ଯେଉଁପ୍ରକାର ଦିବଂଗତ ହେବା ଲେଖକମାନଙ୍କ ସହିତ ଲୋକମାନେ ଗୋଟେ ପରେ ଗୋଟେ ଯୁଗ ଅନ୍ତ କରି ଦେଉଛନ୍ତି, ସେଥିରେ ପ୍ରଳୟ ଆସୁଥିବାର ଲାଗୁଛି।


ମରିବା ତ’ ସମସ୍ତେ ମରନ୍ତି। କିନ୍ତୁ ଲେଖକର ମରିବା ପୂରା ଅଲଗା ହୋଇଥାଏ। ଅଥବା ଏହା କୁହନ୍ତୁ ଯେ ଭାଇ, ଲେଖକର ମରିବା କଥା ହିଁ କିଛି ଅନ୍ୟ ପ୍ରକାର ହୋଇଥାଏ, କାରଣ ଲେଖକ ବଂଚିଥିବାବେଳେ ମରିବାଠାରୁ ଅତ୍ୟଧିକ ଖରାପ ଅବସ୍ଥାରେ ଥାଏ; କିନ୍ତୁ ମରିବା ପରେ କେମିତି ଚମତ୍କାର ଭାବେ ଜିଇଁଉଠେ। ଏମିତି ଲେଖକର ମରିବା ପରେ ତା’ର ଜିଇଁ ଉଠିବା ଦେଖି ମନେହୁଏ ଯେ ଯଦି ଲେଖକ ବଂଚିଥାଆନ୍ତା ଆଉ ନିଜର ମରିବା ଦେଖିପାରନ୍ତା… ତା’ହେଲେ କେତେ ଖୁସି ହୋଇଥାଆନ୍ତା।
କିଛିଦିନ ତଳେ ଏମିତି ଜଣେ ସ୍ୱନାମଧନ୍ୟ ଲେଖକ ବଂଚିଉଠିଲେ। ଯେପର୍ଯ୍ୟନ୍ତ ସେ ବଂଚିଥିଲେ, ବନ୍ଧୁ-ଶତ୍ରୁ ସମସ୍ତେ ତାଙ୍କ ପଛରେ ପଡ଼ିଯାଇଥିଲେ। କିନ୍ତୁ ଯେମିତି ତାଙ୍କର ମୃତ୍ୟୁ ହୋଇଯିବାର ସମାଚାର ଟିଭି ଚ୍ୟାନେଲ୍ରେ ଆସିବା ଆରମ୍ଭ ହୋଇଗଲା, ତାଙ୍କର ଲେଖକ-ବନ୍ଧୁମାନେ ଗତିଶୀଳ ହୋଇଗଲେ। କିଛି ସାଧାରଣ ଗୁରୁତ୍ୱପୂର୍ଣ୍ଣ କଥା, ସୂଚନା, ବନ୍ଧୁବାନ୍ଧବଙ୍କଠାରୁ ସଂଗ୍ରହ କଲେ ଆଉ କାଗଜକଲମ ନେଇ ବସିଗଲେ। ପିଲାମାନଙ୍କୁ କହିଦେଲେ (ଟିଭିରେ ଆସୁଥିବା) ଶେଷଯାତ୍ରା ଉପରେ ନଜର ରଖିବାକୁ। ରେଡ଼ିଓ, ଟିଭି ସବୁ ସହିତ ଯୋଡ଼ିହୋଇ ରହିଥିବା ଲେଖକ ଥିଲେ। ବଡ଼ବଡ଼ ଲୋକମାନଙ୍କ ସହିତ ସମ୍ପର୍କ ଥିଲା। ସେମାନେ ସମସ୍ତେ ଆଗପଛ ହୋଇ ପହଞ୍ଚିଯିବେ, ମୁଁ ବି ପହଞ୍ଚିଯାଉଛି। ସାମ୍ବାଦିକ ଦଳ ଏଠି ସେଠି ମାଇକ୍ ଧରି ବୁଲୁଥିବେ। କେଜାଣି ଯଦି କୌଣସି ମାଇକ୍ର ଢାଙ୍କୁଣୀ ଭାଗ୍ୟରେ ଥିଲେ ମିଳିଯିବ।

ପତ୍ର-ପତ୍ରିକାମାନଙ୍କର ସଂପାଦକମାନେ ମଧ୍ୟ ଥିବେ। ଶ୍ରଦ୍ଧା-ସ୍ମରଣର କିଛି ମିଶାମିଶି ମ୍ୟାଟର ପ୍ରସ୍ତୁତ ହୋଇଗଲେ ସେଇଠି ସଂପାଦକଙ୍କ ହାତରେ ଦିଆଯାଇପାରିବ। ସେମାନଙ୍କର କାମ ସହଜ ହୋଇଯିବ ଆଉ ନିଜର ମଧ୍ୟ, ମନପ୍ରସନ୍ନ ଆଉ ପେଟ ହଜମ। ଏମିତି ଲେଖାସବୁ ଫେରିବାର ସଂଭାବନା କମ୍ ରହିଥାଏ। ସହରରେ ରହିବାବାଲା ଲେଖକମାନଙ୍କୁ ଲୋକାଲ ସଂପାଦକ ସମ୍ମାନ ତ’ କରନ୍ତି, ଭୟ ମଧ୍ୟ କରନ୍ତି। ଏହା ଭାବି ଲେଖକର ମନରେ ଉତ୍ସାହ ଜାଗିଉଠେ, ଆଉ ସେ ଶୀଘ୍ର ତା’ ସହ ମୃତବ୍ୟକ୍ତି ଉପରେ ଗୋଟେ ଡାଏରୀ ଅଂଶ, ସସ୍ମରଣ ବା ଆଉ କିଛି ସ୍ମୃତି ଲେଖି ତାକୁ ପକେଟରେ ରଖି ଅନ୍ତ୍ୟେଷ୍ଟି ସ୍ଥାନ ଆଡ଼କୁ ବାହାରିଯାଏ।
ଅଥ ଶ୍ମଶାନ ଦୃଶ୍ୟାବଲୋକନ। ପ୍ରକୃତରେ ସେହିଦିନର ଦୃଶ୍ୟ ବଡ଼ ରୋମାଞ୍ଚକ ଓ ଉତ୍ତେଜନାପୂର୍ଣ୍ଣ ଥିଲା। ତତ୍ପରତା ଆଉ କୋଳାହଳପୂର୍ଣ୍ଣ ଦୁଇଟିଯାକ। ଲୋକ କୋକେଇ ଆଉ କ୍ୟାମେରାର ମଝାମଝି ପହଞ୍ଚି ‘ଟେକ୍’ ଆଉ ‘ରିଟେକ୍’ର କାର୍ଯ୍ୟ ବିଧିବତ୍ ସମ୍ପନ୍ନ କରନ୍ତି ଆଉ ଧୈର୍ଯ୍ୟପୂର୍ବକ କ୍ୟାମେରା ରହିଲା ପର୍ଯ୍ୟନ୍ତ ସେମିତି ରହିଥାଆନ୍ତି।
ଜଣଙ୍କ ସାମନାରେ ଲଲିପପ୍ ପରି ମାଇକ୍ ଲଗାହୋଇ ରହିଥାଏ, ଅନ୍ୟଜଣେ ଲୋଭିଲା ପିଲାଭଳି ଆଖପାଖରେ ବୁଲୁଥାଏ। ଏହା ଭାବି ଯେ ସାହିତ୍ୟାକାଶରେ ଶୂନ୍ୟତା କଥା ସେ କହିଦେଲା। ଏବେ ମୁଁ କ’ଣ କହିବି! ଠିକ୍ ‘ସାହିତ୍ୟର ଗୋଟେ ଯୁଗର ଅନ୍ତ’ ବାଲାକଥା ଠିକ୍ ବସିବ, ରିପୋର୍ଟର ହସିବ ତ’ ହସୁ, ମୋର କ’ଣ ଯାଉଛି। ଗଲା ସପ୍ତାହରେ ପ୍ରଥମ ଜଣକ ଅନ୍ୟଜଣକୁ କହିବାର ଶୁଣିଥିଲି ଯେ ଯେଉଁପ୍ରକାର ଗଲା ଦେଢ଼ମାସରେ ଦିବଂଗତ ହେବା ଲେଖକମାନଙ୍କ ସହିତ ଲୋକମାନେ ଗୋଟେ ପରେ ଗୋଟେ ଯୁଗ ଅନ୍ତ କରି ଦେଉଛନ୍ତି, ସେଥିରେ ପ୍ରଳୟ ଆସୁଥିବାର ଲାଗୁଛି। ଅସ୍ତୁ।
ମାଇକ୍ରୁ କାମ ସାରି ଲେଖକ ସଂପାଦକଙ୍କ ଆଡ଼କୁ ଗତିକରେ। ମନେମନେ ଖୁସି ହୋଇଗଲେ ଏବେ ନେଇଗଲେ ଫ୍ୟାକ୍ସରେ ପଇସା ବଞ୍ôଚଯିବ, ଆଉ ପୁଣି ହାତକୁ ହାତ ଦେଇଦେବା କଥା ଅଲଗା। କିନ୍ତୁ ଲେଖକର ବିସ୍ମୟର ସୀମା ରହେନାହିଁ, ଯେତେବେଳେ ସଂପାଦକ ସେଠାରେ ହାତଯୋଡ଼ି ଦୁଃଖପ୍ରକାଶ କରିବାର ଦେଖାଯାଏ। ତାଙ୍କ ଅନୁସାରେ-
ଶବଯାତ୍ରାରେ ସାମିଲ୍ ହେବା ପାଇଁ ତାଙ୍କର ବାଥ୍ରୁମ୍ ପର୍ଯ୍ୟନ୍ତ ଯାଇ ଆଉ ଚେୟାର ପର୍ଯ୍ୟନ୍ତ ଆସିବା ଭିତରେ ଟେବୁଲ୍ ଉପରେ ମ୍ୟାଟର ଗଦାହୋଇ ଯାଇଥିଲା। ପୂରା ଟେବୁଲ୍ ଶ୍ରଦ୍ଧାସ୍ଥଳୀ ହୋଇଯାଇଥିଲା।
ଲେଖକଙ୍କର ରାଗିଯିବା ସ୍ୱାଭାବିକ ଥିଲା – ‘ପଅରଦିନ ଅଧରାତିରେ ଅମୁକ ମହାଶୟ ଦିବଂଗତ ହେଲେ ଆଉ ଆଜି ଆପଣଙ୍କ ଟେବୁଲ୍ ଭର୍ତ୍ତି ହୋଇଗଲା? …ଭଲା କେମିତି? …କେଜାଣି ଲାଗୁଛି ଯେମିତି ଲେଖକଙ୍କର ମୃତ୍ୟୁ ପଛରେ ହେଲା, ଶୋକ ସମ୍ବାଦ ପ୍ରଥମେ ଲେଖାଯାଇଥିଲା….’ କିଛି କଥା ନାହିଁ। ଏହାସବୁ ଲେଖକୀୟ ଆହ୍ୱାନର ଗୋଟେ ଭଙ୍ଗିମା ଅଟେ। ରଚନାକାରର ଅସ୍ମିତା ଏତେ ଜଲ୍ଦି କ’ଣ ହାର ମାନିଯିବ। ଆଉ ଲେଖକ ହସି ହସି ନା….. ନା… କରୁଥିବା ସଂପାଦକଙ୍କ ପକେଟରେ (ନିଜ ବନ୍ଧୁତ୍ୱର ଦ୍ୱାହି ଦେଇ) ମ୍ୟାଟର ଗୁଞ୍ଜି ଦିଏ।
କିନ୍ତୁ ଲେଖକ ଜାଣିଥାଏ ଯେ ସପ୍ତାହକ ପରେ ପୁଣି ମାସିକ ପତ୍ରିକା ସଂପାଦକଙ୍କ କବାଟ ବାଡ଼େଇବାକୁ ପଡ଼ିପାରେ। ସେ ବାଡ଼ାଏ ମଧ୍ୟ, କିନ୍ତୁ ଯେତେବେଳେ ପତ୍ରିକା ସଂପାଦକ ମଧ୍ୟ ମ୍ୟାଟର ପ୍ରେସ୍କୁ ଚାଲିଗଲାଣି କହି ‘ହାଉସ୍ଫୁଲ’ର ବୋର୍ଡ଼ ଦେଖାଇ ଦିଅନ୍ତି ତ’ ଲେଖକର ଧୈର୍ଯ୍ୟଚ୍ୟୁତି ଘଟିଥାଏ – ଏବେ ଦିବଂଗତ ଯିବାର ଦେଢ଼ଦିନ ମଧ୍ୟ ହୋଇନାହିଁ ଆଉ ଆପଣଙ୍କ ସଂଖ୍ୟା ପ୍ରେସ୍କୁ ଚାଲିଗଲାଣି? ସଂପାଦକ ହସିଦେଇ ଗୁଟ୍କାର ପାଉଚ୍ ମଇଳା ଡବାରେ ପକାଇ କହିଲେ, ‘ଆପଣ ଦେଢ଼ଦିନର କଥା କହୁଛନ୍ତି, ଏଠି ଦେଢ଼ଘଣ୍ଟାରେ ମ୍ୟାଟର ଠିକ୍ ହୋଇଗଲା। ଆମେ ନାଁ ଦେଖିଲୁ ଆଉ ବାଛିନେଲୁ…. ଅଧଘଣ୍ଟାରେ କାମ ଶେଷ।’
ଲେଖକ ନିଃସନ୍ଦେହ ଉଦାସ ହୋଇଗଲା, କିନ୍ତୁ ହତାଶ ନୁହେଁ। ସେ ସାବଧାନତାର ସହିତ ନିଜର ମ୍ୟାଟରକୁ ଫୋଲ୍ଡରରେ ରଖିଲା। ଆଉ ତା’ପରେ ସ୍ଲିପ୍ ଲଗାଇଲା – ‘ଅମୁକ ମହାଶୟଙ୍କ ପ୍ରଥମ ପୁଣ୍ୟତିଥିରେ ଶ୍ରଦ୍ଧା ସ୍ମରଣ (ଆରବର୍ଷ ପାଇଁ)’ ଆଉ ଚାହାରେ ବୁଡ଼େଇ ବୁଡ଼େଇ ବିସ୍କୁଟ ଖାଇବାରେ ଲାଗିଲା। ଖାଉଖାଉ ସେ ଭାବୁଥିଲା ‘ଆର ଥରକୁ’ ସେ ବେଶି ସତର୍କ ରହିବ….।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ନଭେମ୍ବର, ୨୦୨୬ ସଂଖ୍ୟାରେ ପ୍ରକାଶିତ।)