ନିଷ୍କ୍ରିୟ ତପସ୍ବୀ

ନ ଥାଂତି କେହି ସାଥୀ, ସଖା, ହୁଏନି ଅନ୍ୟ ସହ ଦେଖା, ଏହା ହେଲାଣି ଯୁଗ-ରୁଚି।

ପ୍ରଫୁଲ୍ଲ କୁମାର ତ୍ରିପାଠୀ

କଂପ୍ୟୁଟର୍‌କୁ କରି ସାଥୀ
ଏବର ଯୁବକ, ଯୁବତୀ
ସର୍ବଦା ଏକାସନେ ବସି
ହେଲେଣି ନିଷ୍କ୍ରିୟ ତପସ୍ବୀ

ଗୋଟେ କାମରେ ରହି ଲାଖି
ସଂସାର ପାରଂତିନି ଦେଖି
ସମୟ ବିକି ବିତ୍ତ, ଧନ
କରଂତି ନିତି ଉପାର୍ଜନ

ଘଂଟା ଦରରେ ମୂଲ ମିଳେ
ସେଇଥିରେ ହିଁ କାମ ଚଳେ
ପ୍ରଭାତୁଁ ସୂର୍ଯାସ୍ତ ପର୍ଯଂତ
ଅନେକେ ରହିଥାଂତି ବ୍ୟସ୍ତ

ଅଫିସ, ଘର ଓ ବଜାର
ଏହା ହିଁ ତାଂକ ପରିସର
କେବେ ବି ନ କରି ଲଂଘନ
ବିତାଂତି ନିର୍ଜନ ଜୀବନ

ଏବେ ତ ସାଂବାଦିକଗଣ
ନ କରି ନଗର ଭ୍ରମଣ
ମନରେ ଖବର ଗଢ଼ଂତି
ତେଣୁ ତ କେହି ନ ପଢ଼ଂତି

ଏକାସନରେ ବସି, ବସି
ଯିଏ ବି ପାଉଥାଂତି ଖୁସି
ତାଂକର ନିତ୍ୟ ଅବଦାନ
ହୋଇପାରେନି ଅର୍ଥପୂର୍ଣ

ନ ଥିଲେ ପ୍ରତ୍ୟକ୍ଷ ସଂପୃକ୍ତି
ଉନ୍ନତ ହୁଅଂତିନି ବ୍ୟକ୍ତି
ଅଯଥା ଶକ୍ତି କଲେ ନାଶ
ହୁଏନି ବାଂଛିତ ବିକାଶ

ନ ଥାଂତି କେହି ସାଥୀ, ସଖା
ହୁଏନି ଅନ୍ୟ ସହ ଦେଖା
ଏହା ହେଲାଣି ଯୁଗ-ରୁଚି
କେହି କି ଆପତ୍ତି କରୁଛି ?

2 thoughts on “ନିଷ୍କ୍ରିୟ ତପସ୍ବୀ

  1. ଖୁବ ସୁନ୍ଦର ନିଚ୍ଛକ ବାସ୍ତବିକତାର ଚିତ୍ର 🙏

  2. ଅତି ସୁନ୍ଦର ଭାବରେ ଆଜିର ବାସ୍ତବିକ ଚିତ୍ରର ବର୍ଣ୍ଣନା ମନକୁ ଛୁଇଁଲା ଭଳି ବର୍ଣ୍ଣିତ।

Leave a Reply

Your email address will not be published. Required fields are marked *