ଦେଖ, ଦେଖ ହେ ବିହଙ୍ଗ ମୁଁ ବି ପାରେ ଉଡ଼ି !


ପାଦ ଟେକି ଦେଇଛି ମୁଁ ହାତ ଅଛି ଭିଡ଼ି
ଭାରସାମ୍ୟ ରକ୍ଷା କରି ଛାଏଁ ଯାଏ ଗଡ଼ି
ନୟନ ଓ ମନୋଯୋଗ ପଥେ ସ୍ଥିର କରି
ପର୍ବତ ଢାଲୁରେ ଯାଏ ପବନକୁ ଚିରି
କ୍ଷିପ୍ର ଗତି ମୋର ଧୀରେ ହୁଏ କ୍ଷିପ୍ରତର
ପହଞ୍ଚିବା ଯାଏଁ ମନ ସେହି ଉଚ୍ଚତମ ସ୍ତର
ଉଲ୍ଲାସେ ଉଛୁଳେ ଶ୍ୱାସ, କଣ୍ଠ ଦିଏ ରଡ଼ି:
“ଦେଖ, ଦେଖ ହେ ବିହଙ୍ଗ ମୁଁ ବି ପାରେ ଉଡ଼ି!”

ଏ କି ସେହି ଦିବ୍ୟ ଖୁସି କହିଥାନ୍ତି ଲୋକ
ହାତେ ମୋର ସ୍ୱର୍ଣ୍ଣକ୍ଷଣ ହୋଇ ବି ବାଳକ
ବର୍ଣିବି ତୋ କ୍ଷୁଦ୍ର ପ୍ରାଣ ପୁଲକ ବିଭବ
ପକ୍ଷଯୁକ୍ତ ପ୍ରାଣୀ ରେ ତୋ ମୁଗ୍ଧ ଅନୁଭବ
ନିଜକୁ ପଚାରି ଦେଖ କେଡ଼େ ଅବିଚାର
ବିଭୁଦତ୍ତ ଖୁସି ଯତ୍ର ମିଳେ ବେସୁମାର
ବରଫ ଚଟାଣ କ୍ରୀଡ଼ା ଖୋଜେ ସମତଳ
ଲୌହ ପଦବନ୍ଧନଠୁଁ ନୁହେଁ ଏହା ଭଲ?
ବେଗ ମୋର ଏବେ ଧୀରେ ହୁଅଇ ମନ୍ଥର
ପବନ ନୌକାରେ ଭାସେ ଯେପରି ଅନ୍ତର
ଚକ ଗଡୁଥିବା ଯାଏଁ ଏହି ଖୁସି ମୋର
ତା ପରେ ମୋ ଦୁଇ ପାଦ ହୋଇବେ ତତ୍ପର
ହାୟ, ଦୀର୍ଘ ଗିରିପଥ ସରିଯାଏ ଶେଷେ
ଉଚ୍ଚତମ ଶିଖର ବି ସରେ ପାଦଦେଶେ
ଆରୋହେ ଯେ ଗିରି ନେଇ କଠିନତା କୋଳେ
ତା ପାଇଁ ଶିଖରେ ଥୁଆ ସଦା ଡେଣା ହଳେ
ମୂଳ ଇଂରାଜୀ କବିତା:
Going Down the Hill on a Bicycle
By Henry Charles Beeching
With lifted feet, hands still,
I am poised,and down the hill,
Dart, with heedful mind;
The air goes by in a wind.
Swifter and yet more swift,
Till the heart with a mighty lift
Makes the lungs laugh, the throat cry:
O bird, see; see, bird, I fly.

Is this, is this your joy?
O bird, then I, though a boy,
For a golden moment share
Your feathery life in air!
Say, heart, is there aught like this,
In a world that is full of bliss?
‘Tis more than skating, bound
Steel-shod to the level ground.
Speed slackens now, I float
Awhile in my airy boat;
Till,when the wheels scarce crawl
My feet to the treadles fall.
Alas, that the longest hill
Must end in a vale; but still,
Who climbs with toil,wheresoe’er,
Shall find wings waiting there.
ଖୁବ ଭଲ ଲାଗୁଛି। ନମସ୍କାର ନେବେ। 🙏
ଅନେକ ଅନେକ ଧନ୍ୟବାଦ ଅଭିମତ ପାଇଁ!
ଦକ୍ଷ ଓ ବିଶ୍ବସ୍ତ ଭାଷାଂତର ହୋଇଛି। ଓଡ଼ିଆ ରୂପ ପଢ଼ିଲେ ଓଡ଼ିଆ ଭଳି ଲାଗୁଛି।
ଧନ୍ୟବାଦ୍, ସାର୍!
ଆପଣଙ୍କ ମୂଲ୍ୟବାନ ଟିପ୍ପଣୀ ମୋ ପାଇଁ ଏକ ପ୍ରମାଣ ପତ୍ର ସ୍ୱରୂପ।
ସୁନ୍ଦର
ଧନ୍ଯବାଦ, ଆଜ୍ଞା!
Chamatkar Anubad. Congratulations Bhai
ଧନ୍ୟବାଦ, ଜାକୀର ଭାଇ!💕💕❤️