ଆସି ପାରିବନି କରୋନା

ବୃନ୍ଦାବନ ପ୍ରଧାନ

ମାସ୍କ ପିନ୍ଧି ଦୁଇ ଗଜରେ ରହି
ଥର ଥର ସାବୁନରେ ହାତ ଧୁଅଇ ମୁହିଁ  ।
କରୋନା କୁ ମୋର ନାହିଁଟି ଡର
ପାଖ ମାଡିବନି କରୋନା ଅସୁର  ।।


ଘରୁ ଗୋଡ ମୁହିଁ କାଢିବି ନାହିଁ
ଘରେ ଥାଇ କାମ କରିବି ମୁହିଁ  ।
ଏହି ଉପଦେଶ ରକ୍ଷା କର ମୋହର
ଆସିପାରିବନି କରୋନା ଅସୁର  ।।
ଗହଳି ସ୍ଥାନରୁ ଦୂରେ ରହିବ
ହାତ ନ ମିଳାଇ ନମସ୍କାର କରିବ ।
ଅଜଣା ଲୋକକୁ କେବେ ନଁ ଛୁଇଁବ
କରୋନା ତମଠୁ ଦୁରେଇ ଯିବ।।
ଘରେ ଘରେ ବସି ପାଠ ପଢିବ
ମନ ଧ୍ୟାନ ଦେଇ କାମ କରିବ।

ଆସିଛି ଆଜି କରୋନା ବୋଲି
ପାଠକୁ କେବେ ନ ଯିବ ଭୁଲି। ।
ସାମାଜିକ ଦୂରତା କୁ ରକ୍ଷା କରିବା
କରୋନା ଠୁ ଦୂରେ ରହିବା  ।
ଆସ ଆସ ଭାଇ ଏକାଠି ହେବା
କରୋନା କୁ ଆଜି ହଟାଇ ଦେବା।

3 thoughts on “ଆସି ପାରିବନି କରୋନା

Leave a Reply

Your email address will not be published. Required fields are marked *