ପ୍ରବନ୍ଧ ସାହିତ୍ୟରେ ଇଂରାଜୀପ୍ରେମ

କୌଣସି ଭାଷା ପ୍ରତି ପ୍ରେମ ରହିବା କିଛି ଗର୍ହିତ କଥା ନୁହେଁ, କିନ୍ତୁ ଏହା ଏକପାଖିଆ ହେଲେ ସନ୍ତୁଳନ ବିଗିଡ଼ିଯାଏ। ଆଧୁନିକ ଓଡ଼ିଆ ପ୍ରବନ୍ଧ ସାହିତ୍ୟ, ବିଶେଷତଃ ସମାଲୋଚନା ସାହିତ୍ୟରେ ସ୍ଥାନ ପାଉଥିବା ଉଦ୍ଧୃତିଗୁଡ଼ିକୁ ଲକ୍ଷ୍ୟ କଲେ ଆମକୁ ସେଥିରେ ଇଂରାଜୀ ଭାଷାର ବହୁଳ ପ୍ରୟୋଗ ଜଳଜଳ କରି ଦିଶିଯାଏ। ପ୍ରବନ୍ଧର ପ୍ରସଙ୍ଗକୁ ଆଧାର କରି କୌଣସି ପାଶ୍ଚାତ୍ୟ ଲେଖକ ବା ଗବେଷକଙ୍କ ବକ୍ତବ୍ୟ ଉଦ୍ଧାର କରିବାବେଳେ ତାହାକୁ ମୂଳ ଇଂରାଜୀ ଭାଷାରେ ଲେଖିବାର ପ୍ରବଣତା ଓଡ଼ିଆ ପ୍ରବନ୍ଧଗୁଡ଼ିକରେ ଯେମିତି ଦେଖିବାକୁ ମିଳେ, ପ୍ରତିବେଶୀ ଭାଷାର ପ୍ରବନ୍ଧ ସାହିତ୍ୟରେ ସେମିତି ହୁଏନାହିଁ। ଅପର ପକ୍ଷରେ ପାଶ୍ଚାତ୍ୟ ପ୍ରାବନ୍ଧିକମାନେ ଯେତେବେଳେ ଓଡ଼ିଆ ଭାଷା ବା ସାହିତ୍ୟ ବିଷୟରେ ଇଂରାଜୀରେ ପ୍ରବନ୍ଧଟିଏ ଲେଖନ୍ତି, ସେତେବେଳେ କୌଣସି ଓଡ଼ିଆ ଲେଖକଙ୍କ ପୁସ୍ତକରୁ କିଛି ଧାଡ଼ି ଉଦ୍ଧରଣ କରିବାକୁ ଥିଲେ ସେମାନେ ତାହା ଓଡ଼ିଆ ଅକ୍ଷର ଅବା ଭାଷାରେ ଯଥାବତ୍ ସ୍ଥାନିତ କରିବାର କେବେ ଦେଖାଯାଏ କି?
ଗୋଟିଏ ଉଦାହରଣ ଜରିଆରେ କଥାଟିକୁ ବୁଝାଯାଉ। ଚଳିତ ଶତାବ୍ଦୀର ଆଦ୍ୟ ଭାଗରେ ବିଶିଷ୍ଟ ଇଂରେଜ ଗବେଷକ ଜନ୍ ବୋଲ୍‌ଟନ୍ ଓଡ଼ିଆ ସାହିତ୍ୟ ବିଷୟରେ ଗବେଷଣା କରି ‘ଏସେଜ୍ ଅନ୍ ଓରିଆ ଲିଟରେଚର୍‌’ ନାମକ ଏକ ପ୍ରାମାଣିକ ଗ୍ରନ୍ଥ ରଚନା କରିଯାଇଛନ୍ତି। ସେଥିରେ ସେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ‘ଷଡ଼ରସ’ ନାମକ ଏକ ନାଟକ ସମ୍ପର୍କରେ ଆଲୋଚନା କରିବା କ୍ରମରେ ସେଥିମଧ୍ୟରୁ ଗୋଟିଏ ଓଡ଼ିଆ ସଂଳାପ ଉଦ୍ଧାର କରିବାବେଳେ ତାହାକୁ ଓଡ଼ିଆରେ ନ ଲେଖି ବରଂ ତାହାର ଲିପ୍ୟନ୍ତରଣ ବା ଟ୍ରାନ୍ସଲିଟରେସନ୍ କରି ସଂଳାପଟିକୁ ଇଂରାଜୀ ଅକ୍ଷରରେ ହିଁ ଉପସ୍ଥାପନ କରିଛନ୍ତି। ଆମର ପ୍ରାବନ୍ଧିକମାନେ ସେହିଭଳି ଓଡ଼ିଆ ଭାଷାରେ ରଚନାଟିଏ ଲେଖିବାବେଳେ ସେଥିରେ ଦିଆଯିବାକୁ ଥିବା ଇଂରାଜୀ ଉଦ୍ଧରଣଗୁଡ଼ିକୁ ଓଡ଼ିଆରେ ଲେଖିପାରିବେ ନାହିଁକି? ଆବଶ୍ୟକ ସ୍ଥଳେ ବଙ୍ଗଳା କି ହିନ୍ଦୀ ଭାଷାରୁ ଉଦ୍ଧୃତିଟିଏ ତ ପୁଣି ଆମେ ନିଜ ପ୍ରବନ୍ଧରେ ଓଡ଼ିଆ ଲିପିରେ ଲେଖିପାରୁଛେ! କିନ୍ତୁ ଇଂରାଜୀ ଭାଷା କ୍ଷେତ୍ରରେ ଏହି ଧାରା ଅନୁସରଣ ନ କରିବା ଆମର ଭାଷା-ସ୍ୱାଭିମାନକୁ ଆହତ କରୁ୍‌ନାହିଁ କି? ଆଜି ଆମେ ଏଭଳି ଏକ … >ଆଗକୁ ପଢନ୍ତୁ >

Leave a Reply

Your email address will not be published. Required fields are marked *