debashis

Forum Replies Created

Viewing 15 posts - 1 through 15 (of 18 total)
  • Author
    Posts
  • debashis
    Participant

    ଗଳ୍ପକୁ ହୃଦୟରୁ ଲେଖିଲେ ନିଶ୍ଚୟ ଭଲ ଗପ ହୋଇପାରିବ। କାହାଣୀ ଚୋରି କରି ବା କପି କରି ଲେଖିଲେ ଗପଟି ଭଲ ହେବନାହିଁ।

    debashis
    Participant

    ଭାଷାରେ ବିଦେଶୀ ଭାଷାର ମିଶ୍ରଣର ଆବଶ୍ୟକତା ଅଛି। ତାହେଲେ ଯାଇ ଭାଷା ଭଣ୍ଡାର ବୃଦ୍ଧି ପାଇପାରିବ।

    in reply to: ଓଡିଆ ଢଗଢମାଳୀ #20899
    debashis
    Participant

    ଲୋକ ସାହିତ୍ୟର ପ୍ରମୁଖ ବିଭାଗ ହେଉଛି ଢଗଢମାଳି। କାହିଁ କେଉଁ କାଳରୁ ଏହା ମୁଖରୁ ମୁଖକୁ ପ୍ରସାରିତ ହେଉଛି। ଆଜିକାଲି ପିଲାମାନେ ଢଗଢମାଳିକୁ ପ୍ରାୟତଃ ଭୁଲିଗଲେଣି। ମାତ୍ର ଗାଁ ଗାଉଁଲିରେ ଏହାର ପ୍ରଚଳନ ଏବେ ମଧ୍ୟ ଦେଖିବାକୁ ମିଳେ। ଆମେ କଥା କଥାରେ ଛୋଟଛୋଟ ଢଗକୁ ପ୍ରୟୋଗ କଲେ ଏହା ବଞ୍ଚିରହିବ।

    in reply to: ସାହିତ୍ୟ ପତ୍ରିକା #20713
    debashis
    Participant

    ସାହିତ୍ୟ ପତ୍ରିକା କହିଲେ କେବଳ ଯେ ପ୍ରବନ୍ଧ ସାହିତ୍ୟକୁ ବୁଝାଇବ ତାହା ନୁହେଁ, ବରଂ ସାହିତ୍ୟର ପ୍ରାୟ ସମସ୍ତ ବିଭାଗ ସ୍ଥାନ ପାଉଥିବା ଆବଶ୍ୟକ।

    in reply to: ନୋବେଲ ଓ ନୋବେଲା #20557
    debashis
    Participant

    ନୋବେଲ ବଦଳରେ ଯଦି ଅଧିକ ନୋବେଲା ଲେଖାଯାନ୍ତା, ତେବେ ଅଧିକ ପାଠକୀୟ ଆଦୃତି ପାଇପାରନ୍ତା। ଏବଂ ପାଠକମାନେ ମଧ୍ୟ କମ୍ ସମୟରେ ଅଧିକ ରଚନା ପଢ଼ିପାରନ୍ତେ।

    in reply to: ମଞ୍ଚ ନାଟକ #20512
    debashis
    Participant

    ମଞ୍ଚ ଓ ନାଟକ ହେଉଛି ସଂସ୍କୃତିର ରକ୍ଷାକବଚ ସଦୃଶ। ନାଟକଟିଏ ମଞ୍ଚ ଉପରେ ଅଭିନୟ ହେବାପରେ ଜୀବସତ୍ତା ଲାଭ କରିଥାଏ।

    in reply to: ଗଳ୍ପ ଲିଖନ କୌଶଳ #20395
    debashis
    Participant

    ‘କଥା ସାହିତ୍ୟର କଳା ଓ କାରିଗରୀ’ ପୁସ୍ତକଟି ସମସ୍ତଙ୍କ ପାଇଁ ଅତ୍ୟନ୍ତ ଉପାଦେୟ।

    debashis
    Participant

    ପତ୍ରପତ୍ରିକାର ମୁଦ୍ରିତ ଲେଖା ପଢ଼ିବା ପାଇଁ ପାଠକମାନଙ୍କର ଆଗ୍ରହ ଆସିବା ଆବଶ୍ୟକ। ପତ୍ରିକାଟିକୁ ହାତରେ ଧରି ପଢ଼ିବା ଦ୍ଵାରା ଏକ ନିଆରା ଅନୁଭବ ସୃଷ୍ଟି ହେବ।

    in reply to: ଓଡିଆ ଭାଷାର ସୁରକ୍ଷା #19715
    debashis
    Participant

    ଓଡିଆ ଭାଷାକୁ ବଞ୍ଚାଇବାକୁ ହେଲେ ପ୍ରତିକ୍ଷେତ୍ରରେ କାମ କରିବାକୁ ପଡିବ।

    debashis
    Participant

    ଯେଉଁ ଭାଷା ସବୁବେଳେ ଅନ୍ୟ ଭାଷା ମାନଙ୍କରୁ ଶବ୍ଦାବଳୀ ଆହରଣ କରି ନିଜ ଭାଷା ମଧ୍ୟରେ ମିଶେଇ ନୂଆ ଶବ୍ଦାବଳୀ ସୃଷ୍ଟି କରିଥାଏ, ସେହି ଭାଷାର ଶବ୍ଦକୋଷ ସେତେ ବୃଦ୍ଧି ହୋଇଥାଏ। ତେବେ ବିଦେଶୀ ଭାଷା ହେଉ ବା ଆମର କୌଣସି ଦେଶୀୟ ଭାଷା ହେଉ, ମିଶ୍ରଣ ଫଳରେ ଭାଷା ସମୃଦ୍ଧ ହେବ।

    debashis
    Participant

    ଯେଉଁମାନେ ସାହିତ୍ୟକୁ କ୍ଳିଷ୍ଟ ବୋଲି ଭାବୁଛନ୍ତି ସେମାନଙ୍କ ପାଖରେ ସାହିତ୍ୟ ଅତି ସହଜରେ ପହଞ୍ଚିପାରିବ।

    • This reply was modified 1 year, 2 months ago by debashis.
    debashis
    Participant

    ଦିନ ଥିଲା ଲୋକମାନେ ଗୀତିଧର୍ମୀ ଛନ୍ଦୋବଦ୍ଧ କବିତା ରଚନା କରୁଥିଲେ। ଆଧୁନିକ କବିତା ଲେଖା ହେବା ପରେ ଗଦ୍ୟ କବିତା ଲେଖିବା ଆରମ୍ଭ କଲେ। ବର୍ତମାନ ଲୋକମାନେ ପୁନଃ ସେଇ ପୁରୁଣା ଶୈଳୀରେ ଚଉପଦୀ, ଚଉତିଶା, କୋଇଲି, ଜଣାଣ ଆଦି ଗୀତି କବିତା ମାନ ରଚନା କଲେଣି। ଯାହା ପାଠକମାନଙ୍କ ମନକୁ ଆନନ୍ଦ ପ୍ରଦାନ କରିପାରୁଛି।

    in reply to: ଚେତନା ପ୍ରବାହ #13309
    debashis
    Participant

    ଓଡିଆ ଉପନ୍ୟାସ ଧାରାରେ ବୈଷ୍ଣବଚରଣ ଦାସଙ୍କ ‘ମନେ ମନେ'(୧୯୨୬)କୁ ପ୍ରଥମ ଚେତନାପ୍ରବାହ ଉପନ୍ୟାସ ଭାବେ ପରିଗଣିତ କରାଯାଏ। ପରେପରେ ମଲାଜହ୍ନ, ମନର ଭୂତ, ପ୍ରତିହିଂସା, ମରୁର ଷଠି, ଭୁଲ, ଜିଅନ୍ତା ମଣିଷ, ଜଳନ୍ତା ନିଆଁ, ଜୁଆର ଭଟ୍ଟା, ଜୀବନ ମରଣ, ସହର ମଫସଲ, ଶାସ୍ତି, ଝଞ୍ଜା, ମନ ମନ୍ଥନ, ନର କିନ୍ନର, ଶତାବ୍ଦୀର ନଚିକେତା, ମୃଗତୃଷ୍ଣା, ନେପଥ୍ୟେ, କେଶବତୀ କନ୍ୟା, ଚହଲା ପାଣିର ଢେଉ, ସୁଢଙ୍ଗ ଶେଷରେ ସୂର୍ୟୋଦୟ, ଧରା ଓ ଧାରା, ତାମସୀ ରାଧା, ନେତି ଓ ନେତି, ହଂସଗୀତି, ମନ ଅନ୍ତରାଳେ, ମନ ମୟୁରୀ, ସ୍ମୃତି ମନ୍ଥନ, ଏମନ ସେମନ, ଅନନ୍ତିକା, ଅନ୍ଧାର ଘରେ,କାନ୍ତରା ବାବୁ, ପତିତାର ଆତ୍ମକଥା, ଦେହାତୀତ, ଅସୂର୍ୟ ଉପନିବେଶ, ଅନ୍ଧମୁହାଣୀ, ଖେଳ, ପାପ ପରି ନିଜର, ବଢିପାଣିର ଦାନ୍ତ, ଅସୁର, ଲୟ ବିଲୟ, ସାତୋଟି ଦିନର ସତୀ ଓ ଢେଉ ଢେଉକା ଆଦି ଉପନ୍ୟାସରେ ଏହି ଧାରା ଦେଖିବାକୁ ମିଳେ।

    in reply to: ନାରୀ ନାଟ୍ୟକାର #11523
    debashis
    Participant

    ସଫଳ ନାରୀ ନାଟ୍ୟକାର ଭାବେ ଆମେ ପ୍ରଥମ ପର୍ଯ୍ୟାୟରେ ସୀତାଦେବୀ ଖାଡଙ୍ଗା ଏବଂ ସରଳା ଦେବୀଙ୍କୁ ପାଇବା।
    ସୀତାଦେବୀ ପ୍ରଥମେ ନିଜ ସ୍ଵାମୀଙ୍କ ସହ ବ୍ରହ୍ମପୁରରେ ଏକ ରଙ୍ଗମଞ୍ଚ ପ୍ରତିଷ୍ଠା କରିଥିଲେ। ପରେ ପରେ ସେ ରଚନା କରିଥିଲେ ସହୋଦର, ନାରୀ, ପୋଷ୍ୟପୁତ୍ର, ନୈଷ୍ଠିକ, ନିଷ୍ପତି, ପ୍ରାଚୀନପନ୍ଥୀ, କ୍ଷୁଧାରପୀଡ଼ା, ମତୃହୀନା, ଶକୁନ୍ତଳା, ହରିଶ୍ଚନ୍ଦ୍ର ଓ ସୀତା ନିର୍ବାସନ ଭଳି ନାଟକ ମାନ।
    ସେହିପରି ସରଳା ଦେବୀ ମଧ୍ୟ ସୁରସୁନ୍ଦରୀ, ପ୍ରେମମହିମା, ପୂର୍ବରାଗ, ତରଣୀସେନ୍, ମାଳତୀମାଧବ, କରମାବାଈ, ଜନାବାଈ, ତୁଳସୀଦାସ, ମିଳନବଂଶୀ ଓ ଥୁଣ୍ଟାଜଗନ୍ନାଥ। ଏହାସହ କାଳିଦାସଙ୍କ ‘ମାଳବିକାଗ୍ନିମିତ୍ରମ୍’, ଭାସଙ୍କ ‘ସ୍ବପ୍ନବାସବଦତ୍ତା’ କୁ ଅନୁବାଦ କରିଥିଲେ।

    debashis
    Participant

    ତେବେ ଆମେ କାହା ସହ କାହାକୁ ତୁଳନା କରିପାରିବା ?

Viewing 15 posts - 1 through 15 (of 18 total)