ନିଜ ଚା ଶୋଷିନିଅ

  • “ମୁଁ ମରିଗଲା ପରେ ତୁମ ଲୁହ ଝରୁଥିବ, ମୁଁ କିନ୍ତୁ ଜାଣିବି ନାହିଁ, ବରଂ ମୋ ସାଥିରେ ସାଥି ହୋଇ କାନ୍ଦ।
ମୂଳ ରଚନା: ଲିଟିଜୁ ଫେଙ୍ଗ୍

ଅନୁବାଦ: ବିଜୟଲକ୍ଷ୍ମୀ ପଟ୍ଟନାୟକ

ନିଜ ଚା ଶୋଷିନିଅ
ଧୀରେ ଏବଂ ଆନନ୍ଦରେ
କେହିବି କେବେ ଜାଣନ୍ତିନି
କେତେବେଳେ ଯିବାର ସମୟ ଆସିବ
ଅଥବା ଆଦୌ ସମୟ ନ ଥିବ
ଜୀବନର ଆନନ୍ଦ ଅନୁଭବିବାକୁ
ତେଣୁ ନିଜ ଚା ଶୋଷିନିଅ
ଧୀରେ ଏବଂ ଆନନ୍ଦରେ।

ଜୀବନ ବହୁତ ଛୋଟ
ଅସରନ୍ତି ପରି ଲାଗେ
ଅନେକ କିଛି କରିବାକୁ ଅଛି
ବହୁତ ଭୁଲ ବି ହେଇଯାଇଛି
ଏବଂ ଆମେ ଅନେକ ସମୟ
ନିଜକୁ ସଶକ୍ତ କରିବାକୁ ସଂଗ୍ରାମରତ
ବହୁତ ଡେରି ହେବା ଆଗରୁ
ଏବଂ ଏହାହିଁ ବୋଧେ ସଠିକ୍ ସମୟ
ନିଜର ଚା ଶୋଷିନିଅ
ଧୀରେ ଏବଂ ଆନନ୍ଦରେ।

କିଛି ବନ୍ଧୁ ରହିଛନ୍ତି
ଅନେକେ ଚାଲି ଗଲେଣି
ପ୍ରିୟଲୋକମାନେ ମନେ ରହିଗଲେ
ସମସ୍ତେ କିନ୍ତୁ ନୁହେଁ
ପିଲାମାନେ ବଡ ହୋଇଯିବେ
ଏବଂ ଡେଣାମେଲି ଉଡିଯିବେ
କେହି କହି ପାରିବେନି
ସମୟ କିପରି ଆସିବ
ନିଜର ଚା ଶୋଷିନିଅ
ଧୀରେ ଏବଂ ଆନନ୍ଦରେ।

ଶେଷରେ ସତରେ ଏ ସବୁ ଖାଲି
ପ୍ରେମକୁ ବୁଝି ପାରିବାର କଥା
କାରଣ ଏ ପୃଥିବୀରେ
ଏବଂ ଉପରେ ଆକାଶର ତାରାମାନେ
ପ୍ରକୃତ ନିଜଲୋକଙ୍କୁ ଯତ୍ନ କରୁଥିବା ଲୋକଙ୍କୁ
ପ୍ରଶଂସା କରନ୍ତି ଓ ମୂଲ୍ୟ ଦିଅନ୍ତି
ହସିଯାଅ ଏବଂ ନିଃଶ୍ବାସକୁ ରୋକିଦିଅ
ଏବଂ ତୁମର ବ୍ୟସ୍ତତା ସବୁକୁ ଯିବାକୁ ଦିଅ
ଏବଂ କେବଳ ତୁମର ଚା ଶୋଷିନିଅ
ଧୀରେ ଏବଂ ଆନନ୍ଦରେ।

ମୁଁ ମରିଗଲା ପରେ
ତୁମ ଲୁହ ଝରୁଥିବ
ମୁଁ କିନ୍ତୁ ଜାଣିବି ନାହିଁ
ବରଂ ମୋ ସାଥିରେ ସାଥି ହୋଇ କାନ୍ଦ।

ତୁମେ ପ୍ରଶଂସାର ଶବ୍ଦ କହୁଥିବ
ମୁଁ କିନ୍ତୁ ଶୁଣି ପାରିବିନି
ଏବେ ତ ମୋତେ ପ୍ରଶଂସା କର।

ମୋର ଭୁଲଗୁଡିକୁ ତୁମେ ଭୁଲିଯିବ
ମୁଁ କିନ୍ତୁ ଜାଣିବି ନାହିଁ
ଏବେତ ସେସବୁ ଭୁଲିଯାଅ।

ମୋତେ ସେତେବେଳେ ତୁମେ ଖୋଜିବ
କିନ୍ତୁ ମୁଁ ଅନୁଭବ କରି ପାରିବିନି
ଏବେତ ମୋତେ ଖୋଜ।

ମୋ ସହିତ ଅଧିକ ସମୟ
ବିତେଇଥିଲେ ଭଲ ହୋଇଥାନ୍ତା ତୁମେ ଭାବିବ
ଏବେତ ସମୟ ଦିଅ।

ତୁମେ ଯେତେବେଳେ ଶୁଣିବ ମୁଁ ଚାଲିଯାଇଛି
ମୋ ଘରର ରାସ୍ତା ତୁମେ ଖୋଜିବ
ମୋତେ ଶ୍ରଦ୍ଧାଞ୍ଜଳି ଦେବା ପାଇଁ
କିନ୍ତୁ ଆମେ ବର୍ଷ ବର୍ଷ କଥା ହେଇନାହାନ୍ତି
ଏବେତ ମୋତେ ଚାହଁ।

3 thoughts on “ନିଜ ଚା ଶୋଷିନିଅ

  1. ବାସ୍ତବ, ଚିର-ସତ୍ଯ, ହୃଦୟ ସ୍ପର୍ଶୀ କବିତାଟିଏ। ବହୁତ ଭଲ ଲାଗିଲା।

Leave a Reply

Your email address will not be published. Required fields are marked *