ଘାଁସର୍‌ ନିଜର୍‌ କଥା

ପ୍ରଫୁଲ୍ଲ କୁମାର ତ୍ରିପାଠୀ

ଘାଁସ୍‌ ହୋଇ ମୁଇଁ ବଢ଼ିପାର୍‌ସିଁ
କିଏ ଖାଉ, ନାଇଁଖାଉ
ମାଟି’ନ ଚୁଛେଁ ଲଟ୍‌କିଥିଲେଁ ଭି
କମ୍‌ ନୁହେ ମୋର୍‌ ଭାଉ

ଗଛ୍‌, ଲହ କି ମହୀରୁହ ସାଂଗେ
ନାଇଁହୁଏ ମୁଇଁ କଁଟି
ମୋର୍‌ ଛୁଆବେଲ୍‌ କେଭେଁ ନାଇଁସରେ
ବୁଝ୍‌ସି ମୋର୍‌ ମାଆଁ ମାଟି

ବୁଂଦେ ପାଏନ୍‌ ପାଏଲେଁ, କାଁଡ଼େ ବଢ଼୍‌ସିଁ
ସଭେ ଥିବ ମୋତେ ଦେଖି
ପଡ଼ି ରହିଥିସିଁ ଏଖେଇ ଠାନେ
ମୁଇଁ ମୋର୍‌ ମାଆଁର୍‌ ରକ୍ଷୀ

ଓଡ଼ିଆ ଭାଷାଂତର :

ଘାସର ନିଜର କଥା

ଘାସ ହୋଇ ମୁଁ ବଢ଼ିପାରୁଛିଁ
କେହି ଖାଉ କି ନ ଖାଉ
ମାଟିରେ ଅଯଥା ଲାଖିଥିଲେ ବି
କମେନାହିଁ ମୋର ଭାଉ

ଗଛ, ଲତା କି ମହୀରୁହ ସଂଗେ
ହୋଇନାହିଁ କେବେ କଂଟି
ମୋର ପିଲାଦିନ କେବେ ସରେନାହିଁ
ବୁଝୁଛି ମୋ ମାଆ ମାଟି

ବୁଂଦେ ପାଣି ପିଇ ଚାଖଂଡେ ବଢ଼େଁ ମୁଁ
ସଭିଏଁ ତ ଥିବ ଦେଖି
ପଡ଼ିରହିଥାଏ ସେହି ଗୋଟେ ଠାରେ
ମୁଁ ତ ମୋ ମାଆର ରକ୍ଷୀ

2 thoughts on “ଘାଁସର୍‌ ନିଜର୍‌ କଥା

  1. ମୋତେ ମୂଳ ରଚନାଟି ଭଲ ଲାଗୁଛି।

  2. ” ଚୁଛେଁ” ଶବ୍ଦ ଅଡ଼ୁଆ ଲାଗଲା। ଆମେ ଛୁଚାଟା କେ କେଁ ଯେ ଏନ୍ତା ହଉଛୁ ? ବଲସୁ। “ଛୁଚେଁ ” ହେବାର କଥା ଭାବୁଛେ।

Leave a Reply

Your email address will not be published. Required fields are marked *