ଓଡିଆ ଢଗଢମାଳୀ

Viewing 4 posts - 1 through 4 (of 4 total)
  • Author
    Posts
  • #20533
    G C Das
    Participant

    ଓଡ଼ିଆ ଢଗଢମାଳୀ ହେଉଛି ପାରମ୍ପରିକ ଓଡ଼ିଆ ଲୋକସାହିତ୍ୟର ଏକ ଅମୂଲ୍ୟ ଅଂଶ, ଯାହା ସାମାଜିକ, ବ୍ୟାବହାରିକ ଏବଂ ଉପଦେଶାତ୍ମକ ବାର୍ତ୍ତା ପ୍ରଦାନ କରିଥାଏ। ଏହା ମୁଖ୍ୟତଃ ମୁଖ୍ୟ ନିଃସୃତ ହୋଇ ପିଢ଼ି ପରେ ପିଢ଼ି ଚାଲିଆସୁଛି, ଯେଉଁଥିରେ ପଦ୍ୟରେ ଶେଷ ଅକ୍ଷର ମେଳ (ଢଗ) ଥାଏ ଏବଂ ଢମାଳିରେ ତାହା ନଥାଇପାରେ । ଏବେ ଏହାର ଆଦର କମିବାର ଲାଗୁଛି ବୋଲି ଜଣାପଡୁଛି । ଏହାର କାରଣ ?

    #20534
    sahityacharcha
    Keymaster

    ମାତ୍ର କିଛିଦିନ ତଳେ ଡଃ. ଅଜୟ କୁମାର ମିଶ୍ରଙ୍କର ଏକ ଆଧୁନିକ ଢ଼ଗଢ଼ମାଳି ପୁସ୍ତକ ପ୍ରକାଶ ପାଇଛି ‘ତୁଣ୍ଡବାଣୀ’ ନାମରେ। ଏଥିରେ ଚଳନ୍ତି ସମୟର ନୂଆ ଢ଼ଗଢ଼ମାଳି ସବୁ ପଢ଼ିପାରିବେ।
    ଏମିତି ଆଉ କିଛି ବହି ଥିଲେ ମଧ୍ୟ ଅନ୍ୟମାନେ ଜଣାନ୍ତୁ।

    #20899
    debashis
    Participant

    ଲୋକ ସାହିତ୍ୟର ପ୍ରମୁଖ ବିଭାଗ ହେଉଛି ଢଗଢମାଳି। କାହିଁ କେଉଁ କାଳରୁ ଏହା ମୁଖରୁ ମୁଖକୁ ପ୍ରସାରିତ ହେଉଛି। ଆଜିକାଲି ପିଲାମାନେ ଢଗଢମାଳିକୁ ପ୍ରାୟତଃ ଭୁଲିଗଲେଣି। ମାତ୍ର ଗାଁ ଗାଉଁଲିରେ ଏହାର ପ୍ରଚଳନ ଏବେ ମଧ୍ୟ ଦେଖିବାକୁ ମିଳେ। ଆମେ କଥା କଥାରେ ଛୋଟଛୋଟ ଢଗକୁ ପ୍ରୟୋଗ କଲେ ଏହା ବଞ୍ଚିରହିବ।

    #21007
    Gopabandhu
    Participant

    ଗୋପାଳଚନ୍ଦ୍ର ପ୍ରହରାଜଙ୍କ ସଂକଳିତ ଢଗଢମାଳି ପୁସ୍ତକ ପଢ଼ିଲେ ଆମେ ଅନେକ ଢଗଢମାଳି ସମ୍ବଦ୍ଧରେ ଜାଣିପାରିବା।

Viewing 4 posts - 1 through 4 (of 4 total)
  • You must be logged in to reply to this topic.