ତୁମେ ଧୀରେ ଧୀରେ ମରିବାକୁ ଲାଗ

  • ପ୍ରକୃତରେ ମୃତ୍ୟୁ କ’ଣ? ଆସନ୍ତୁ ପଢିବା, ଏହାର ଏକ ଭିନ୍ନ ପରିଭାଷା ଏହି କବିତାଟିରୁ।
ମୂଳ ରଚନା: ମାର୍ଥା ମେଡିରସ

ଅନୁବାଦ: ଅଜୟ ମହାଲା

ତୁମେ ଧୀରେ ଧୀରେ ମରିବାକୁ ଲାଗ
ଯଦି ତୁମେ କେଉଁ ଆଡେ ବୁଲି ଯାଅ ନାହିଁ
ଯଦି ତୁମେ ପୁସ୍ତକଟେ ପଢ ନାହିଁ
ଯଦି ତୁମେ ଜୀବନର ଧ୍ୱନି କାନ ପାତି ଶୁଣ ନାହିଁ
ଯଦି ତୁମେ ନିଜକୁ ପ୍ରଶଂସି ପାର ନାହିଁ

ତୁମେ ଧୀରେ ଧୀରେ ମରିବାକୁ ଲାଗ
ଯେବେ ତୁମେ ସ୍ୱାଭିମାନକୁ ମାରିଦିଅ
ଅବା କାହାର ସହାୟତାରେ ବଢି ଆସୁଥିବା ହାତକୁ
ତୁମ ଆଡେ ଆସିବାକୁ ମନା କରିଦିଅ

ତୁମେ ଧୀରେ ଧୀରେ ମରିବାକୁ ଲାଗ
ଯଦି ତୁମେ ଚିରାଚରିତର ଦାସ ହୋଇ ଯାଅ
ସବୁଦିନ ସେହି ଗୋଟିଏ ରାସ୍ତାରେ ଚାଲୁଥାଅ
ନିଜକୁ ବାନ୍ଧି ଥାଅ ଧରାବନ୍ଧା ରୁଟିନରେ
ରଙ୍ଗ ବଦଳେଇ ପୋଷାକ ପିନ୍ଧ ନାହିଁ
ଅବା ତୁମେ ଅଜ୍ଞାତ ବ୍ୟକ୍ତିଙ୍କ ସହ କଥା କୁହ ନାହିଁ

ତୁମେ ଧୀରେ ଧୀରେ ମରିବାକୁ ଲାଗ
ଯଦି ତୁମେ ଆସିବାକୁ ଦିଅ ନାହିଁ ଉନ୍ମାଦନା
କିମ୍ବା ଆବେଗର ପ୍ରଖର ଭଉଁରୀ ସବୁକୁ
ଯାହା ଲାଗି ଆଖିରେ କେବେ ଲୁହ ଜକେଇ ଆସେ
ହୃଦୟର ସ୍ପନ୍ଦନ ଦ୍ରୁତ ହୋଇଯାଏ

ତୁମେ ଧୀରେ ଧୀରେ ମରିବାକୁ ଲାଗ
ଯଦି ଚାକିରୀରେ ହେଉ ଅବା ପ୍ରେମ ଜୀବନରେ
ଅସନ୍ତୁଷ୍ଟ ହେଲା ପରେ ବି
ତୁମେ ଜୀବନର ଗତିପଥ ବଦଳାଅ ନାହିଁ
ଯଦି ତୁମେ ଅନିଶ୍ଚିତତାର ଆଲିଙ୍ଗନ ପାଇଁ
ସୁରକ୍ଷିତ ଭାବନାକୁ ହାତଛଡା କରି ପାର ନାହିଁ
ତୁମେ ସ୍ବପ୍ନର ପିଛା କର ନାହିଁ
ଯଦି ଜୀବନରେ ଥରୁଟିଏ ବି…
କାହାର ବିଜ୍ଞ ଉପଦେଶକୁ ପିଠି ପଛପଟେ ରଖି
ପଳାୟନ କରି ପାର ନାହିଁ

ଏବେ ପଢନ୍ତୁ ନୋବେଲ ପୁରସ୍କାର ବିଜେତା ମାର୍ଥା ମେଡିରସଙ୍କ ଦ୍ଵାରା ରଚିତ ମୂଳ କବିତାଟି।

You start dying slowly

You start dying slowly
If you do not travel,
If you do not read,
If you do not listen to the sounds of life,
If you do not appreciate yourself.

You start dying slowly
When you kill your self-esteem;
When you do not let others help you.
You start dying slowly
If you become a slave of your habits,
Walking everyday on the same paths…
If you do not change your routine,
If you do not wear different colors
Or you do not speak to those you don’t know.

You start dying slowly
If you avoid to feel passion
And their turbulent emotions;
Those which make your eyes glisten
And your heart beat fast.

You start dying slowly
If you do not change your life when you are not satisfied with your job, or with your love,
If you do not risk what is safe for the uncertain,
If you do not go after a dream,
If you do not allow yourself,
At least once in your lifetime,
To run away from sensible advice…

  • Martha Medeiros

10 thoughts on “ତୁମେ ଧୀରେ ଧୀରେ ମରିବାକୁ ଲାଗ

  1. ଆଃ ! କି ସୁନ୍ଦର କବିତା ! କି ସୁନ୍ଦର ଅନୁବାଦ ! ଧନ୍ୟ ତୁମେ କବି ।

    1. ବହୁତ ବହୁତ ଧନ୍ୟବାଦ, ଅଭୟ ବାବୁ ଏହି ସୁନ୍ଦର ମତାମତ ପାଇଁ ।

    2. ବହୁତ ସୁନ୍ଦର ରଚନା ସାର । ବହୁତ ଭଲ ଲାଗିଲା କବିତା ପଢି ।

  2. ଧନ୍ୟବାଦ, ସମ୍ପାଦକ ଓ ସମ୍ପାଦନା ମଣ୍ଡଳୀ, ଏହି ଅନୁବାଦ କବିତାଟିକୁ ସାହିତ୍ୟ ଚର୍ଚ୍ଚାରେ ସ୍ଥାନିତ କରିଥିବାରୁ । କବିତାଟି ଯୁଗୋପଯୋଗୀ ଓ ପାଠକକୁ କ୍ଷଣିକ ପାଇଁ ନିଜର ଜୀବନଶୈଳୀକୁ ନିରୀକ୍ଷଣ ଓ ପରିବର୍ତ୍ତନ କରିବାକୁ ପ୍ରେରିତ କରେ ।

  3. ଅତି ସୁନ୍ଦର ଜୀବନ ଦର୍ଶନ ର କବିତା,ମାନବ ଧର୍ମି ଓ ବାସ୍ତବ ମଧ୍ୟ।

  4. ବହୁତ ସୁନ୍ଦର ରଚନା ସାର । ବହୁତ ଭଲ ଲାଗିଲା କବିତା ପଢି ।

  5. ଆଉ ଥରେ ଜୀଇଁ ଗଲି, ଆଉ ଥରେ ଉଜୁଡା ସ୍ବପ୍ନଙ୍କୁ ସଜେଇଲି, ଆଉ ଥରେ ବନ୍ଦ ଦରଜାକୁ ଖୋଲି ଦେଲି କବିତାକୁ ପଢିବା ପରେ, ଅନୁଭବ କରିବା ପରେ… ମୂଳ ରଚନା ପୁନେଇଁ ଜହ୍ନ, ଅନୁବାଦ ବି ଦ୍ଵିତୀୟା ଚାନ୍ଦ, ଯାହା କେବଳ ବଢେ ପୂର୍ଣ୍ଣତା ଆଡକୁ…. ପ୍ରଣାମ l

  6. Really very nice composition that gives inspiration to the retired persons n homesicks thanks to the poet .

Leave a Reply

Your email address will not be published. Required fields are marked *