ଜଗତ ନାଥ ପ୍ରଭୁ ହେ

ଯଶୋଧାରା ମିଶ୍ର

ଜଗତ ନାଥ ପ୍ରଭୁ ଜଗନ୍ନାଥ ହେ

ଜଗତ ନାଥ ପ୍ରଭୁ ଜଗନ୍ନାଥ…       

ପତିତପାବନ ହରି ଏ ଭବରୁ ଦେବେ ତାରି

ଅପଲକ ଚକା ଆଖି, ଡାକୁଥାନ୍ତି ବାହୁ ଟେକି

ଓଠରେ ଅଳପ ହସ, ଦୟା ଜରଜର ମୁଖ,

ଦୀନଜନେ ଚାହିଁଛନ୍ତି ବାଟ ହେ…   ।।

ଦେଉଳେ ନ ଲାଗେ ମନ, ଛାଡ଼ି ରତ୍ନ ସିଂହାସନ

ରୁଚେନା ଛପନ ଭୋଗ, ଦୀପଧୂପ ଭୋଗରାଗ

ଭକତର ସ୍ନେହ ଘାରେ , ଡାକ ଶୁଭେ ବାରେ ବାରେ

ଆସ ସାଇଁ କରିବା ମିଶି ଯାତ ହେ …      ।।

ବଡ଼ ଦେଉଳୁ ବାହାରି, ଭକତ ଭୀଡ଼ରେ ଘେରି

ଦେଶେ ଦେଶେ ନଗରରେ, ବୁଲିବେ ଆଜି ଠାକୁରେ

ନିଜ ରଚିଲା ସଂସାରେ, ଟଣା ହେବେ ମାୟା ଡୋରେ

ସଜବାଜ ହେଲାଣି ତିନି ରଥ ହେ …         ।।

ବିଶିଷ୍ଟ ଧର୍ମଗୁରୁ ମାତା ଅମୃତାନନ୍ଦମୟୀ (ଆମ୍ମା)ଙ୍କ ବ୍ୟକ୍ତିଗତ ଅନୁରୋଧ କ୍ରମେ କବୟତ୍ରୀ ଏହି ଜଣାଣଟି ଲେଖିଥିଲେ, ଯାହାକି ସ୍ୱୟଂ ଆମ୍ମାଙ୍କ କଣ୍ଠରେ ସ୍ଵରବଦ୍ଧ ହୋଇଛି।

Leave a Reply

Your email address will not be published. Required fields are marked *