକ ଫୋନ୍ ପାଇଲୁ ଯେ, ‘ଆପଣ ଅମୁକ ଲେଖକଙ୍କ ନାମରେ ଥିବା ବନାନଗତ ତ୍ରୁଟିକୁ ସଂଶୋଧନ କରିନାହାନ୍ତି କାହିଁକି?’ ତେବେ କଥା ହେଲା, କୌଣସି ବ୍ୟକ୍ତିବିଶେଷଙ୍କ ନାମ ବା ନାମବାଚକ ବିଶେଷ୍ୟରେ ଥିବା ଏଭଳି କୌଣସି ତ୍ରୁଟିକୁ ସଂଶୋଧନ କରିବାର ଅଧିକାର ଆମର ଅଛି କି? ଉଦାହରଣ ସ୍ବରୂପ, ଆମେ ଯାହାଙ୍କୁ ଅଭିରାମ ବାବୁ ବୋଲି ଧରିନେଇଥିଲୁ, ସେ ଯଦି ନିଜର ନାମଟିକୁ ‘ଅଭୀରାମ’ ବୋଲି ଲେଖୁଥାଆନ୍ତି, କାରଣ ପିଲାଦିନରୁ ନେଇ ଆଜି ପର୍ଯ୍ୟନ୍ତ, ବିଦ୍ୟାଳୟରୁ ନେଇ ଚାକିରିକାଳ ପର୍ଯ୍ୟନ୍ତ, ସମସ୍ତ ରେକର୍ଡପତ୍ରରେ ଏହା ଏପରି ଭାବରେ ହିଁ ଦର୍ଜ ଅଛି, ତେବେ ତାହାକୁ ଗ୍ରହଣ ନ କରିବାକୁ ଆମେ ବା କିଏ? ଅବଶ୍ୟ ଏହି ତ୍ରୁଟିପୂର୍ଣ୍ଣ ‘ଅଭୀରାମ’ ଶବ୍ଦଟି ଯଦି ‘ଆହ୍ଲାଦପ୍ରଦ’ ଅର୍ଥରେ କୌଣସି ଗଳ୍ପ କିମ୍ବା କବିତାରେ ପ୍ରୟୋଗ ହୋଇଥାଏ ତେବେ ଆମର ପ୍ରୁଫ୍ ସଂଶୋଧକ ମହାଶୟ ବୋଧହୁଏ ସେଥିରେ ଗୋଟିଏ ନାଲି ଗାର ବସାଇଥାଆନ୍ତେ। ଆଜିକାଲି ତ କେତେକ ଇଂରାଜୀ ଅଭିଧାନରେ ‘ଲିଷ୍ଟ ଅଫ୍ କମନ୍ ନେମ୍ସ୍’ ଶୀର୍ଷକରେ ଏଭଳି ନାମସୂଚକ ଶବ୍ଦମାନଙ୍କର ଏକ ତାଲିକା ମଧ୍ୟ ଅନ୍ତର୍ଭୁକ୍ତ ହେଲାଣି, ଅର୍ଥାତ୍ ଏଭଳି ଶବ୍ବମାନଙ୍କର ଏକ ମାନକ ବନାନ ମଧ୍ୟ ଅଭିଧାନର… >ଆଗକୁ ପଢନ୍ତୁ >