କ କହୁଚି କ

ଜାକିର୍ ଖାନ୍

.

… କହିଲେ କଠଉ

ମା କରିଚି ପିଠଉ।

କା … କହିଲେ କାଉ

ଗୀତ କିଏ ଗାଉ।

କି … କହିଲେ କିଛି

କାମ କର ବାଛି।

କୀ … କହିଲେ କୀଟ

କର ନାହିଁ ନାଟ।

କୁ … କହିଲେ କୁକୁର

ବିଲୁଆଟି ଚତୁର।

କୂ … କହିଲେ କୂପ

ଆ କହିବି ଗପ।

କୃ … କହିଲେ କୃଷକ

ସଫା ରଖ ପୋଷାକ।

କେ … କହିଲେ କେଶ।  

ଉଡିଗଲା ହସ।

କୈ … କହିଲେ କୈଳାସ

କରିବାନି ବିଳାସ।

କୋ … କହିଲେ କୋଳି

ଖାଅ ନିଜେ ତୋଳି।

କୌ … କହିଲେ କୌତୁକ

ଚୋର ନେଲା ଯୌତୁକ।

କଂ କହିଲେ କଂସ

ଭାତ ଖାଏ ହଂସ।

କଃ …କାଃ କୁଃ

କଁ … କାଁ କିଁ

କ୍ର … କ୍ରି କ୍ରୁ

କ୍ଲ … କ୍ଲି କ୍ଲେ

କ୍ୱ … କ୍ୱା କ୍ବୁ

ଚାଲ ମାରିବା ଛୁ…।

(ଶିଶୁମାନଙ୍କୁ ଗୀତ ମାଧ୍ୟମରେ ଓଡ଼ିଆ ମାତ୍ରା ଶିଖାଇବା ପାଇଁ କବି ଜାକିର୍ ଖାନ୍ ଙ୍କ ଏକ ଅଭିନବ ପ୍ରୟାସ । )

13 thoughts on “କ କହୁଚି କ

  1. Cute combination of words containing fun. Quite interesting for the children to learn. Good effort.

  2. ବହୁତ ସୁନ୍ଦର ପ୍ରୟାସ । ମନେ ପଡ଼ିଲା ପିଲା ଦିନ । ଅରଣା ମଇଁଶି ରହିଛି ଅନାଇଁ । ପରବର୍ତ୍ତୀ ସମୟର ଟେଲିଫୋନ ର ମଜା , ଟାଇଲ ଛପର ଘର ନିଆଁକୁ ନଥାଏ ଡ଼ର ।

  3. ମତେ ଜଣାଅଛି,ତୋର ସାହିତ୍ୟ ର କ୍ଷେତ୍ରଫଳ କେତେ ବିସ୍ତୃତ..!
    ତୋର ସଫଳତା ପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା..!

  4. ସୁନ୍ଦର ସୃଷ୍ଟି, ଅପୂର୍ବ ରଚନା, କବିତାଟି ଖୁବ୍ ମନଛୁଆଁ।

  5. ଜାକିର ବାବୁଙ୍କ ସଫଳ ପ୍ରୟୋଗ ଭଲ ଲାଗିଲା ।

Leave a Reply

Your email address will not be published. Required fields are marked *