କୁହ ଚକାଆଖି

ପୁଷ୍ପାଞ୍ଜଳି ବାରିକ

କୁହ ଚକାଆଖି ଆଜି ପଚାରୁଛି
ଗୃହ ବନ୍ଦୀଶାଳେ ରହି ,
ନିଜ ହାତ ଗଢା ନିଜ ସଂସାରକୁ
ଭାଙ୍ଗି ଦେଉଅଛ କାହି ।
କୁହ ଚକାଆଖି……..

କେଉଁଠୁ ଆସିଲା
କିଏ ସେ କୋରୋନା
କିଏ କହେ ପୁଣି
ଘର ତା ଚାଇନା
ବିଦେଶରୁ ଆସି
ଦେଶରେ ରହିଲା
ବିନା ନିମନ୍ତ୍ରଣେ
ଅତିଥି ସାଜିଲା
ଦ୍ବାରେ ଦ୍ବାରେ ବୁଲୁଅଛି
ସଭିଙ୍କ ପ୍ରାଣ ନେଉଛି
ଏ ମହାସଙ୍କଟୁ ନାଥ
କର ହେ ପାରି….
କୁହ ଚକାଆଖି………

ଆମେ ପରା ତୁମ
ଅଝଟ ସନ୍ତାନ
କିପରି ବଞ୍ଚିବୁ
କର ସମାଧାନ
ଯୁଆଡେ ଚାହିଁଲେ
ଦିଶେ ଅନ୍ଧକାର
ନର ଠାରୁ କୀଟ
ସର୍ବେ ଏକାକାର
ଗୋବର୍ଦ୍ଧନ ଟେକିଦେଲ
ପୁତନା କ୍ଷୀର ଶୋଷିଲ
କୋରୋନାକୁ କିମ୍ପା ପ୍ରଭୂ
ଯାଉଛ ଡରି ….……

କଳୀଯୁଗ ଅନ୍ତ
ହୋଇବକି ଆଉ
ପ୍ରଭୂ ତୁମ ନାମ
ଧରି ପ୍ରାଣ ଯାଉ
ଦ୍ବାପର ସରିଲା
ମଦିରା ପାନରେ
କଳୀର ଶେଷ କି
କୋରନା ବିଷରେ
ଚରଣେ ଶରଣ ଦିଅ
ଆହେ ପ୍ରଭୂ ଦୟାମୟ
ତୁମ ଈଚ୍ଛା ପୂର୍ଣ୍ଣ ହେଉ
ହେ ଚକ୍ରଧାରୀ …….
କୁହ ଚକାଆଖି……..

Leave a Reply

Your email address will not be published. Required fields are marked *