“ଆଉ ବୟସ ମୋର କାହିଁ? ପାରିବି ପୁତ୍ର ଉପୁଜାଇ?“

ଅଭୟ ଦାଶର ଗୋଟାଏ ପୁରୁଣା ଅଭ୍ୟାସ ରାଶିଫଳ ଦେଖିବା। ଗାଁ’ରେ ବଢିଛି ତ ! ପିଲାଦିନୁ ସେଇଭଳି ଢଙ୍ଗରେ ଚଳିଆସିଛି। ପରୀକ୍ଷା ଦେବାକୁ ଯିବା କାଳରେ ଦହି ଗୁଡ଼ ଖାଇ ଯିବାକୁ କହନ୍ତି ଜେଜେ ବାପା ମା’ମାନେ। ଠାକୁର ଘରେ ମୁଣ୍ଡିଆ ମାରି ଯୁଆଡେ ଯାଉଛୁ ଯା, କହନ୍ତି ଗୁରୁଜନମାନେ। ମାନିବାକୁ ହୁଏ ତାଙ୍କ କଥା। ଖବରକାଗଜରେ ଦୈନିକ ରାଶିଫଳ ଗୋଟାଏ ସ୍ତମ୍ଭ ପ୍ରାୟ ଦେଖିବାକୁ ମିଳେ। ମାସିକ ତ୍ରୈମାସିକ ପତ୍ରିକାମାନଙ୍କରେ ମାସିକ ଓ ତ୍ରୈମାସିକ ରାଶିଫଳ ଦେଖିବାକୁ ମିଳିଥାଏ ! ଇଂରାଜୀ ଖବରକାଗଜମାନଙ୍କରେ ମଧ୍ୟ ଏପରି ଲେଖା ପ୍ରକାଶିତ ହେବା ଦେଖାଯାଏ। ‘ୟୋର୍ ହରୋସ୍କୋପ଼୍’, ‘ହ୍ବାଟ ୟୋର୍ ଷ୍ଟାର୍ ସେଜ୍’ ସ୍ତମ୍ଭରେ। ରାଶିମାନଙ୍କ ନାମ ମେଷ, ବୣଷ ହେଉ କି ଆରିସ୍, ଟରସ୍ ହେଉ ଫଳ ସେହି ଅନୁସାରେ ଲେଖା ଯାଇଥାଏ। ଓଡ଼ିଆରେ ଅମୁକ ଖଡ଼ିରତ୍ନ ହୁଅନ୍ତୁ, କି ଇଂରାଜୀରେ ବେଜାନ୍ ଦାରୁୱାଲା, ସେମାନେ ଯାହା ଲେଖିଯାଆନ୍ତି ଆମେ ପଢିନେଉ। ପରବର୍ତ୍ତୀ ସମୟରେ ବର୍ଷ ଆରମ୍ଭରେ ରାଶି ଗେ!ଟିକୁ ପକେଟ୍ ବୁକ୍ ଗେ!ଟିଏ ଛପା ହେଇ ରେଳଷ୍ଟେସନ ବସ୍ଷ୍ଟାଣ୍ଡରେ ବିକ୍ରି ହୁଏ। ଆମେ କିଣୁ। ଅଭୟ ଦାଶର ଏଗୁଡ଼ା ପଢ଼ିବା ଗେ!ଟାଏ ଅଭ୍ୟାସରେ ପଡ଼ିଯାଇଛି। ଏକେ ତ ପଣ୍ଡିତ ଘରେ ଜନ୍ମ ହେଇ ସେହିପରି ପାରିପାର୍ଶ୍ବିକ ଅବସ୍ଥାରେ ବଢ଼ିଆସିଛି, ଫଳରେ ସେଇଗୁଡା ଶୁଣି ଶୁଣି ଗୋଟାଏ ଛାଞ୍ଚରେ ପଡ଼ିଯାଇଛି। ଆପଣ ଏହାକୁ କୁସଂସ୍କାର କହନ୍ତୁ କି ସଂସ୍କାର, ସେଥିରେ କିଛି ସଫେଇ ଦେବାର ଆବଶ୍ୟକତା ଅନୁଭବ କରିନି ଅଭୟ ଦାଶ ! ସେ ଏକା କାହିଁକି, ସେ ସମୟରେ ଏହା ଥିଲା ସାମାଜିକ ଚଳଣିର ଏକ ପ୍ରକାର, ନହେଲେ ପତ୍ରପତ୍ରିକା, ସମ୍ବାଦପତ୍ର ସମସ୍ତେ କାହିଁକି ରାଶିଫଳକୁ ସ୍ଥାନ ଦେଉଥାନ୍ତେ? କିଛି ଲେ!କ ରାଶିଫଳ ପୣଷ୍ଠାଟା ଲୁଚେଇ କରି ଦେଖନ୍ତି ତ, କେହି ସାଧାରଣ ଲୋକଙ୍କ ସାମ୍ନାରେ ପଢ଼ି ଶୁଣାଇବାକୁ ଭଲପାଆନ୍ତି। ଗୋଟିଏ ଅବସର ବିନୋଦନ ବା ପାଶ୍ ଟାଇମ୍ କହିପାରନ୍ତି। ବର୍ଷକେ ଥରେ ବାହାରୁଥିବା କ୍ୟାଲେଣ୍ଡର ବା ପାଞ୍ଜିରେ ଏ ରାଶିଫଳ ପୃଷ୍ଠା ବହୁତ ମହତ୍ୱ ରଖେ। ମେଷଠାରୁ ମୀନ ପର୍ଯ୍ୟନ୍ତ ବାରଟି ରାଶିର ବାରମାସର ଭବିଷ୍ୟତ ଲିପିବଦ୍ଧ ହେଇ ଯାଏ ପାଞ୍ଜି ବା ସଂକ୍ଷିପ୍ତ ପଞ୍ଜିକାର କେତେ ପୃଷ୍ଠା ମଧ୍ୟରେ, ଯାହାର ଭାଲିଡ଼ିଟି ସୀମିତ ହେଇଥାଏ; ଏକ୍ସପା଼ୟା୍ରୀ ଡେଟ୍ ଆବଶ୍ୟକ ସ୍ଥଳେ ଡିସେମ୍ବର ଏକତ୍ରିଶ ତାରିଖ ବା ଦୋଳ ପୂର୍ଣ୍ଣମୀ ମଧ୍ୟରେ। ତେଣୁ ଆପଣଙ୍କ ଶୁଭାଶୁଭ କାର୍ଯ୍ୟମାନଙ୍କୁ ସେହି ସମୟ ମଧ୍ୟରେ ଆଶା କରିବା କଥା। ଆଗକୁ କଣ ହେବ କମ୍ପାନୀ ଦା଼ୟୀ ନୁହେଁ। କ୍ୟାଲେଣ୍ବର ସାଙ୍ଗରେ ଆପଣଙ୍କ ଭାଗ୍ୟଡ଼ୋରି ବନ୍ଧା ହେ!ଇଯାଏ, କହନ୍ତି ଖଡ଼ିରତ୍ନ ମହାଶୟ !

ଆମ ଓଡ଼ିଆ ପରମ୍ପରାରେ ପାଞ୍ଜି ଓ କାଞ୍ଜି ର ମହତ୍ୱ ବହୁତ। ଦୋଳ ପୂର୍ଣ୍ଣମୀ ଆସିଲେ ପାଞ୍ଜିସବୁ ବଜାରକୁ ଆସିଯାଆନ୍ତି। ଆମ ପିଲାଦିନେ ଦୁଇଟି ପାଞ୍ଜି ଥିଲା କୋହିନୂର ପ୍ରେସ୍ ଓ ଅରୁଣେ!ଦୟ ପ୍ରେସ୍ ପଞ୍ଜିକା। ଉଭୟଙ୍କୁ ଗଜପତି ମହାରାଜା, ଜଗନ୍ନାଥ ମନ୍ଦିର ମୁକ୍ତି ମଣ୍ଡପ ପଣ୍ଡିତ ସଭାଙ୍କ ମାନ୍ୟତା ମିଳିଥିଲା। ତା’ସହିତ ଆଉ ଦୁଇ ଚାରିଜଣ ଅମୁକ ଖଡିରତ୍ନଙ୍କ ପୁତ୍ର ବି.ଏ, ବି.ଏଲ୍, ହ୍ୟୁମ୍ୟାନ୍ ରାଇଟ୍ କମିଶନ ମେମ୍ବର ଶ୍ରୀ ଅମୁକ ମିଶ୍ର, ପଠାଣି ସାମନ୍ତଙ୍କ ବଂଶଜ ଶ୍ରୀ ସାମନ୍ତ ସିଂହାର ବି.ଏ ଅନର୍ସ୍, ପୂର୍ବତନ ଜିଲ୍ଲା ଜଜ୍ମାନଙ୍କ ସ୍ବୀକୣତି ପ୍ରମାଣପତ୍ର ସହ ଗଜପତି ମହାରାଜଙ୍କ ନାବାଳକ ଦିନର ଫୋଟୋଚିତ୍ର ପାଞ୍ଜିମାନଙ୍କ ଶେ!ଭା ବର୍ଦ୍ଧନ କରିଥାଏ। ଯାହା ଆଜିଯାଏ ଚାଲିଆସିଛି ! ବର୍ତ୍ତମାନ ସମ଼ୟରେ ବିରଜା ପାଞ୍ଜି, ଖଡିରତ୍ନ ପାଞ୍ଜି, ରାଧାରମଣ ପ୍ରେସ୍ ପାଞ୍ଜି ଆଦି ଦେଖିବାକୁ ମିଳେ। ସବୁ ପାଞ୍ଜିରେ ରାଶିଫଳ, ପର୍ବପର୍ବାଣିର ତାଲିକା, ଶୁଭ ଦିନ ନିର୍ଘଣ୍ଟ, ସୂର୍ଯ୍ୟୋପରାଗ ଚନ୍ଦ୍ର ଗ୍ରହଣ ତାରିଖ ସହ ହାଣ୍ଡିଛାଡ଼ ପାକତ୍ୟାଗର ଟାଇମ୍ଟେବୁଲ ଦେଖି ଆଜିକାଲି ଗୋଟେ ନୂଆ ଡିଜାଇନ୍ର ହେତୁବାଦୀ ବୋଲାଉଥିବା ଦଳ ଦେଖା ଦିଅନ୍ତି। ତାଙ୍କୁ ସବୁ ଅଡୁଆ। ପାକତ୍ୟାଗ? ଆମେ ଚିକେନ ଖାଇବୁ। ଖାଉନା। ସେଇଟା ଏ ଟିଭି ବାଲାଙ୍କ ଆଗରେ ଗପିବା କଣ ଦରକାର? ତୁମେ କଣ ଖାଉଛ, ଆମର କଣ ଅଛି? ଦେଶର କି ଉପକାର ହେଉଛି? ତୁମ ଖାଇବା ପିଇବା ତୁମେ କଣ କେତେକର ଲୋକ, କଣ ପରୀକ୍ଷାରେ ପ୍ରଶ୍ନ ପଡିବ? ଆମର ଜାଣିବା ନିହାତି ଦରକାର? ଛାଡ ହେ!
ଏଇ ଆମ ପାଞ୍ଜି କଥା କହୁଥିଲି, ଦୋଳବେଦୀ ରେ ଗୋପିନାଥଙ୍କୁ ନୂଆ ପାଞ୍ଜି ଶୁଣାଇବା ଆମ ପରମ୍ପରା ଅନ୍ତର୍ଭୁକ୍ତ। ଦେଶର ଅର୍ଥନୀତି, ପାଣିପାଗ, ବିଦେଶ ସହ କୁଟନୈତିକ ସମ୍ପର୍କ, ସେୟାର ବଜାର, ଇଣ୍ଡୋ-ପାକ୍ ଯୁଦ୍ଧ, କ୍ରିକେଟ ଖେଳ, ତେଲ ଦର, ବନ୍ୟା-ବାତ୍ୟା, ହୁଡ୍ ହୁଡ୍, ଫଣି, ଖୁଡ୍-ଖୁଡ୍ ଆଦି ଚର୍ଚ୍ଚା ହେ!ଇଥାଏ। ଏବର୍ଷ ଫସଲ କେମିତି ହେବ? ଆମ ଗାଁ’ବାଲାଙ୍କ ପ୍ରଶ୍ନ। ପଚାରିବା ସ୍ୱାଭାବିକ, କାହିଁକି ନା ସମସ୍ତେ ଛେ!ଟ ବଡ଼ ଚାଷୀ। ଚାଷ ଭଲହେଲେ ସିନା ପେଟକୁ ଦାନା ମିଳିବ। ଅବଧାନଙ୍କୁ ଡାକି ଦକ୍ଷିଣା ଦେଇ ପାଞ୍ଜି ଶୁଣନ୍ତି ମା’ ଜେଜେ ମା’ମାନେ। ଅବଧାନେ କହନ୍ତି, “ଏଥର ବ୍ରାହ୍ମଣୀ ହାତରେ ଅଢ଼ା ଦେବୀ ନୌକା ବାହନରେ ଆସିବେ, ଯିବେ ଅଶ୍ୱ ବାହନରେ।” ଜେଜେମା ତା’ର ସିନିୟରିଟି ଯୋଗୁଁ ସେହି ବାକ୍ୟକୁ ତର୍ଜମା କରି ବୋହୂ, ନାତୁଣୀବୋହୂମାନଙ୍କୁ ବୁଝାଏ। ନୌକା ବାହନ, ମାନେ ଦଶହରା ବେଳକୁ ଲଗାଣ ବର୍ଷା ହେବ। ଦଶହରା ବାସି ଦେବୀ ଘୋଡ଼ା ପିଠିରେ ଯିବେ, ମାନେ ଶୁଖିଲା ଠୋ ଠୋ ଧୁଳି ଉଡ଼େଇ ଯିବେ। ଗଜା ମରୁଡ଼ି। ବ୍ରାହ୍ମଣୀ ହାତରେ ଅଡ଼ା, ମାନେ ଖାଦ୍ୟାନ୍ନ ନିଅଣ୍ଟ ହେବ। ଚତୁ୍ର୍ମାସ୍ୟା ପାଇଁ ଜାଳଘର ସଜାଡିବାକୁ ଜେଜେ ବାପାଙ୍କୁ କହେ। ନହେଲେ ବର୍ଷାରେ ଚୁଲି ଜଳିବ କେମିତି? ସେତେବେଳେ କଣ ଗ୍ୟାସ ଥିଲା, ନା କଣ? କାଠପତ୍ର ଡାଙ୍ଗ ଡୁଙ୍ଗା ଥିଲା ଜାଳେଣି ଇନ୍ଧନ।
ଏ ଯେଉଁ ଦେଶ ବିଦେଶର ଭବିଷ୍ୟବାଣୀ ରାଷ୍ଟ୍ରୀୟ ଜ୍ୟେ!ତିଷ ବା ମୁଣ୍ଡେନ୍ ଆଷ୍ଟ୍ରେଲୋଜି ନାମରେ ପରିଚିତ ବ୍ୟକ୍ତିଗତ ଜ଼୍ୟେ!ତିଷକୁ ରାଶିଫଳ କହନ୍ତି। ସମସ୍ତ ବ୍ୟକ୍ତିବିଶେଷଙ୍କୁ ବାରଟି ରାଶି ମଧ୍ୟରେ ବାନ୍ଧି ଦିଆଯାଇଛି। ଦୈନିକ ଖବରକାଗଜରେ ଦୈନିକ ରାଶିଫଳ, ମାସିକ ପତ୍ରିକାରେ ମାସିକ ରାଶିଫଳ, ତ୍ରୈମାସିକ ପତ୍ରିକାରେ ତ୍ରୈମାସିକ ରାଶିଫଳ, ମାନେ ଗେ!ଟାଏ ଘନୀଭୁତ ବା କଣ୍ଡେନ୍ସଡ୍ ରାଶିଫଳ ଦେଖିବାକୁ ପାଇବେ। ଏ ସମସ୍ତ ରାଶିଫଳକୁ ଅଧ୍ୟୟନ କରି ସ୍ୱାମୀ ଅଭୟାନନ୍ଦର ଆତ୍ମ ବିଶ୍ୱାସ କନ୍ଫିଡେନ୍ସ ବଢ଼ି ଯିବାରୁ ଆଜିକାଲି ସେଇ ଫର୍ମାଟ୍ରେ ଲେଖା ଆରମ୍ଭ କରି ଦେଇଛି। ବନ୍ଧୁଦର୍ଶନ, ଧନଲାଭ, ଅର୍ଥ ହାନି, ମକଦ୍ଦମାରେ ବିଜୟ, ସ୍ୱାସ୍ଥ୍ୟ ହାନି, ପ୍ରେମରେ ସଫଳ ଆଦି ଲେଖିଦେଲାପରେ ପୁତ୍ର ସନ୍ତାନ ଲାଭ ଲେଖି ଦେଇ ହଟହଟାରେ ପଡିଯାଇଛି। ଦି’ ତିନିଟା ରାଶିର ପୁତ୍ର ସନ୍ତାନ ପ୍ରାପ୍ତି ଲେଖିଦେଇଛି, ଓଭର କନ୍ଫିଡେନ୍ସ୍ – ଅତି ଆତ୍ମବିଶ୍ୱାସ ବଶବର୍ତ୍ତୀ ହୋଇ। ଭାବିଥିଲା ଗୋଟାଏ ଦିଇଟା କେଶ୍ ରେ ଫଳ ବାଜିଗଲେ ବହୁତ ନାଁ ହେ!ଇଯିବ। ହେଲା କଣ? ପତ୍ରକାରମାନେ ଘେରିଯାଇ ଯାହା ହିନସ୍ତା, ଆଉ ପଚାରନା। ଯେତେବେଳେ ଅଭୟ ଦାଶ ଆଡ଼େ ସେହି ପ୍ରଶ୍ନ ବୁମେରାଂ ହେଲା, କଣ କହିବ? କହିଦେଲା, “ଆଉ ବୟସ ମୋର କାହିଁ? ପାରିବି ପୁତ୍ର ଉପୁଜାଇ?“ ଏଥିରୁ ଯାହା ବୁଝିବେ।
ଡାକ୍ତର ଅଭୟ ଦାଶ ଜ୍ଞାନ ର ଗନ୍ତାଘର। ସବୁ ବିଷୟରେ ତାଙ୍କର ଅଗାଧ ପ୍ରବେଶ। ତୀର୍ଯ୍ୟକ ବାଣ ମାରିବାରେ ଓସ୍ତାଦ। ତାଙ୍କର ବ୍ୟଙ୍ଗ ଲେଖା ଅତ୍ୟନ୍ତ ଉଚ୍ଚ କୋଟିର। ଧନ୍ୟବାଦ ଅଭୟ ବାବୁ, ଏ ମୋବାଇଲ ଓ ରିଲ୍ ଦେଖା ଯୁଗରେ ଆପଣ ଗଳ୍ପ, କବିତା, ପ୍ରବନ୍ଧ, ନାଟକ ରଚନା କରି ସାହିତ୍ୟ କୁ ବଞ୍ଚାଇ ରଖିଛନ୍ତି। ମା ସରସ୍ୱତୀ ଓ ଲକ୍ଷ୍ମୀଙ୍କର କୃପା ଲାଭ କରନ୍ତୁ। ଦୀର୍ଘଜୀବି ହୋଇ ଲେଖି ଚାଲୁଥାଆନ୍ତୁ।