ଓଡିଆ ଭାଷାରେ ବିଦେଶୀ ଭାଷାର ମିଶ୍ରଣ ବନ୍ଦ ହୋଇ ପାରିବ ନା ନାହିଁ

Odia Literary Magazine: ସାହିତ୍ୟ ଚର୍ଚ୍ଚା Forums Discussion Forum ଓଡିଆ ଭାଷାରେ ବିଦେଶୀ ଭାଷାର ମିଶ୍ରଣ ବନ୍ଦ ହୋଇ ପାରିବ ନା ନାହିଁ

Viewing 4 posts - 1 through 4 (of 4 total)
  • Author
    Posts
  • #17137
    G C Das
    Participant

    ଟେବୁଲ,ସାଇକେଲ ପରି ଅନେକ ନାମ ଇଂରାଜୀ ହେଲେ ମଧ୍ଯ ଗାଁ ଗହଳିରେ ସାଧାରଣ ଲୋକେ ଏହାକୁ ବ୍ଯବହାର କରୁଛନ୍ତି। ଏହା କଣ ବନ୍ଦ ହେବନି ?

    #17466
    Gopabandhu
    Participant

    ଭାଷା ସବୁବେଳେ ଆହରଣ ଏବଂ ସମୀକରଣ କରିଚାଲୁଥାଏ। ଭାଷା ଅନ୍ୟ ଭାଷା ମାନଙ୍କ ସହ ମିଶି ନୂଆ ଶବ୍ଦ ଗଠନ କରୁଥାଏ ତ କେତେବେଳେ ଅବ୍ୟବହୃତ ଶବ୍ଦାବଳୀ ମାନଙ୍କୁ ତ୍ୟାଗ କରିବାକୁ ପଡ଼ିଥାଏ। ଓଡ଼ିଆ ଭାଷାରେ ବିଦେଶୀ ଭାଷା ମିଶି ନୂଆ ଶବ୍ଦାବଳୀ ଗଠନ ହୋଇଥାଏ। ତେଣୁ ଭାଷାର ମିଶ୍ରଣ ଚାଲୁ ରହିବା ଆବଶ୍ୟକ।

    #17872
    debashis
    Participant

    ଯେଉଁ ଭାଷା ସବୁବେଳେ ଅନ୍ୟ ଭାଷା ମାନଙ୍କରୁ ଶବ୍ଦାବଳୀ ଆହରଣ କରି ନିଜ ଭାଷା ମଧ୍ୟରେ ମିଶେଇ ନୂଆ ଶବ୍ଦାବଳୀ ସୃଷ୍ଟି କରିଥାଏ, ସେହି ଭାଷାର ଶବ୍ଦକୋଷ ସେତେ ବୃଦ୍ଧି ହୋଇଥାଏ। ତେବେ ବିଦେଶୀ ଭାଷା ହେଉ ବା ଆମର କୌଣସି ଦେଶୀୟ ଭାଷା ହେଉ, ମିଶ୍ରଣ ଫଳରେ ଭାଷା ସମୃଦ୍ଧ ହେବ।

    #21785
    debashis
    Participant

    ଭାଷାରେ ବିଦେଶୀ ଭାଷାର ମିଶ୍ରଣର ଆବଶ୍ୟକତା ଅଛି। ତାହେଲେ ଯାଇ ଭାଷା ଭଣ୍ଡାର ବୃଦ୍ଧି ପାଇପାରିବ।

Viewing 4 posts - 1 through 4 (of 4 total)
  • You must be logged in to reply to this topic.