Gopabandhu

Forum Replies Created

Viewing 15 posts - 1 through 15 (of 21 total)
  • Author
    Posts
  • in reply to: ଓଡିଆ ଭାଷାର ସୁରକ୍ଷା #21704
    Gopabandhu
    Participant

    ଓଡ଼ିଆରେ ପଢ଼ିବା, ଲେଖିବା କହିବା।

    in reply to: ସାହିତ୍ୟ ପତ୍ରିକା #21312
    Gopabandhu
    Participant

    ସାହିତ୍ୟ ପତ୍ରିକା ବଞ୍ଚିରହିବା ପାଇଁ ଆମମାନଙ୍କ ଭିତରେ ଦୃଢ଼ ଉଦ୍ୟମ ହେବା ଆବଶ୍ୟକ।

    in reply to: ଓଡିଆ ଢଗଢମାଳୀ #21007
    Gopabandhu
    Participant

    ଗୋପାଳଚନ୍ଦ୍ର ପ୍ରହରାଜଙ୍କ ସଂକଳିତ ଢଗଢମାଳି ପୁସ୍ତକ ପଢ଼ିଲେ ଆମେ ଅନେକ ଢଗଢମାଳି ସମ୍ବଦ୍ଧରେ ଜାଣିପାରିବା।

    Gopabandhu
    Participant

    ମୋବାଇଲ୍ ଆଜିକାଲି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ମଧ୍ୟରୁ ଗୋଟିଏ ହୋଇପଡିଛି। ମୋବାଇଲରେ ବହିଟିର ପିଡିଏଫ୍ ପଢ଼ିଲେ ସେତିକି ତୃପ୍ତି ମିଳେନି ଯେତିକି ବହିଟିର ମୁଦ୍ରିତ କପି ପଢ଼ିଲେ ମିଳିବ।

    Gopabandhu
    Participant

    କେବଳ ଯେ ଓଡ଼ିଆ ଭାଷାର ସୁରକ୍ଷା ହେଉନାହିଁ ବୋଲି ଦ୍ୱାହି ଦେଲେ ହେବନାହିଁ, କିଭଳି ଭାବେ ଓଡ଼ିଆ ଭାଷା ସାହିତ୍ୟ ବଞ୍ଚିବ ତା ପ୍ରତି ଆମକୁ କାମ କରିବାକୁ ପଡ଼ିବ।

    in reply to: ଓଡିଆ ଭାଷାର ସୁରକ୍ଷା #19538
    Gopabandhu
    Participant

    ଓଡ଼ିଆ ଭାଷା ପ୍ରତି ଥିବା ଉପର ଠାଉରିଆ ପ୍ରେମ ଏବଂ ଇଂରାଜୀ ପ୍ରତି ଥିବା ଅନ୍ତରର ପ୍ରେମ ଜଳଜଳ ହୋଇ ଦେଖାଯାଏ ସେମାନଙ୍କ ଏହି ଭଳି କାମରେ। ଖାଲି ଡେଙ୍ଗୁରା ବଜେଇ ଓଡ଼ିଆ ଭାଷା ଓଡ଼ିଆ ଭାଷା ହେଲେ ହେବନି, ତୃଣମୂଳ ସ୍ତରରୁ ଆମକୁ ଓଡ଼ିଆ ଭାଷାର ଉନ୍ନତି ଦିଗରେ କାମ କରିବାକୁ ପଡ଼ିବ।
    ଆଉ କେତେକ ଲୋକ ଯେଉଁମାନେ ଓଡ଼ିଆ ଭାଷା ସୁରକ୍ଷା ଦିଗରେ ଚିତ୍କାର କରୁଛନ୍ତି, ସେମାନଙ୍କର ଡର କାଳେ, ଲେଖା ଗୁଡ଼ିକ ଭୁଲ ହୋଇଯିବ କି !!
    ଓଡ଼ିଆ ଭାଷାର ଉନ୍ନତି ଯଦି ଆମେ ଚାହୁଁଛେ, ତେବେ ଓଡିଆରେ ପ୍ରତ୍ୟେକ କାମ କରିବାକୁ ପଡ଼ିବ।

    in reply to: ନୋବେଲ ଓ ନୋବେଲା #19308
    Gopabandhu
    Participant

    ବର୍ତ୍ତମାନ ପାଠକଙ୍କର ଏତେ ବଡବଡ ଉପନ୍ୟାସ ପଢିବାକୁ ଆଉ ଆଗ୍ରହ ନାହିଁ। କ୍ଷୁଦ୍ରଗଳ୍ପ ଠାରୁ ଟିକିଏ ବଡ ଲେଖା ହେଇଗଲେ ଯଥେଷ୍ଟ। ଯାହା ଅନ୍ୟୁନ ଷାଠିଏ ସତୁରୀ ପୃଷ୍ଠା ମଧ୍ୟରେ ସୀମିତ ଥିଲେ ଭଲ। ଲେଖକ ମାନେ ମଧ୍ୟ ପାଠକଙ୍କର ଚାହିଦାକୁ ଆଖି ଆଗରେ ରଖି ସେପରି ରଚନା କଲେ। ଯାହାକୁ ନୋବେଲା କୁହାଗଲା।

    Gopabandhu
    Participant

    ଯେଉଁ ପ୍ରକାଶକ ବା ଲେଖକ ମାନେ ଡିଜିଟାଲିକରଣ ବୁଝିପାରୁନାହାନ୍ତି, ତାର କାରଣ ବୋଧହୁଏ ହୋଇପାରେ ସେମାନଙ୍କ ବହି ବିକ୍ରି ବନ୍ଦ ହୋଇଯିବାର ସମ୍ଭାବନା। ତେବେ ସେହି ବହି ଗୁଡିକୁ ଗୁଗଲ ପ୍ଲେ ବୁକ୍ସରେ ମଧ୍ୟ ଛାଡ଼ି ପାରିବେ। ଯେଉଁଠି ପାଠକ ସ୍ୱଳ୍ପ ଟଙ୍କା ଖର୍ଚ୍ଚ କରି ମଧ୍ୟ ପଢ଼ିପାରିବ। ଯେପରି ଇଂରାଜୀ ବହି ଗୁଡ଼ିକ ଛଡ଼ା ଯାଉଛି। ଦେଖାଯାଉ କେବେ ଏହି ସୁବିଧା ମିଳିପାରୁଛି!

    Gopabandhu
    Participant

    ଭାଷା ସବୁବେଳେ ଆହରଣ ଏବଂ ସମୀକରଣ କରିଚାଲୁଥାଏ। ଭାଷା ଅନ୍ୟ ଭାଷା ମାନଙ୍କ ସହ ମିଶି ନୂଆ ଶବ୍ଦ ଗଠନ କରୁଥାଏ ତ କେତେବେଳେ ଅବ୍ୟବହୃତ ଶବ୍ଦାବଳୀ ମାନଙ୍କୁ ତ୍ୟାଗ କରିବାକୁ ପଡ଼ିଥାଏ। ଓଡ଼ିଆ ଭାଷାରେ ବିଦେଶୀ ଭାଷା ମିଶି ନୂଆ ଶବ୍ଦାବଳୀ ଗଠନ ହୋଇଥାଏ। ତେଣୁ ଭାଷାର ମିଶ୍ରଣ ଚାଲୁ ରହିବା ଆବଶ୍ୟକ।

    Gopabandhu
    Participant

    ଓଡ଼ିଶା କଳାର ପ୍ରଦେଶ। ଲୋକଗୀତ, ଲୋକଗଳ୍ପ, ଲୋକନୃତ୍ୟ, ଓଷାବ୍ରତ, ଲୋକନାଟକର ଗନ୍ତାଘର କହିଲେ ଚଳେ। ମାତ୍ର ବର୍ତ୍ତମାନର ମାନସିକତା ଏଭଳି ହୋଇଗଲାଣି ଯେ ଲୋକନୃତ୍ୟ ଲୋକେ ଆଉ ଏତେଟା ପସନ୍ଦ କରୁନାହାନ୍ତି। ଆଧୁନିକ ନୃତ୍ୟକୁ ଲୋକେ ଦେଖିବାକୁ ଭିଡ଼ ଜମାଉଛନ୍ତି। ମାନସିକତା ବଦଳିବା ଆବଶ୍ୟକ। ଆମ ଲୋକନୃତ୍ୟ, ଆମ ଲୋକସଂସ୍କୃତିକୁ ଆଗେଇ ନେବାକୁ ହେଲେ ଆମକୁ ହିଁ ଅଣ୍ଟା ଭିଡ଼ିବାକୁ ପଡ଼ିବ। ଆମେ ଲୋକ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ସ୍ଵତଃପ୍ରବୃତ୍ତ ଭାବରେ କାମ କରିବାକୁ ପଡ଼ିବ।

    in reply to: ସ୍ଥିତିବାଦୀ ନାଟକ #15331
    Gopabandhu
    Participant

    ମଣିଷ ମନର ଅସ୍ଥିରତା, ଉଦ୍ଭଟତା,ବିଭିନ୍ନ ଚିନ୍ତାଧାରା, ଜୀବନ ପ୍ରତି ବୀତସ୍ପୃହ, ମୂଲ୍ୟବୋଧର ସଙ୍କଟ, ଆଧୁନିକ ମଣିଷର ଜୀବନ ଯନ୍ତ୍ରଣା, ବିଭିନ୍ନ ପ୍ରକାର ବିରୁଦ୍ଧ ଚିନ୍ତାଧାରା, ନୀତିନିୟମର ଅଯଥା ଅଙ୍କୁଶରୁ ସୃଷ୍ଟି ସ୍ଥିତିବାଦ। ଏହି ସବୁକୁ ନେଇ ଯେଉଁ ସାହିତ୍ୟ ରଚନା ହୋଇଛି, ତାହାକୁ ସ୍ଥିତିବାଦ କୁହାଯାଏ। କିଅରକେଗାର୍ଡ ହେଉଛନ୍ତି ଏହି ବାଦର ଜନକ।

    ଓଡ଼ିଆ ନାଟକରେ ମନୋରଞ୍ଜନ ଦାସ ପ୍ରଥମେ ଏହି ଧାରାରେ ନାଟକ ରଚନା କରିଥଲେ। ତାଙ୍କର ଆଗାମୀ, ବିତର୍କିତ ଅପରାହ୍ନ, ବିଜୟ ମିଶ୍ରଙ୍କର ଶବବାହକ ମାନେ, ଅକ୍ଷୟ ମହାନ୍ତିଙ୍କର ସଂବିତ, ବିଶ୍ୱଜିତ ଦାସଙ୍କ ମୃଗୟା ଆଦି ନାଟକ ଆଦି ପର୍ଯ୍ୟାୟରେ ରଚନା କରାଯାଇଛି। ଏହା ପରେ ପରେ ରାମଚନ୍ଦ୍ର ମିଶ୍ର, ଭଞ୍ଜକିଶୋର ପଟ୍ଟନାୟକ, ଗୋପାଳ ଛୋଟରାୟ, କମଳଲୋଚନ ମହାନ୍ତି, କାର୍ତ୍ତିକ କୁମାର ଘୋଷ, ପ୍ରାଣବନ୍ଧୁ କର, ଉଦୟନାଥ ମିଶ୍ର, ବ୍ୟୋମକେଶ ତ୍ରିପାଠୀ, ସୁରେନ ମହାନ୍ତି, ପ୍ରଫୁଲ୍ଲ ରଥ ଆଦି ନାଟ୍ୟକାର ମାନେ ଏହି ଧାରାକୁ ଆଗେଇ ନେଇଆସିଛନ୍ତି।

    Gopabandhu
    Participant

    ବର୍ତ୍ତମାନର ସମୟରେ ଆଉ କେହି ବହୁତ ଲମ୍ବା କାହାଣୀ ପଢିବାକୁ କେହି ପସନ୍ଦ କରୁନାହାନ୍ତି। ଗଳ୍ପ ଗୁଡିକରେ ଚରିତ୍ର ବେଶୀ ଥିଲେ ମଧ୍ୟ ବିମୁଖ ହେଉଛନ୍ତି ପାଠକ। ତେଣୁ, ଗଳ୍ପ ଗୁଡିକରେ ସ୍ୱଳ୍ପ ସଂଖ୍ୟକ ଚରିତ୍ର, କମ କାହାଣୀ, କମ ବର୍ଣ୍ଣନା କଲେ ପାଠକ ଆଗ୍ରହର ସହକାରେ ପଢିପାରିବ। ବର୍ତ୍ତମାନ ତ ମିନିଗଳ୍ପ, ଅଣୁଗଳ୍ପ ଆଦିକୁ ପ୍ରାଧାନ୍ୟ ଦିଆଗଲାଣି। ଏହି ସବୁ ବିଷୟ ପ୍ରତି ଧ୍ୟାନ ଦିଆଗଲେ ନିଶ୍ଚିତ ଗଳ୍ପ ସାହିତ୍ୟର ପରିସର ପରିମାର୍ଜିତ ଅବଂ ପରିବର୍ଦ୍ଧିତ ହୋଇପାରିବ।

    in reply to: ଚେତନା ପ୍ରବାହ #13538
    Gopabandhu
    Participant

    ଚେତନା ପ୍ରବାହ ଏବଂ ମନସ୍ତାତ୍ଵିକ ଧାରା ମଧ୍ୟରେ ଫରକ କଣ? ଯଦିଓ ଦୁଇଟି ଶୁଣିବାକୁ ବୁଝିବାକୁ ଏକାଭଳି।

    Gopabandhu
    Participant

    ପୂର୍ବରୁ ଯଦିଓ କିଛି ସାହିତ୍ୟ ରଚନା ହୋଇଥିଲା, ତଥାପି ଓଡିଆ ଭଗବତ ଘରେ ଘରେ ଆଦୃତ ହୋଇପାରିଲା। ଏହାର କାରଣ ହେଉଛି ଶୁଦ୍ଧ, ମାର୍ଜିତ, ମାନକ ଓଡିଆ ଭାଷାର ବ୍ୟବହାର। ଏହି ଭଗବତ ପାଇଁ ଓଡ଼ିଶାର ସାକ୍ଷରତା ହାର ଢେର ବଢି ଯାଇଥିଲା।

    in reply to: କେତେଜଣ ବନମାଳୀ ଦାସ? #12513
    Gopabandhu
    Participant

    ଆମେ ଯେଉଁ ବନାମାଳୀଙ୍କୁ ଜାଣିଛୁ ସେ ପଦବଳୀର ରଚୟିତା। ଏହାସହ ଶ୍ରୀରାମ ଚମ୍ପୁ ମଧ୍ୟ ରଚନା କରିଥିଲେ।

Viewing 15 posts - 1 through 15 (of 21 total)