କଣ କହିବି ସାର୍? ରେଟ୍ ପୁରା ଡବଲ ଅଛି, କିନ୍ତୁ ଆପଣ ଯେହେତୁ ମୋତେ ପାଠ ପଢାଇଛନ୍ତି ସେଥିପାଇଁ ମୁଁ ଅଧାରେଟରେ କାମ କରେଇଦେବିା ଧୀର ସ୍ୱରରେ କହିଲା, ସାର୍ ଆପଣ ବିଶ୍ୱାସ କରନ୍ତୁ ଅଳ୍ପ ପଇସାରେ କାମ କରିବା ବହୁତ କଷ୍ଟ। ଉପରୁ ତଳ ପର୍ଯ୍ୟନ୍ତ ଭୋଗ ଲଗାଇବାକୁ ପଡିବ। ଏହାପରେ ଯୁବ କିରାଣି ମୁହଁରେ ଫୁଟି ଉଠିଲା ନିର୍ଲଜତାର ଭାବ। କହିଲା ଆଉ ଆଜି ହେଉଛି ୫ ସେପ୍ଟେମ୍ବର – ଗୁରୁ ଦିବସ। ସେହି ଦୃଷ୍ଟିରୁ ଛାତ୍ର ହିସାବରେ ମୋ ତରଫରୁ ଆପଣଙ୍କୁ ଡିସକାଉଣ୍ଟ ଦେଉଛି।
ଅବସରପ୍ରାପ୍ତ ଶିକ୍ଷକ ଜଣକ ମନେ ମନେ ବିରକ୍ତ ହେଲେ, କିନ୍ତୁ କିଛି ନ କହି କପାଳରୁ ଝାଳ ପୋଛି ଚଉକିରୁ ଉଠିଲେ। ସରକାରୀ ଦପ୍ତରର ସେହି କୋଠରୀରୁ ବାହାରି ଯାଉ ଯାଉ କିରାଣି ଆସନରେ ବସିଥିବା ଉକ୍ତ ଛାତ୍ରର କଥା ତାଙ୍କ କାନରେ ପଡିଲା ଯିଏକି ପାଖ ସିଟରେ ଥିବା ନିଜ ସାଥୀ କିରାଣିକୁ କହୁଥିଲା, ଟିଉସନ ପଢେଇ ପଢେଇ ବୁଢା ବହୁତ ପଇସା କମେଇଛି, ପେନସନ୍ ବି ମିଳୁଛି, କିନ୍ତୁ ଦେଲା ବେଳରୁ କୁନ୍ଥେଇ ହେଛଛି। କୃପଣ କୋଉଠିକାର।
ଅଫିସ ବାରଣ୍ଡାରେ ଅଟକି ଗଲେ ସେ। ପୂର୍ବତନ ଛାତ୍ର ଜଣକ କହି ଚାଲିଥିଲା, ବୁଢା ସ୍କୁଲରେ ଆମକୁ ଇଂରାଜୀ ପଢାଉଥିଲା। କିନ୍ତୁ ସେହି ପିଲାମାନଙ୍କୁ ଅଧିକା ନମ୍ବର ମିଳୁଥିଲା ଯେଉଁମାନେ ୟାଙ୍କ ପାଖରେ ଟିଉସନ ହେଉଥିଲେ। ମୁଁ ଆଉ କଣ କରିଥାନ୍ତି ନମ୍ବର କମ ମିଳିବାରୁ ୟାଙ୍କ ପାଖକୁ ବାଧ୍ୟ ହୋଇ ଟିଉସନ ଗଲି। ତା ପରେ ଯାଇ ପାସ ମାର୍କ ମିଳିଲା। ହଉ ଯେତେ ଯାହା ହେଲେ ବି ଆମର ଗୁରୁଜୀ। ସେଇଥିପାଇଁ କି ବେଶି ପଇସା ନେଇ ହେବନି। ଯାହା ମିଳିବ ସେଥିରେ କାମ ଚଳେଇବାକୁ ପଡିବ।
ଶିକ୍ଷକ ମହାଶୟ କ୍ଳାନ୍ତ ମନରେ ଘରକୁ ଫେରିବା ରାସ୍ତାରେ ନିର୍ଣ୍ଣୟ ନେଲେ, ନା ନିଜର ଏହି ବିଦ୍ୟାର୍ଥୀର ଅନୁଗ୍ରହ ଉପରେ ସେ ନିର୍ଭର ରହିବେ ନାହିଁ। ଯେତେ ବି ଟଙ୍କା ଲାଞ୍ଚ ମାଗୁଛି ସେତିକି ଦେଇ ଅବସରକାଳିନ ପ୍ରାପ୍ୟ ସବୁ ଯଥାଶୀଘ୍ର ପାଇବାରୁ ଚେଷ୍ଟା କରିବେ । ଏବଂ ସେଇଆ ହିଁ ହେଲା। କିଛି ଦିନପରେ ସେହି ଅବସରପ୍ରାପ୍ତ ଶିକ୍ଷକ ଜଣକ ବ୍ୟାଙ୍କରୁ ଟଙ୍କା ଉଠାଇ ବାହାରକୁ ଆସିଲେ। ପାସ୍ ବୁକ୍ ସହିତ ଟଙ୍କା ବ୍ୟାଗ ଟିକୁ ସ୍କୁଟର ଡିକିରେ ରଖିବାକୁ ଯାଉଛନ୍ତି। ହଠାତ୍ କେହି ଜଣେ ଚିଲ ଭଳି ଝପଟି ଆସି ବ୍ୟାଗ ଛଡେଇ ନେଇ ଚାଲିଗଲା। ବାଇକରେ ବସିଥିବା ସେହି ଯୁବକର ମୁହଁ ଅଧାଅଧି କପଡାରେ ଢାଙ୍କି ହୋଇ ରହିଥିଲା। କିଭଳି ଆଖି ପିଛୁଳାକେ ଟଙ୍କା ବ୍ୟାଗ ଝାମ୍ପି ନେଇ ବାଇକରେ ସାଏଁ କରି ସିଏ ଛୁ ମାରିଲା, ତାହା ବୁଝିବା ଶିକ୍ଷକ ମହାଶୟଙ୍କ ପକ୍ଷେ ସମ୍ଭବ ନଥିଲା। ପ୍ରଥମେ ସେ ହତପ୍ରଭ ହୋଇ ଜଡ଼ବତ୍ ଛିଡା ହୋଇ ରହିଲେ, ଆଉ ତା ପରେ ଧଡାମ୍ କରି ତଳେ ପଡିଗଲେ।
ଥାନାରେ ରିପୋର୍ଟ ଲେଖା ହେଲା ପରେ ଦୁଃଖ ଓ ନିରାଶର ବାତାବରଣ ଖେଳିଗଲା । ଶିକ୍ଷକ ମହଶୟ ଏକଦମ ନିର୍ବାକ। ବିଛଣାରେ ପଡି ଛାତ ଆଡକୁ ଚାହିଁ ଥିଲେ। ଶୂନ୍ୟ ଦୃଷ୍ଟିରେ। କରିଥାନ୍ତେ ଚା କଣ? ଅନେକ ସମୟ ପରେ ଯାଇ ଆଖିକୁ ନିଦ ଆସିଲା। ତେବେ ଖୁବ୍ କମ ସମୟ ପାଇଁ। ଟଙ୍କା ଝାମ୍ପି ନେବାର ଦୃଶ୍ୟ ସହିତ ଆଉ କିଛି ଭୟାନକ ସ୍ପପ୍ନ ଦେଖି ଉଠି ବସିଲେ ସେ ।
ଭୋର ହୋଇ ଯାଇଥିଲା। ଇଛା ନଥିଲେ ବି ନିତ୍ୟକର୍ମ ସାରି ବାହାରେ ଟହଲ ମାରିବାକୁ ଚାଲିଗଲେ, ଯାହାକି ସେ ସବୁଦିନ କରିଥାନ୍ତି। ଗଳିରୁ ବାହାରି ରାସ୍ତା ପର୍ଯ୍ୟନ୍ତ ଯାଇଛନ୍ତି କି ନାହିଁ, ହଠାତ୍ ଚାହିିଁକି ଉଠିଲେ ସେ। ଦ୍ରୁତ ଗତିରେ ବାଇକଟେ ଆସି ତାଙ୍କ ପାଖ ଦେଇ ଆଗକୁ ବଢିଗଲା। ତେବେ ପରମୁହୁର୍ତ୍ତରେ ସେ ଯାହା ଦେଖିଲେ ସେଥିରେ ଆଶ୍ଚର୍ଯ୍ୟର ସୀମା ରହିଲା ନାହିାଁ କାରଣ ତାଙ୍କରି ଟଙ୍କା ବ୍ୟାଗଟି ପାଦ ପାଖରେ ପଡିଥିଲା।
କଂପିତ ହସ୍ତରେ ଶିକ୍ଷକ ମହାଶୟ ବ୍ୟାଗ ଖୋଲି ଦେଖିଲେ ଟଙ୍କା ପାସ ବୁକ୍ ଆଦି ସେ ଯେମିତି ରଖିଥିଲେ ସେମିତି ରହିଛି। ଏଥି ସହିତ ରହିଛି ଛୋଟ ଏକ ହାତ ଲେଖା କାଗଜା ଯେଉଁଥିରେ ଅଙ୍କାବଙ୍କା ଅକ୍ଷରରେ ଲେଖା ଯାଇଛି, ଗୁରୁଜୀ ମୋର ଭୁଲ ହୋଇଛି। ସେଥିପାଇଁ ଦୁଃଖିତ। ମୁଁ ହେଉଛି ଆପଣଙ୍କର ଜଣେ ଅଯୋଗ୍ୟ ଛାତ୍ର। ଯଦି ଆପଣଙ୍କ ପାଖରେ ଟିୟୁସନ ହୋଇଥାନ୍ତି କିମ୍ବା ସ୍କୁଲରେ ମନ ଦେଇ ପାଠ ପଢିଥାନ୍ତି ତେବେ ନିଶ୍ଚୟ କେଉଁ ଅଫିସ୍ରେ କିରାଣୀ ଟିଏ ହୋଇ ପାରିଥାନ୍ତିା
କାହାଣୀର ସୃଜନଶୀଳତା ପ୍ରଶଂସନୀୟ। କାହାଣୀର ଅନୁବାଦ ପ୍ରାକୃତିକ ପ୍ରବାହ ଧାରଣ କରିଛି।
ଗଳ୍ପଟି ବାସ୍ତବ ଦୁନିଆର ଦୁଇ କୂଳ। ଗୋଟେ ପଟେ ଦୂଷିତ ପଦାର୍ଥ ଫିଙ୍ଗା ହେଉଛି ଆଉ ଅନ୍ୟପଟେ ନଇ ଫିଙ୍ଗି ଫିଙ୍ଗି ଚାଲିଛି।
ଶିକ୍ଷକ ଗୁରୁ ନୁହଁନ୍ତି। ଶିକ୍ଷକ ଦିବସ, ଗୁରୁ ଦିବସ ନୁହେଁ।
ଟ୍ୟୁସନ ମାଷ୍ଟ୍ରେ ଶିକ୍ଷକ ନୁହଁନ୍ତି।
ଶିକ୍ଷକଙ୍କ ସହନଶୀଳତା ଓ ଧୈର୍ଯ୍ୟ ଏକ ପାପୀ ମନକୁ ସଜାଡିବାରେ ସାହାଯ୍ୟ କରିଛି । ଶିକ୍ଷକ ସମାଜକୁ ଅପମାନିତ କରିବାକୁ ଯେତେ ଚେଷ୍ଟା କଲେବି ଶେଷରେ ସତ୍ୟର ବିଜୟ ହୁଏ,ଏହି ଛୋଟ ଲେଖାରୁ ପ୍ରମାଣିତ । ଲେଖକଙ୍କୁ ଧନ୍ୟବାଦ୍ !
ଏହି ନିବନ୍ଧ ପଢିଲା ପରେ ଶିକ୍ଷା ବ୍ୟବସ୍ଥା ସୁଧୁରିବ ବୋଲି ଆଶା କରିବା ଉଚିତ।।
ଜୟ ଜଗନ୍ନାଥ l ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବୋ ମହେଶ୍ଵରଃ ଗୁରୁ ସାକ୍ଷାତ୍ ପରମ୍ ବ୍ରହ୍ମ ତସମଇ ଶ୍ରୀ ଗୁରୁବେହଃ ନମହଃ ।