ଶ୍ରୀରାମ ଠାକୁର

ଅନ୍ନଦା ତ୍ରିପାଠୀ

ପ୍ରଭୁ ଲୀଳାମୟ ଶ୍ରୀରାମ ଠାକୁର
ଭକତ ପ୍ରେମରେ ବନ୍ଧା
ଦୁଃଖ ନାଶକାରୀ ସୁଖ ପ୍ରଦାୟକ
ହରନ୍ତି ସକଳ ବାଧା !!
ପୂଣ୍ୟତୋୟା ନଦୀ ସରଯୁ ତଟରେ
ପୂଣ୍ୟ ଅଯୋଧ୍ୟା କଟକ
ସୂର୍ଯ୍ୟବଂଶେ ସୂର୍ଯ୍ୟ ଉଦିତ ହୋଇଲେ
ନିରଗୁଣ ବ୍ରହ୍ମ ପ୍ରତୀକ !

‘ର’ -ଅଗ୍ନିଵୀଜ ‘ଆ’ -ସୂର୍ଯ୍ୟଵୀଜ
‘ମ’କାର ଯେ ଚନ୍ଦ୍ରଵୀଜ
ର ଆ ମ ଛନ୍ଦିତ ତ୍ରିଗୁଣ ଵୀଜ ହିଁ
ରାମ ନାମର ମାଧୂର୍ଯ୍ୟ!
ସତ୍ତ୍ୱ,ରଜ,ତମ ଗୁଣର ଉର୍ଦ୍ଧରେ
ଅଗୁଣ ବୋଲାଏ ସେହି
ନର ନାରାୟଣ ପୁଣ୍ୟାତ୍ମା ପୁରୁଷ
ଭକତର ଭାବଗ୍ରାହୀ !
ଯା’ର ନାମ ଗୁଣ ତତ୍ତ୍ୱ ଲୀଳା ମାନ
ଦେବେ ନପାରିଲେ ଚିନ୍ତି
ଅନନ୍ତ ଲୀଳାକୁ ବ୍ୟାଖ୍ୟା କେ କରିବ
ସ୍ୱୟଂ ଯିଏ ଜ୍ଞାନ ମୂର୍ତ୍ତି!
ବିଶ୍ୱକାନ୍ତି ସାର ଶୋଭା ଅନୁପମ
ଦର୍ଶନେ ଆତ୍ମ ବିଭୋର
ଶାନ୍ତ କାନ୍ତ କୋଟି କମନୀୟ ରୂପ
ଶାଶ୍ୱତ ପ୍ରେମ ଠାକୁର !
ଭଵ ବନ୍ଧନରୁ ପାରିକର ପ୍ରଭୁ
ଶ୍ରୀଚରଣେ ନିବେଦନ
ତଵ ଧ୍ୟାନେ ମନ କରିଣ ମଗନ
ଭକ୍ତି ଢାଳେ ଅକିଞ୍ଚନ !

One thought on “ଶ୍ରୀରାମ ଠାକୁର

Leave a Reply

Your email address will not be published. Required fields are marked *