ମୋ ଦେଶର ସେନା ଆଗେଇ ଚାଲରେ, ଭାବନାର ବେଳ ନାହିଁ।

ଆର୍ଯ୍ୟ ମୁହିଁରେ ଆର୍ଯ୍ୟାବର୍ତ୍ତର
ଭାରତ ଭୂଇଁରେ ଠିଆହୋଇ
ମୋର ଆହ୍ବାନ।
ତୁ କାହୁଁ ବୁଝିବୁ ସିନ୍ଦୂର ରଙ୍ଗ?
ଦ୍ରୌପଦୀର କେଶ ମୁକୁଳା ଅଛିରେ
ନାହିଁ ଆଉ ବେଶି ଦିନ।
ସତ୍ୟସନାତନ ଶିଖାଇଛି ଆମେ
ସତ୍ୟ ଅହିଂସା ପୂଜାରୀ।
କାପୁରୁଷ ହୋଇ ବଞ୍ଚିବା ଶିଖିନୁ
ରକ୍ତରେ ଖେଳିବୁ ହୋରି।

ସେହିଦିନ ଆଜି ଆସିଛି ଦେଖରେ
ଜାଗରେ ଭାରତ ବଂଶୀ।
ଶତ୍ରୁ ଡାକଦିଏ ଦାଣ୍ଡ ଦୁଆରେ
ସମୟ ଦେଖୁଛି ବସି।
ସମୟ ଆଗରେ ହିସାବ ଦେବାକୁ
ହୋଇଯାଅ ତୟାର।
ଶତ୍ରୁ ରକତରେ ପିନ୍ଧିବ ଦ୍ରୌପଦୀ
କପାଳରେ ସିନ୍ଦୂର।
ମୋ ଦେଶର ସେନା ଆଗେଇଚାଲରେ
ଭାବନାର ବେଳ ନାହିଁ।
ସମୟ ଆସିଛି ଦ୍ରୌପଦୀର କେଶ
ମୁକୁଳା ରହିବ ନାହିଁ ।
ଆତଙ୍କବାଦର ଛାୟାରେ ଅସ୍ଥିର
ବିଶ୍ୱରେ ଲାଗିଛି ଗ୍ରହଣ !
ଭିତରେ ବାହାରେ ଶତ୍ରୁ ଅନେକ,
ଲୋଡ଼ା ଉଚିତ ମୂଲ୍ୟାଙ୍କନ।
ଅତି ସୁନ୍ଦର ଦେଶାତ୍ମବୋଧକ କବିତା। ସଠିକ ସମୟ ଓ ସଠିକ ନାମକରଣର ଯଥାର୍ଥତା କେବଳ ଜଣେ ଦେଶପ୍ରେମୀ ସୈନିକ ହିଁ କରିପାରିବେ। ଅଭୟ ବାବୁଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା।
True, the country above everything, always. Our style of response changes with the changing times. To strengthen our forces, we stay alert and make sure that no internal strife takes over.
Bhaina, very nice, timely and inspiring
Tuna
My salute to Abhay Babu, his creativity. 🙏
Very nice