କବିତାରେ ଅବୋଧ୍ୟତା

ଏହି ପ୍ରସଙ୍ଗକୁ ନେଇ ଆମ ପତ୍ରିକାରେ ପ୍ରାବନ୍ଧିକ ବ୍ରହ୍ମାନନ୍ଦ ବିଶ୍ୱାଳ ଲେଖିଥିବା ‘ଆଧୁନିକ କବିତାରେ ବୋଧଗମ୍ୟତା’ ଶୀର୍ଷକ ଏକ ପ୍ରବନ୍ଧରେ ଓଡ଼ିଆ କବିତାକୁ ତିନୋଟି ସରଳ ବର୍ଗରେ ବିଭାଜିତ କରାଯାଇଥିଲା; ଯଥା, ସୁବୋଧ୍ୟ, ଅବୋଧ୍ୟ ଓ ଦୁର୍ବୋଧ୍ୟ। ପ୍ରଥମ ଓ ତୃତୀୟ ବର୍ଗର କବିତା ତ ସ୍ୱାଗତଯୋଗ୍ୟ, କିନ୍ତୁ ଯାହା ଆମପାଇଁ ଚିନ୍ତାଜନକ, ତାହା ହେଲା ଦ୍ୱିତୀୟଟି, ଅର୍ଥାତ୍ ଅବୋଧ୍ୟ କବିତା।
ଇଂରାଜୀ ଭାଷାରେ ‘ଅବୋଧ୍ୟ’ର ପ୍ରତିଶବ୍ଦ ହେଲା ‘ଅନ୍ଇଣ୍ଟେଲିଜିବଲ୍’; ଅର୍ଥାତ୍ ଯାହାକୁ ଜମା ବୁଝିହେବ ନାହିଁ। ଅନ୍ୟପକ୍ଷରେ ଦୁର୍ବୋଧ୍ୟ କବିତାକୁ ଆୟତ୍ତ କରିବା ହୁଏତ କଷ୍ଟସାଧ୍ୟ ହୋଇପାରେ; କିନ୍ତୁ ତାହାର ଜାଲ ଭେଦ କରି ଟିକିଏ ଭିତରକୁ ଗଲେ, ସେଥିର ବକ୍ତବ୍ୟଟିକୁ ଖୋଜିପାଇବା ଆମ ପାଇଁ ଅସମ୍ଭବ ହୁଏନାହିଁ। ଜଣେ ପାଠକ ଯେତେବେଳେ ଅବୋଧ୍ୟ କବିତାଟିଏ ପଢ଼େ, ସେ ତା’ର କିଛି ହିଁ ଥଳକୂଳ ପାଏନାହିଁ। ଏଭଳି ଶ୍ରେଣୀର କବିତା ଉଦ୍ଭଟ କବିତା ଭାବରେ ମଧ୍ୟ ପରିଗଣିତ।
ଏହି ସନ୍ଦର୍ଭରେ ମନେପଡ଼େ ଜଣେ ସମକାଳୀନ କବି, ଉମାକାନ୍ତ ରାଉତ (ଅରୂପ)ଙ୍କର ଗୋଟିଏ ଉକ୍ତି,
“କବିତା ଲେଖିବୁ ଏମିତି
କେହି ବୁଝିପାରିବେନି ଯେମିତି,
ତୋ କବିତା ଯଦି ବୁଝି ହେଇଯିବ
ବଡ଼ କବି ହେବୁ କେମିତି?’
ଅବଶ୍ୟ ଏହି ଅବୁଝାପଣିଆ ପାଇଁ ଆମେ କେବଳ କବିମାନଙ୍କୁ ଦାୟୀ କରିବା ଉଚିତ ହେବନାହିଁ। ଉଦ୍ଭଟତା ଗୋଟିଏ ସମୟରେ ଆମ ଜନଜୀବନ ଓ ବ୍ୟକ୍ତିଚିନ୍ତନର ଏକ… >ଆଗକୁ ପଢନ୍ତୁ >