ସାହିତ୍ୟର ଡିଜିଟାଲ୍ ଅବତାର

ଯୁଗ ପରେ ଯୁଗ ଆମର ସାହିତ୍ୟ ଭୂର୍ଜପତ୍ର ଓ ତାଳପତ୍ରଠାରୁ ନେଇ ମୁଦ୍ରିତ କାଗଜ ପର୍ଯ୍ୟନ୍ତ ଭଳିକି ଭଳି ଆଧାରକୁ ଆଶ୍ରୟ କରି ନିଜର ଜୟଯାତ୍ରା ଅବ୍ୟାହତ ରଖିଛି। ଏହି ଦୀର୍ଘ ଯାତ୍ରାପଥରେ ସାହିତ୍ୟ ଆଜି ଯେତେବେଳେ ଡିଜିଟାଲ୍ ଅବତାରକୁ ଆଦରିନେବା ପାଇଁ ଏକ ନୂଆ ଆହ୍ୱାନର ସମ୍ମୁଖୀନ ହୋଇଛି, ସେତେବେଳେ ଲେଖକ, ପାଠକ ଓ ପ୍ରକାଶକଙ୍କ ଭଳି ସାହିତ୍ୟ ସହିତ ଜଡ଼ିତ ସମସ୍ତ ବ୍ୟକ୍ତି ଓ ସଂସ୍ଥାବିଶେଷ ଏକ ଅପୂର୍ବ ଦ୍ୱନ୍ଦ୍ୱ ଭିତର ଦେଇ ଗତି କରୁଛନ୍ତି। କାରଣ ଡିଜିଟାଲ୍ ଦୁନିଆର ଜାଲରେ ଛନ୍ଦିହେବା ଛଡ଼ା ସାହିତ୍ୟର ଆଉ ଗତ୍ୟନ୍ତର ନାହିଁ।
ଏହି ଡିଜିଟାଲ୍ ବିପ୍ଳବ ଏବର ସମୟରେ ଉଭା ହୋଇଛି ଇ-ବୁକ୍‌, ଅନଲାଇନ୍ ପ୍ଲାଟଫର୍ମ, ପି.ଡି.ଏଫ୍ ଆଉ ୱେବସାଇଟ୍ ଭଳି ବହୁବିଧ ରୂପରେ। ଏହି ସମସ୍ତ ବିକଳ୍ପ ମଧ୍ୟଦେଇ ସାହିତ୍ୟ ନିଜକୁ ପ୍ରକାଶ କରିବା ପାଇଁ ବାଟ ଖୋଜୁଛି। ତେବେ ମୁଖ୍ୟ ପ୍ରଶ୍ନ ହେଲା, ଏହି ଆହ୍ୱାନର ସମ୍ମୁଖୀନ ହେବା ପାଇଁ ଆଜିର ଓଡ଼ିଆ ଭାଷାର ସାହିତ୍ୟ କେତେଦୂର ପ୍ରସ୍ତୁତ?
ବିଶ୍ୱସାରା ଡିଜିଟାଲ୍ ପ୍ରଣାଳୀରେ ବହି ପଢ଼ିବାର ପ୍ରବୃତ୍ତି ଯଦିଓ ଏବେ ସୁଦ୍ଧା ମୁଦ୍ରିତ ବହି ପଢ଼ିବାର ଆଦରକୁ ଟପିପାରିନାହିଁ ସେହିଦିନ ବେଶି ଦୂର ନୁହେଁ। ଯୁକ୍ତରାଷ୍ଟ୍ର ଆମେରିକାରେ ପାଠକମାନଙ୍କ ମଧ୍ୟରେ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଥିବା ଏକ ରୋଚକ ତଥ୍ୟ ଅନୁଯାୟୀ ସେଠାକାର ୯% ଜଣ ପାଠକ ଏବେ କେବଳ ଡିଜିଟାଲ ପୁସ୍ତକ ହିଁ ପଢ଼ନ୍ତି, ଅର୍ଥାତ୍ ସେମାନେ ମୁଦ୍ରିତ ପୁସ୍ତକ ଜମାରୁ ପଢ଼ନ୍ତି ନାହିଁ। ଆଉ ମଧ୍ୟ କୁହାଯାଇଛି ଯେ ଆଉ ଚାରିବର୍ଷ ପରେ ମୁଦ୍ରିତ ପୁସ୍ତକ ୧୯୦ କୋଟି ପାଠକଙ୍କ ପାଖରେ ପହଞ୍ଚିବାର ସମ୍ଭାବନା ଥିବାବେଳେ ଡିଜିଟାଲ ପୁସ୍ତକ ପହଞ୍ଚିବ ୧୨୦ କୋଟି ଜଣଙ୍କ ନିକଟରେ। ଏଥିରୁ ଜଣାଯାଏ ଯେ ଅଦୂର ଭବିଷ୍ୟତରେ ମୁଦ୍ରିତ ପୁସ୍ତକ ଓ ଡିଜିଟାଲ ପୁସ୍ତକର ପାଠକସଂଖ୍ୟାରେ ଥିବା ବ୍ୟବଧାନ ବହୁତ କମିଯିବ।
କଥା ହେଲା, ଏହି ପ୍ରେକ୍ଷାପଟରେ ଓଡ଼ିଆ ପାଠକମାନଙ୍କର ସ୍ଥିତି କ’ଣ? ‘ସୃଜନିକା’ ତଥା ‘ଓଡ଼ିଆ ବିଭବ’ ୱେବ୍‌ପୋର୍ଟାଲ ପି.ଡି.ଏଫ୍ ଭଳି ଏକ ସ୍ଥୂଳ ଫର୍ମାଟ୍ ଜରିଆରେ ପ୍ରାୟ ୧୭,୦୦୦ ଓଡ଼ିଆ ବହି … >ଆଗକୁ ପଢନ୍ତୁ >

Leave a Reply

Your email address will not be published. Required fields are marked *