ତୁମ ଓ ମୋ ସମ୍ପର୍କ

ସୁଦର୍ଶନ ଦାସ

ତୁମ ଓ ମୋ ସମ୍ପର୍କ
କିଏ କହେ ନଦୀ-ସମୁଦ୍ର
କିଏ ପୁଣି କହେ ମାଟି-ଆକାଶ।

ମୁଁ ନିରିମାଖୀ ନଦୀଟେ
ନିରବେ ନିଃଶୋକେ ନିଃସଂକୋଚେ
ନିଃଶେଷଇ ନୀଳ-ନୀଳୟେ
ନିଶ୍ବାସ ନଥାଏ ନିଜର
ନଥାଏ ନିର୍ଜନତା ନିଷ୍ଠୁର
ନିରବଧି ନିମଜ୍ଜଇ ନିବିଡ଼ ନିଃସୀମେ
ନରଖି ନିଦ୍ରାଳସ ।
ନାହିଁ ତାର ଆପତ୍ତି ମୋରେ ଅବା ଅନାଦର
ନାଚିଉଠେ ମୋତେ ଧରି ଜାଗିଲେ ନିଶାକର ।

ମୁଁ ମାଟି
ମଉନେ ମଗନ ମୋ ମତି
ମାନସ ମାୟାମୁକ୍ତ ମନ୍ତ୍ରମୁଗ୍ଧ ମନ୍ଦାକିନୀ
ମହାନନ୍ଦେ ମଣ୍ଡାଇଛି ମହାନୀଳ-ମଥାମଣି।
ଯେବେ ଯେବେ ମୋ ମନ ମନ୍ଥିହୁଏ
ସେ ମିହିକାରେ ଅବା ମଳୟେ ମୋହିତାଏ
ମିଣ୍ଟିଏ ମନସ୍ତାପ ମୋ ମିଟିଯାଏ।
ଯେବେ ତାର ମମତା ଉଛଳଇ ଅତି
ଦିଗନ୍ତେ ମଧୁମୟ ଇନ୍ଦ୍ରଧନୁ ଦେଇ 
ଚୁମିଦିଏ ମୋତେ ମୁଚୁକି ହସି।

ତୁମ ଓ ମୋ ସମ୍ପର୍କ
କିଏ କହେ ନଦୀ-ସମୁଦ୍ର
କିଏ ପୁଣି କହେ ମାଟି-ଆକାଶ।

20 thoughts on “ତୁମ ଓ ମୋ ସମ୍ପର୍କ

  1. କବିତା ଟି ଖୁବ ହୃଦୟ ସ୍ପର୍ଶି ହେଇଛି। କବି ତାଙ୍କର ଜୀବନର ସମ୍ପର୍କ କୁ ନଦୀ ଓ ସମୁଦ୍ର ର ନିବିଡ ସମ୍ପର୍କ ସହିତ ତୁଳନା କରି ତା୍ହାକୁ ଭଲ ଭାବେ ବର୍ଣନା କରିଛନ୍ତି। ପୁଣି ଯେମିତି ମାଟି ଆକାଶର ସୁମଧୁର ସମ୍ପର୍କ, ଯେ ଯମିତି ପ୍ରକୃତି ଉଦାର ସେମିତି ତାଙ୍କର ନିଜ ପ୍ରେମିକା ସହିତ ମିଳନ ତାଙ୍କୁ କେତେ ଆନନ୍ଦ ଦେଇଛି ସେ କଥା ସେ ବ୍ୟକ୍ତ କରିବାକୁ ଚାହାଁନ୍ତି।
    Excellent poem Sudarshan

    1. ବହୁତ ସୁନ୍ଦର ଲାଗିଲା ଅଭିବ୍ୟକ୍ତି। Thanks a lot!

  2. Nobody can define a relation
    Mana kahe
    Hruday sune
    Otha kahiparena
    Tume nije janani kipari kaha saha. Ki
    Sampark hoe jaechi sabu

    Eka sineli akash pari sakalar kakar pari

    1. ବହୁତ ବହୁତ ଧନ୍ୟବାଦ, ମାଉସୀ। ପ୍ରଣାମ ।

  3. I don’t know Odia but I am sure this one is best to read . ..because you are true poet and writer too…
    Your photo is very decent and good looking….
    Best wishes.

    1. Neeraj ji, thanks a lot. I will translate it soon. However, to give the essence of the poem, here is a very very short theme of its:
      The relationship between you and me, some say, it is like the relationship between the sea and river.
      And some say, it is like the relationship between the earth and sky.

  4. Beautiful and touchy!
    ଅନୁପ୍ରାସ ଅଳଙ୍କାରର ପ୍ରୟୋଗ କବିତାଟିକୁ ଅଧିକ ଆକର୍ଷଣୀୟ କରିଛି।

  5. ବହୁତ ସୁନ୍ଦର ଶବ୍ଦ ସଂଯୋଜନା, ଅବର୍ଣ୍ଣନୀୟ ।
    ବଢିଆ ଲାଗିଲା, ମନ କୁ ଛୁଇଁଲା । 👌👌👍👍🙏🙏

  6. ବହୁତ ବଢ଼ିଆ! ମୁଁ ତୋ ପାଇଁ ଗର୍ବିତ!

  7. ଚମତ୍କାର ଭାବବ୍ୟକ୍ତ ଯାହା କି କିଛି ନୂଆ ନୁହେଁ କବି ସୁଦର୍ଶନ ଙ୍କ ପାଇଁ |
    ସମ୍ପର୍କ ର ନିବିଡ଼ତା ରେ ସୀମାବଦ୍ଧ କରିଦେଇଛନ୍ତି ଦୁଇ ସୀମାହୀନ ଭୁତ (Element ) ଙ୍କୁ …ହୋଇ ପରେ ସେ ବାରିଧୀ ର ନୀଳ-ନିଳୟ ରେ ନିଃଶେଷ ହେଇଥିବା ନଦୀ ର ସମ୍ପର୍କ ଅବା ଦୂର ଦିଗନ୍ତ ରେ ଆକାଶ ର ଚୁମ୍ବନ ରେ ଇଂଦ୍ରଧନୁ ର ରଙ୍ଗ ରେ ରଙ୍ଗାୟିତ ହୋଇଥିବା ମୌନ ମଗ୍ନ ମାଟି | ନଦୀ – ସମୁଦ୍ର ଆଉ ମାଟି – ଆକାଶ ର ସମ୍ପର୍କ ର ଉହାଡ଼ ରେ କବି ସୁଦର୍ଶନ ଜୀବନ ର ବାସ୍ତବ ସମ୍ପର୍କ କୁ ମଧ୍ୟ ନିଚ୍ଛକ ଭାବେ ତୋଳିଧରିଛନ୍ତି | ଉଚ୍ଚକୋଟୀ ର କବିତା

  8. Bahut badhia and hruday sparsi
    Keep it on and awaiting numerous writing from your pen ,
    God bless you brother

Leave a Reply

Your email address will not be published. Required fields are marked *