ନରମାୟା

ସେ ଅବଶେଷରେ ଭଗବାନଙ୍କ ପିତାମାତା ହେବାପାଇଁ ଉପଯୁକ୍ତ ଦମ୍ପତିଟିଏ ପାଇଗଲେ।

ହରେକୃଷ୍ଣ ସାହୁ

ଥରେ ଭଗବାନ ମର୍ତ୍ତ୍ୟମଣ୍ଡଳରେ ଜନ୍ମଗ୍ରହଣ କରି ଲୀଳାଖେଳା କରିବାକୁ ଇଚ୍ଛା କଲେ। ସେଥିପାଇଁ ଉପଯୁକ୍ତ ମାତା ଓ ପିତା ସନ୍ଧାନରେ ନାରଦ ମର୍ତ୍ତ୍ୟକୁ ଆସିଲେ। ପୃଥିବୀର ବିଭିନ୍ନ ସ୍ଥାନ ଭ୍ରମଣ କରି ଶେଷରେ ଭାରତ ଭୂମିରେ ପହଞ୍ଚିଲେ। ଅବଶେଷରେ ଭଗବାନଙ୍କ ପିତାମାତା ହେବାପାଇଁ ଉପଯୁକ୍ତ ଦମ୍ପତିଟିଏ ପାଇଲେ। ସେମାନେ ଚରିତ୍ରବାନ, ଗୁଣବାନ, ଧନବାନ, ଶିକ୍ଷିତ ଓ ମାର୍ଜିତ ମଣିଷ ହିସାବରେ ଗଣାଯାଉଥିଲେ।
ନାରଦ ଅନୁମାନ କରି ଦେଖିଲେ ଯଦି ଭଗବାନ ଏହି ଦମ୍ପତିଙ୍କର ସନ୍ତାନ ହିସାବରେ ଜନ୍ମଗ୍ରହଣ କରନ୍ତି ତେବେ ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହେବ ଓ ନିଜର ଇଚ୍ଛା ଅନୁଯାୟୀ ସଂସାର ନିମନ୍ତେ କାର୍ଯ୍ୟ କରିବା ପାଇଁ ସୁଯୋଗ ମିଳିବ।
ନାରଦ ମର୍ତ୍ତ୍ୟରୁ ସ୍ୱର୍ଗକୁ ଫେରିଯାଇ ଏହି ଶୁଭ ସମ୍ବାଦଟି ଭଗବାନଙ୍କୁ ଶୁଣାଇଲେ।

ଭଗବାନ ତିଥି, ନକ୍ଷତ୍ର ଓ ଶୁଭ ମୁହୂର୍ତ୍ତ ଦେଖି ମର୍ତ୍ତ୍ୟର ସେହି ସୁପୁରୁଷଙ୍କ ଶୁକ୍ର ମାଧ୍ୟମରେ ମାତାଙ୍କ ଗର୍ଭରେ ଅବସ୍ଥାନ କଲେ।
ପ୍ରାୟ ମାସେ ପରେ ସେହି ମହିଳା ଜଣକ ଜାଣିଲେ ଗର୍ଭବତୀ ହୋଇଛନ୍ତି। ତେଣୁ ଚିନ୍ତିତ ହୋଇ ପଡ଼ିଲେ। କାରଣ ସେ ଦମ୍ପତିଟି ଆଉ ଗୋଟିଏ ସନ୍ତାନର ଜନକ ଜନନୀ ହେବାପାଇଁ ଇଚ୍ଛା କରୁ ନ ଥିଲେ। ତେଣୁ ଡାକ୍ତରଖାନାକୁ ଯାଇ ଗର୍ଭପାତ କରାଇଦେଲେ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମଇ, ୨୦୨୩ ସଂଖ୍ୟାରେ ପ୍ରକାଶିତ।)

2 thoughts on “ନରମାୟା

  1. ବର୍ତ୍ତମାନ ସମାଜରେ ଘଟୁଥିବା ଘଟଣାକୁ କଲମ ମୁନରେ ଫୁଟାଇପାରିଛନ୍ତି ଗାଳ୍ପିକ।

  2. ବହୁତ ବହୁତ ଭଲ ଲାଗିଲା l ଭଗବାନ ଆସିବେ ବୋଲି କିଛି ଲୋକ ସନ୍ତାନ ସନ୍ତତିରେ 🆆︎🅾︎🆁︎🅻︎🅳︎ 🆁︎🅴︎🅲︎🅾︎🆁︎🅳︎ କରୁଛନ୍ତି।
    କିନ୍ତୁ ……

Leave a Reply

Your email address will not be published. Required fields are marked *