Forum Replies Created
-
AuthorPosts
-
debashis
Participantଲୋକ ସାହିତ୍ୟର ପ୍ରମୁଖ ବିଭାଗ ହେଉଛି ଢଗଢମାଳି। କାହିଁ କେଉଁ କାଳରୁ ଏହା ମୁଖରୁ ମୁଖକୁ ପ୍ରସାରିତ ହେଉଛି। ଆଜିକାଲି ପିଲାମାନେ ଢଗଢମାଳିକୁ ପ୍ରାୟତଃ ଭୁଲିଗଲେଣି। ମାତ୍ର ଗାଁ ଗାଉଁଲିରେ ଏହାର ପ୍ରଚଳନ ଏବେ ମଧ୍ୟ ଦେଖିବାକୁ ମିଳେ। ଆମେ କଥା କଥାରେ ଛୋଟଛୋଟ ଢଗକୁ ପ୍ରୟୋଗ କଲେ ଏହା ବଞ୍ଚିରହିବ।
debashis
Participantସାହିତ୍ୟ ପତ୍ରିକା କହିଲେ କେବଳ ଯେ ପ୍ରବନ୍ଧ ସାହିତ୍ୟକୁ ବୁଝାଇବ ତାହା ନୁହେଁ, ବରଂ ସାହିତ୍ୟର ପ୍ରାୟ ସମସ୍ତ ବିଭାଗ ସ୍ଥାନ ପାଉଥିବା ଆବଶ୍ୟକ।
debashis
Participantନୋବେଲ ବଦଳରେ ଯଦି ଅଧିକ ନୋବେଲା ଲେଖାଯାନ୍ତା, ତେବେ ଅଧିକ ପାଠକୀୟ ଆଦୃତି ପାଇପାରନ୍ତା। ଏବଂ ପାଠକମାନେ ମଧ୍ୟ କମ୍ ସମୟରେ ଅଧିକ ରଚନା ପଢ଼ିପାରନ୍ତେ।
debashis
Participantମଞ୍ଚ ଓ ନାଟକ ହେଉଛି ସଂସ୍କୃତିର ରକ୍ଷାକବଚ ସଦୃଶ। ନାଟକଟିଏ ମଞ୍ଚ ଉପରେ ଅଭିନୟ ହେବାପରେ ଜୀବସତ୍ତା ଲାଭ କରିଥାଏ।
debashis
Participant‘କଥା ସାହିତ୍ୟର କଳା ଓ କାରିଗରୀ’ ପୁସ୍ତକଟି ସମସ୍ତଙ୍କ ପାଇଁ ଅତ୍ୟନ୍ତ ଉପାଦେୟ।
debashis
Participantପତ୍ରପତ୍ରିକାର ମୁଦ୍ରିତ ଲେଖା ପଢ଼ିବା ପାଇଁ ପାଠକମାନଙ୍କର ଆଗ୍ରହ ଆସିବା ଆବଶ୍ୟକ। ପତ୍ରିକାଟିକୁ ହାତରେ ଧରି ପଢ଼ିବା ଦ୍ଵାରା ଏକ ନିଆରା ଅନୁଭବ ସୃଷ୍ଟି ହେବ।
debashis
Participantଓଡିଆ ଭାଷାକୁ ବଞ୍ଚାଇବାକୁ ହେଲେ ପ୍ରତିକ୍ଷେତ୍ରରେ କାମ କରିବାକୁ ପଡିବ।
debashis
Participantଯେଉଁ ଭାଷା ସବୁବେଳେ ଅନ୍ୟ ଭାଷା ମାନଙ୍କରୁ ଶବ୍ଦାବଳୀ ଆହରଣ କରି ନିଜ ଭାଷା ମଧ୍ୟରେ ମିଶେଇ ନୂଆ ଶବ୍ଦାବଳୀ ସୃଷ୍ଟି କରିଥାଏ, ସେହି ଭାଷାର ଶବ୍ଦକୋଷ ସେତେ ବୃଦ୍ଧି ହୋଇଥାଏ। ତେବେ ବିଦେଶୀ ଭାଷା ହେଉ ବା ଆମର କୌଣସି ଦେଶୀୟ ଭାଷା ହେଉ, ମିଶ୍ରଣ ଫଳରେ ଭାଷା ସମୃଦ୍ଧ ହେବ।
debashis
Participantଯେଉଁମାନେ ସାହିତ୍ୟକୁ କ୍ଳିଷ୍ଟ ବୋଲି ଭାବୁଛନ୍ତି ସେମାନଙ୍କ ପାଖରେ ସାହିତ୍ୟ ଅତି ସହଜରେ ପହଞ୍ଚିପାରିବ।
-
This reply was modified 1 year, 1 month ago by
debashis.
debashis
Participantଦିନ ଥିଲା ଲୋକମାନେ ଗୀତିଧର୍ମୀ ଛନ୍ଦୋବଦ୍ଧ କବିତା ରଚନା କରୁଥିଲେ। ଆଧୁନିକ କବିତା ଲେଖା ହେବା ପରେ ଗଦ୍ୟ କବିତା ଲେଖିବା ଆରମ୍ଭ କଲେ। ବର୍ତମାନ ଲୋକମାନେ ପୁନଃ ସେଇ ପୁରୁଣା ଶୈଳୀରେ ଚଉପଦୀ, ଚଉତିଶା, କୋଇଲି, ଜଣାଣ ଆଦି ଗୀତି କବିତା ମାନ ରଚନା କଲେଣି। ଯାହା ପାଠକମାନଙ୍କ ମନକୁ ଆନନ୍ଦ ପ୍ରଦାନ କରିପାରୁଛି।
debashis
Participantଓଡିଆ ଉପନ୍ୟାସ ଧାରାରେ ବୈଷ୍ଣବଚରଣ ଦାସଙ୍କ ‘ମନେ ମନେ'(୧୯୨୬)କୁ ପ୍ରଥମ ଚେତନାପ୍ରବାହ ଉପନ୍ୟାସ ଭାବେ ପରିଗଣିତ କରାଯାଏ। ପରେପରେ ମଲାଜହ୍ନ, ମନର ଭୂତ, ପ୍ରତିହିଂସା, ମରୁର ଷଠି, ଭୁଲ, ଜିଅନ୍ତା ମଣିଷ, ଜଳନ୍ତା ନିଆଁ, ଜୁଆର ଭଟ୍ଟା, ଜୀବନ ମରଣ, ସହର ମଫସଲ, ଶାସ୍ତି, ଝଞ୍ଜା, ମନ ମନ୍ଥନ, ନର କିନ୍ନର, ଶତାବ୍ଦୀର ନଚିକେତା, ମୃଗତୃଷ୍ଣା, ନେପଥ୍ୟେ, କେଶବତୀ କନ୍ୟା, ଚହଲା ପାଣିର ଢେଉ, ସୁଢଙ୍ଗ ଶେଷରେ ସୂର୍ୟୋଦୟ, ଧରା ଓ ଧାରା, ତାମସୀ ରାଧା, ନେତି ଓ ନେତି, ହଂସଗୀତି, ମନ ଅନ୍ତରାଳେ, ମନ ମୟୁରୀ, ସ୍ମୃତି ମନ୍ଥନ, ଏମନ ସେମନ, ଅନନ୍ତିକା, ଅନ୍ଧାର ଘରେ,କାନ୍ତରା ବାବୁ, ପତିତାର ଆତ୍ମକଥା, ଦେହାତୀତ, ଅସୂର୍ୟ ଉପନିବେଶ, ଅନ୍ଧମୁହାଣୀ, ଖେଳ, ପାପ ପରି ନିଜର, ବଢିପାଣିର ଦାନ୍ତ, ଅସୁର, ଲୟ ବିଲୟ, ସାତୋଟି ଦିନର ସତୀ ଓ ଢେଉ ଢେଉକା ଆଦି ଉପନ୍ୟାସରେ ଏହି ଧାରା ଦେଖିବାକୁ ମିଳେ।
debashis
Participantସଫଳ ନାରୀ ନାଟ୍ୟକାର ଭାବେ ଆମେ ପ୍ରଥମ ପର୍ଯ୍ୟାୟରେ ସୀତାଦେବୀ ଖାଡଙ୍ଗା ଏବଂ ସରଳା ଦେବୀଙ୍କୁ ପାଇବା।
ସୀତାଦେବୀ ପ୍ରଥମେ ନିଜ ସ୍ଵାମୀଙ୍କ ସହ ବ୍ରହ୍ମପୁରରେ ଏକ ରଙ୍ଗମଞ୍ଚ ପ୍ରତିଷ୍ଠା କରିଥିଲେ। ପରେ ପରେ ସେ ରଚନା କରିଥିଲେ ସହୋଦର, ନାରୀ, ପୋଷ୍ୟପୁତ୍ର, ନୈଷ୍ଠିକ, ନିଷ୍ପତି, ପ୍ରାଚୀନପନ୍ଥୀ, କ୍ଷୁଧାରପୀଡ଼ା, ମତୃହୀନା, ଶକୁନ୍ତଳା, ହରିଶ୍ଚନ୍ଦ୍ର ଓ ସୀତା ନିର୍ବାସନ ଭଳି ନାଟକ ମାନ।
ସେହିପରି ସରଳା ଦେବୀ ମଧ୍ୟ ସୁରସୁନ୍ଦରୀ, ପ୍ରେମମହିମା, ପୂର୍ବରାଗ, ତରଣୀସେନ୍, ମାଳତୀମାଧବ, କରମାବାଈ, ଜନାବାଈ, ତୁଳସୀଦାସ, ମିଳନବଂଶୀ ଓ ଥୁଣ୍ଟାଜଗନ୍ନାଥ। ଏହାସହ କାଳିଦାସଙ୍କ ‘ମାଳବିକାଗ୍ନିମିତ୍ରମ୍’, ଭାସଙ୍କ ‘ସ୍ବପ୍ନବାସବଦତ୍ତା’ କୁ ଅନୁବାଦ କରିଥିଲେ।2023-09-24 at 8:56 pm in reply to: ବିଶ୍ଵ ସାହିତ୍ୟରେ ତୁଳନାତ୍ମକ ସାହିତ୍ୟର ଆବଶ୍ୟକତା କଣ ପାଇଁ ପଡିଲା ? #11105debashis
Participantତେବେ ଆମେ କାହା ସହ କାହାକୁ ତୁଳନା କରିପାରିବା ?
debashis
Participantହଁ, ଓଡିଆ ଭାଷା ହଜିଯାଉଛି ଅନ୍ୟ ଭାଷା ମାନଙ୍କର ଭିଡ ଫଳରେ। ଆମେ ଆମ ନିତିଦିନିଆ ଜୀବନରେ ବ୍ୟବହାର କରୁଥିବା ଅଧିକାଂଶ ଶବ୍ଦ ଇଂରାଜୀ ବା ଇଂରାଜୀ ପ୍ରଭାବିତ। ଲେଖିଲାବେଳେ ମଧ୍ୟ ଆମେ ଓଡିଆ ଶବ୍ଦ ବ୍ୟବହାର ନକରି ପ୍ରାୟତଃ ଇଂରାଜୀ ବା ହିନ୍ଦୀ ଶବ୍ଦ ବ୍ୟବହାର କରୁଛେ। ଯାହା ଫଳରେ ଆମ ଓଡିଆ ଭାଷା ଧୀରେଧୀରେ ମରିଯାଉଛି। ଆମେ ଯଦି ଶପଥ ନେବା କି ଓଡିଆରେ ପଢିବା, ଓଡିଆରେ କହିବା, ଓଡିଆରେ ଲେଖିବା,ଏବଂ ଇଂରାଜୀ ଶବ୍ଦକୁ ଅତିଆବଶ୍ୟକ ସମୟରେ ବ୍ୟବହାର କରି ଆଉସବୁବେଳେ ଓଡିଆ ଭାଷାକୁ ବ୍ୟବହାର କଲେ ଓଡିଆ ଭାଷାର ନିଶ୍ଚିନ୍ତ ଉନ୍ନତି ହୋଇପାରିବ।
debashis
Participantଭଗବତ ଓଡିଆ ଜାତିର ପ୍ରାଣକେନ୍ଦ୍ର| ସାକ୍ଷରତା ବଢେଇବାରେ ଭାଗବତର ଭୂମିକା ବେଶ ଗୁରୁତ୍ଵପୂର୍ଣ୍ଣ|
-
This reply was modified 1 year, 1 month ago by
-
AuthorPosts