ବ୍ୟକ୍ତି ଓ କୃତି

ଏହି ପ୍ରସଙ୍ଗରେ ମନେପଡ଼େ, ଇଂରାଜୀ କବିତାରେ ଆଧୁନିକତାର ଅନ୍ୟତମ ପ୍ରବର୍ତ୍ତକ ଟି.ଏସ୍. ଇଲିୟଟ୍ଙ୍କର ଏକ ଚର୍ଚ୍ଚିତ ଉକ୍ତି, ଯେଉଁଥିରେ କୁହାଯାଇଛି ଯେ ଗୋଟିଏ କବିତାରେ ସମ୍ପୃକ୍ତ କବିଙ୍କର ବ୍ୟକ୍ତିତ୍ୱର ପ୍ରତିଫଳନ ହେବା ଜରୁରୀ ନୁହେଁ; ବରଂ କବିଜଣକ ନିଜ ବ୍ୟକ୍ତିତ୍ୱର ସରହଦରୁ ଉଚିତ ଦୂରତା ରକ୍ଷା କରି, ଅର୍ଥାତ୍ କେବଳ ଏକ ‘କାଟାଲିଷ୍ଟ୍’ର ଭୂମିକା ନେଇ, ନୈର୍ବ୍ୟକ୍ତିକ ଭାବରେ ନିଜ ରଚନାର ସର୍ଜନା କରିବା ଉଚିତ। ଗତ ଶତାବ୍ଦୀର ମଧ୍ୟଭାଗରେ ଇଂରାଜୀ ସାହିତ୍ୟରେ ମୁଣ୍ଡ ଟେକିଥିବା ‘ନିଉ କ୍ରିଟିସିଜମ୍’ ନାମକ ଏକ ଚିନ୍ତାଧାରାର ମୂଳ ନୀତି ଏହା ହିଁ ଥିଲା। ତାହା ଅନୁସାରେ, ଗୋଟିଏ ରଚନାର ଗୁଣମାନ ନିର୍ଣ୍ଣୟ କରିବାପାଇଁ ତାହାର କବି ବା ଲେଖକଙ୍କ ଜୀବନୀଗତ ଦିଗକୁ ବିଚାରକୁ ନିଆଯିବାର କୌଣସି ଆବଶ୍ୟକତା ନାହିଁ। ବରଂ ସେହି ରଚନାରେ … >ଆଗକୁ ପଢନ୍ତୁ >