ଅକ୍ଷର ଗୀତ

  • କୁନିକୁନି ଶିଶୁମାନଙ୍କୁ ରୋଚକ ଢଙ୍ଗରେ ‘ଅ ‘ ଠାରୁ ‘କ୍ଷ ‘ ପର୍ଯ୍ୟନ୍ତ ଅକ୍ଷର ଶିକ୍ଷା ଦେବା ପାଇଁ ଜାକିର ଖାନଙ୍କ ଏକ ପ୍ରୟାସ ।
ଜାକିର ଖାନ

ବୋଲି ଗୋଟେ ପିଲା ଥିଲା
ସହ ସିଏ ଖେଳୁ ଥିଲା
ସହ ତାର ଦେଖା ହେଲା
କହି ସିଏ ହସିଦେଲା
ସେଠୁ ପୁରା ରାଗି ଗଲା
କହି ସିଏ ଉଡ଼ିଗଲା
ବସି ଏହା ଦେଖୁ ଥିଲା
ତାକୁ ଦେଖି ହସୁଥିଲା

ରଖିଥିଲା ଗୋଟେ ହାତୀ
‘ର ନଥିଲା କେହି ସାଥି
ରଖିଥିଲା ଗୋଟେ ଓଟ
ହେଲା ଖାଲି ଛଟପଟ
ଦିନେ କହିଗଲା କାନେ
ହସୁଥିଲା ମନେ ମନେ
ଖାଲି ଗରଗର ହେଲା
ଘ’କୁ ସେଦିନ ଜର ହେଲା
ସବୁ ବେଳେ ତର ତର
କରୁ ଅଛି ଚର ଚର

କିଣି ଥିଲା ଗୋଟେ ଛତା
କହୁଥିଲା ସତ କଥା
କହୁ କହୁ ଝରିଗଲା
ଏହା ଦେଖି ଡରିଗଲା
ହେଲା ଖାଲି ଟକ ଟକ
ଥିଲା ପୁରା ଗୋଟେ ଠକ
କରିଥିଲା ମଠ ଟିଏ
କିଣି ଥିଲା ଖଟ ଟିଏ
କଲା ବସି ବାସି କାମ
ହେଲା ଖାଲି ତମ ତମ
କରୁ ଥିଲା ବସି ଛାତ
ଖୋଳୁଥିଲା ବସି ଗାତ

ଗଡିଗଲା ହସି ହସି
ଧରିଥିଲା ଗୋଟେ ରଶି
କିଣିଗଲା ଗୋଟେ ଗଦି
କିଣିଗଲା ତାର ଖଦି
ଖୋଜୁଥିଲା ତାର ବସା
ହେଲା ଯାହା ଲୋକହସା
ହେଲା ଖାଲି ଛାଟିପିଟି
ଧରିଥିଲା ତାର ଚୁଟି
ଖାଲି ହେଲା ରାଉ ରାଉ
ଦେଖାଇଲା ତାର ଭାଉ
ହେଲା ଖାଲି ସକସକ
ଛାତି ହେଲା ଦକ ଦକ

ରଖି ଥିଲା ଗୋଟେ ମଶା
ହେଲା ଯାହା ଲୋକହସା
ହସିଦେଲା କିରି କିରି
କ୍ଷ ଖାଇଦେଲା ସବୁ ଖିରି
ହେଲା ଯାହା ଧଇଁସଇଁ
ଚାଲିଗଲା ନଇଁ ନଇଁ ।।

6 thoughts on “ଅକ୍ଷର ଗୀତ

  1. ଅ ରୁ ଅ ତି ସୁନ୍ଦର…….
    ଆ ରୁ ଆଃ ଆଃ ଆଃ…

  2. ବହୁତ ସୁନ୍ଦର। କୁନି ପିଲା ମାନଙ୍କୁ ଅକ୍ଷର ଶିକ୍ଷା ଦେବା ପାଇଁ ଏହା ଏକ ଅଭିନବ ପ୍ରୟାସ।
    ଜାକୀର ଖାନ୍ ଭାଇଙ୍କୁ ଅଶେଷ ଧନ୍ୟବାଦ।

  3. ଜାକିର ବାବୁଙ୍କ ଗୀତ ଟି ବେଶ ଚମତ୍କାର ଓ ଆକର୍ଷଣୀୟ, କିନ୍ତୁ ଆଜିର ଟେକ୍ନୋଲୋଜି ଯୁଗରେ

    ବାପା କିମ୍ବା ମା’ ଙ୍କ ପାଖେ କାହିଁ ଯେ ସମୟ,
    ସେମାନେ ପଢ଼ିବେ ଓ ପଢ଼ାଇବେ ଏତେ ସମୟ
    ମୋବାଇଲ ଗୁଞ୍ଜିବାକୁ ଅଭାବ ସମୟ
    ଟିଭି ନେଇଗଲା ବାକି ସମୟ
    ସପିଙ୍ଗ ଓ ଗପିବାକୁ ନାହିଁ ସମୟ
    ପିଲାଏ ବିଚାରାଙ୍କ ପାଇଁ କାହିଁ ସମୟ
    ପିଲାଙ୍କ ଠୁ ବୟସ୍କ ସମସ୍ତଙ୍କ ପାଇଁ ଅଭାବ ସମୟ
    ବଡ଼ ବଳାବାନ ଅଟେ ସମୟ

  4. ଜାକିର ସାର ଚମତ୍କାର 👍 ଛୋଟ ପିଲାଙ୍କ ଶିକ୍ଷା ପାଇଁ ଅତି ସୁନ୍ଦର ପ୍ରୟାସ…

  5. ଜାକିର ସାର୍ ବହୁତ୍ ସୁନ୍ଦର୍ ହୋଇଛି। ଧନ୍ୟବାଦ୍।

Leave a Reply

Your email address will not be published. Required fields are marked *