ବିଚାରକଙ୍କ କ୍ଷୋଭ

ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାମାନଙ୍କ ଦ୍ୱାରା ସାହିତ୍ୟ-ପୁରସ୍କାରର ଚୟନ ପାଇଁ ଅନୁସୃତ ହେଉଥିବା ପ୍ରକ୍ରିୟାକୁ ନେଇ ବେଳେ ବେଳେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ। ଏହି ପ୍ରସଙ୍ଗରେ ଆମର କେନ୍ଦ୍ର ଓ ରାଜ୍ୟ ସାହିତ୍ୟ ଏକାଡେମୀଗୁଡ଼ିକର କାର୍ଯ୍ୟଧାରା ପ୍ରତି ନଜର ପକାଇଲେ ଆମେ ଜାଣିପାରିବା ଯେ ପୁରସ୍କାର ମନୋନୟନର ଚୂଡ଼ାନ୍ତ ପର୍ଯ୍ୟାୟରେ ସେମାନଙ୍କ ଦ୍ୱାରା ବିଚାରକ ମଣ୍ଡଳୀର ସଦସ୍ୟମାନଙ୍କୁ ‘ସର୍ଟଲିଷ୍ଟ’ ହୋଇଥିବା ଦଶ ବା ପନ୍ଦରଗୋଟି ବହିର ଗୋଟିଏ ତାଲିକା ଧରାଇଦେଇ ଅନୁରୋଧ କରାଯାଇଥାଏ ଯେ ସେମାନେ ମାତ୍ର ସପ୍ତାହେ ବା ଦୁଇ ସପ୍ତାହ ମଧ୍ୟରେ ବହିଗୁଡ଼ିକର ବିବେଚନା କରିଦିଅନ୍ତୁ। ଏକାଡେମୀମାନଙ୍କର ଏଭଳି କାର୍ଯ୍ୟପନ୍ଥାକୁ ଲକ୍ଷ୍ୟ କଲେ ମନେହେବ ଯେ, କେହି ବି ବିଚାରକ ଏତେ କମ୍ ସମୟ ମଧ୍ୟରେ ଏତେ ସଂଖ୍ୟକ ବହିକୁ ତନ୍ନ ତନ୍ନ କରି ପଢ଼ି, ତାହା ସମ୍ପର୍କରେ ଏକ ସିଦ୍ଧାନ୍ତରେ ପହଞ୍ଚିବା ସମ୍ଭବ ନୁହେଁ।
ଆମେ ଏ କଥା ଥରେ ପଚାରିଥିଲୁ ରାଜ୍ୟର ଜଣେ ବୟୋଜ୍ୟେଷ୍ଠ ଲେଖିକାଙ୍କୁ, ଯିଏ କିଛି ବର୍ଷ ଧରି କେନ୍ଦ୍ର ସାହିତ୍ୟ ଏକାଡେମୀର ବିଚାରକ ମଣ୍ଡଳୀରେ ଥାଇ ଦାୟିତ୍ୱ ନିର୍ବାହ କରିଥିଲେ। “ଆପଣଙ୍କୁ ଏକାଡେମୀଠାରୁ ମିଳିଥିବା ଦଶ ବା ପନ୍ଦରଟି ବହି ବିଷୟରେ କୌଣସି ରାୟ ଦେବା ପୂର୍ବରୁ ଆପଣ ସେଗୁଡ଼ିକୁ ଆମୂଳଚୂଳ ପଢ଼ିଥାଆନ୍ତି କି? ଆଉ ମଧ୍ୟ, ଆପଣ ସେଗୁଡ଼ିକୁ ପଢ଼ିବା ପାଇଁ … >ଆଗକୁ ପଢନ୍ତୁ >