ଏ ଘଣ୍ଟର ତାନ ନିଆରା। ବିସର୍ଜନ ସମୟରେ ଘଣ୍ଟୁଆ ନାଦିବେ ଢୋଲ ତାଳରେ।

ଗୋଟାଏ ପିଜୁଳିଡାଙ୍ଗ ପତର ଚଞ୍ଛା ହୋଇ ଅଣାହେଵ ହାତେ ଓଜରେ। ଠାକୁରଘର ଉତ୍ତରପଟ କଣକାଣ୍ଡରେ ପେଟେଇ ଥବ ଗୋଟାଏ କଂସା ବା ପିତ୍ତଳର ଘଣ୍ଟ। ତାର ପରିଧିର ଉପରି ଭାଗରେ ଦି’ଟା କଣା ଥଵ। ତା ଭିତରେ ବାଣିଦଉଡ଼ିର ସୂତୁଲିଟେ ଦି’ପରସ୍ତ ହୋଇ ଚାରିଆଙ୍ଗୁଠି ପଶିଵା ସରିକି ଗୁଡ଼ା ହେଇଥବ।ସେଇଟିକୁ ଆଣି ସଂଜକୁ ଘଣ୍ଟପାଟୁଆ ତାନରେ ଠିଆଠିଆ ଵଜେଇଵାକୁ ହଵ: ଡାଏଁ ଡିଡାଏଁ ଡାଏଁ। ଡାଏଁ ଡିଡ଼ାଏଁ ଡିଡ଼ାଏଁ ଡିଡ଼ାଏଁ ଡାଏଁ ଡିଡ଼ିଡ଼ାଏଁ ଡାଏଁ। ଡିଡ଼ିଡ଼ିଡ଼ି ଡାଏଁ ଡାଏଁ। କି ଖେଳ ଲୋ ବୋପା!
ଶୁଣିଚନ୍ତି ନା ଢୋଲର ତାନ: ଶାଶୁ ଧଡ଼ପଡ଼/ ଵୋହୂଟା ଖେଚଡ଼। ତାକଡ଼ ମାକଡ଼ ତାକଡ଼ ମାକଡ଼।
ଖୋଳ ବାଜୁଥବ: ଫାଡ଼ି ଦେ/ ଫୁଟ କାଢ଼ିଦେ/ କୁଟା ପକେଇ ଦଳିଦେ।
ଅଧିକାଂଶ ପଣ୍ଡିତିଆ ଶବ୍ଦରେ ବି ଖୋଳ ବଜାନ୍ତି।

ହେଲେ ଏ ଘଣ୍ଟର ତାନ ନିଆରା। ବିସର୍ଜନ ସମୟରେ ଘଣ୍ଟୁଆ ନାଦିବେ ଢୋଲ ତାଳରେ। ଜଗନ୍ନାଥଙ୍କ ପହଣ୍ଡି ବେଳକୁ ବାଦକମାନେ ଛେଚିବେ ସମୁଦ୍ର ଘୋଷ ଭଳି। ତାଳ ବେତାଳ ହେଲେ ଉସ୍ତାଦ ଝାମ୍ପି ଆଣି ନିଜେ କୁଢ଼େଇ ଦେଇଯିବ।
ଘଣ୍ଟା ସହିତ ରାଜଯୋଟକ ପଡ଼େ ଘଣ୍ଟି ଓ ଶଙ୍ଖର। ଶଙ୍ଖୁଆ ଟିକେ ତାଉଆ। ସେ ତିନିଥର ବଜେଇ ଦେଇ ଥପକିନା ରହିଯିବ। ପୂଜକ ଘଣ୍ଟି ବଜାଇଵା ବେଳେ ସମସ୍କନ୍ଧ ହୋଇ ଆନୁପାତିକ ଭାବରେ ସହଯାତ୍ରୀ ହେଉଥଵ ଘଣ୍ଟୁଆର।
କି ଆମୋଦ ଓ କି ପଵିତ୍ରଭାଵ କୁଢ଼େଇ ହେଇପଡ଼େ ଏହି ବାଇଦ ସମଵାୟରେ!
ଆମ ଠାକୁରଘର ଏମିତି ଏକ ଆଖଡ଼ାଶାଳା, ଯେଉଁଠି ପାର୍ଵଣ ଚାରିଦିନ ମୋତେ ଓ ମୋ ସାନଭଉଣୀକୁ କସରତ କରିଵାକୁ ହୁଏ ଠାକୁର ବାରଣ୍ଡାରେ।
ଶଙ୍ଖ ଶୁଭୁଥାଏ ଲମ୍ବ ରାହାରେ: ପୁଁ ଉଉଉ…..ଉଁଃ।
ଟିଲିର କୁଳଭୋଇ ଗାଲ। ମୋ ବୋତାମଛିଡା ହାଫ୍ପ୍ୟାଣ୍ଟରେ ଗାମୁଛା ଭିଡ଼ା ହୋଇ କମର ଚୌରସ। ହଲିହଲି ଆଗପଛ ଦୋହଲି ଦୋହଲି ଘଣ୍ଟ ବଜାଉ ଥିବି: ଡାଏଁ ଡିଡ଼ାଏଁ ଡାଏଁ…
ଏଇ ଘଣ୍ଟବାଦନ ପାଇଁ ଭଞ୍ଜେ ଦି’ପଦ ଗାରେଇଛନ୍ତି ମହାପ୍ରଭୁଙ୍କର ଘୋଷଘଣ୍ଟ ନିନାଦ ପ୍ରସଙ୍ଗକୁ ମେଣ୍ଢେଇ:
“ଯେତେଦୂର ଘଣ୍ଟ ନିନାଦ ଶୁଭେ ନଦରେ ନେଇ ।
ପଳାଏ ଅନୃତ ଦୁଷ୍କୃତ ଗଳେ ଗଳଥା ଦେଇ ॥”
ଘଣ୍ଟ ନିନାଦ ଯେତେଦୂରଯାଏ ଶୁଭୁଥାଏ ସେତେଦୂର ପାପ ଓ ଖରାପକାମକୁ ନେଇ ପଳାଇ ଯାଏ।
ଏଇ ପଞ୍ଚଜନ ଅସୁରକୁ ମାରି ଶ୍ରୀବିଷ୍ଣୁ ତିଆରି ଥିଲେ ପାଞ୍ଚଜନ୍ୟ ଶଙ୍ଖ।
ଖଣ୍ଡିଏ ପୋଲାବାଉଁଶରେ ତିଆରି ହୁଏ ବଇଁଶୀ। ମୋହିନିଏ ମନ।ଗୋପୀ ମୋହନିଆ ସ୍ଵନ ନବଘନ ନଟନାଗରଙ୍କର ଏଇଠି ହିଁ ଥାଏ।ଏ ବଂଶୀ ବନିଯାଏ ମୋହନବଂଶୀ।
ଶୁଣିନାହାନ୍ତି ଅମୃତପଦଟିଏ:
“ଶ୍ରୀକୃଷ୍ଣଙ୍କ ବଂଶୀ ଧ୍ବନି ଶୁଣି
ଥକିତ ହେଲେ ଯମୁନା ପାଣି
ମୃଗମାନେ ତୃଣ ଚାପିଣ ରହିଲେ
ଭାଙ୍ଗିଗଲା ତାଙ୍କ ବାଙ୍କଚାହାଣି ବଂଶୀସ୍ବନ!
ଆଉ ନବଜା ନବଜା ଶ୍ୟାମଘନରେ!”
କାଠି ବାଡ଼େଇ ବାଡ଼େଇ କି ସୁନ୍ଦର ଶବଦରେ ଲଗୁଡ଼ ଖେଳ ବା ଲଉଡ଼ିଖେଳ ଖେଳନ୍ତି ଗଉଡ଼ପିଲାଏ। ଗାଆନ୍ତି ଓଗାଳ।।
ଆଜି ନବରାତ୍ରର ଦାଣ୍ଡିଆ ପା ଲଗୁଡ଼ିରୁ ଆରମ୍ଭ ହୋଇ ଏଇଠୁ ଯାଇ ମୁକୁଟ ପିନ୍ଧିଲାଣି।
ସବୁ ଦେଶୀଯୁଗାଡ଼ ସହ ଆମ ଓଡ଼ିଶାର ଦେଶୀମଣିଷ କେମିତି ଗଇଁଠେଇ ଯାଇଛନ୍ତି କୁହନ୍ତୁ ତ।
ଖଣ୍ଡିଏ ଶୁଖିଲା ନାଉଖୋଳପାରୁ କେନ୍ଦରା , ଗୋଟିଏ ଗୋଧିଛାଲରୁ ଖଞ୍ଜଣି, ଗାଈ ମହିଷଙ୍କର ଶିଂଘରୁ ଅପୂର୍ବ ଶିଙ୍ଘାବାଦନର ସତରେ ବିକଳ୍ପ ଅଛି କି?
A very good description of ‘Ghanta’. These type of beautiful and pure contents should be continued.
Prof Gopal Krushna Acharya is an intellectual critic. This is an excellent write up. My regards to the editor of Sahitya charcha.
ଧନ୍ୟବାଦ
ଧନ୍ୟବାଦ
ବାଃ ! ଘଣ୍ଟ ବାଦ୍ୟର ତାଳେତାଳେ ଜୀବନର ଉଠା ପକା ଖେଳ ଅଭିଭୂତ କଲା । ପିଜୁଳିଗଛର ଡାଙ୍ଗରେ କୁଢେଇ ହୋଇ ପଡୁଥିବା ତାଳ ମନ ଭିତରେ ଭେଦି ହେଇଗଲା। ସତେତ
କି ଗହନ କଥା ସବୁ କହିଦିଅନ୍ତି ଏତେ ରସାଳ କରି ଆପଣ । ନିରଳସ ସାହିତ୍ୟ ସାଧକକୁ କୋଟି ପ୍ରଣାମ।
ମା ଜଗଦମ୍ବା ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ଘଣ୍ଟ ଘୋଡ଼େଇ ରଖିଥାନ୍ତୁ।
ପ୍ରଣାମ
ଜୟ ଜଗନ୍ନାଥ
ଧନ୍ୟବାଦ
ଅପୂର୍ବ ସାର 🙏 ଆମ ଓଡ଼ିଆ ଲୋକସଂସ୍କୃତି ଓ ପାରମ୍ପରିକ ବାଦ୍ୟଯନ୍ତ୍ରର ମହତ୍ତ୍ୱ ଅବର୍ଣ୍ଣନୀୟ। ପ୍ରକୃତିର ସାଧାରଣ ଉପାଦାନରୁ ଏଭଳି ଅସାଧାରଣ ସଙ୍ଗୀତ ସୃଷ୍ଟି କରିବା ଆମ ପୂର୍ବପୁରୁଷଙ୍କ ଅଦ୍ଭୁତ କଳାକୌଶଳର ପରିଚୟ। ଆଧୁନିକତା ଯେତେ ଆଗକୁ ବଢ଼ିଲେ ବି, ଆମ ମାଟିର ଏହି ମୌଳିକ କଳା ଓ ପରମ୍ପରାର ବିକଳ୍ପ ନାହିଁ। 🙏
ଧନ୍ୟବାଦ
Lekhaka Gopalkrishna Acharya nka Ramya Rachana ati sundar, Ruchikar o Anubhuti adharita.
Eka satya ghatanara ruparekha anki pari thibaru atyant khusi heli…
ଧନ୍ୟବାଦ
ଖୁବ ସୁନ୍ଦର ସାର। ଧୀରେ ଧୀରେ ଆମ ପିଲାମାନଙ୍କ ଭିତରେ ବିଦେଶୀ ସଂସ୍କୃତିକୁ ଆପଣାଇ ଆମର ମହାନ ପରମ୍ପରା ଓ ପ୍ରକୃତିର ନିୟମକୁ ଭୁଲିଯିବା ସମୟରେ ଆପଣଙ୍କର ଏହି ମନୋମୁଗ୍ଧକର ଲେଖା କିଛି ତ ସେମାନଙ୍କ ଭିତରେ ପ୍ରଭାବ ପକାଇବ। ଧନ୍ୟବାଦ ସାର
ଖୁବ୍ ସୁନ୍ଦର ଆଲୋଚନା। ପ୍ରଫେସର ଗୋପାଳ ଆଚାର୍ଯ୍ୟଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।
ଧନ୍ୟବାଦ
ଖୁବ୍ ସୁନ୍ଦର ଉଚ୍ଚକୋଟୀର ଆଲୋଚନା। ପ୍ରଫେସର ଗୋପାଳ ଆଚାର୍ଯ୍ୟଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।
ଧନ୍ୟବାଦ
ପଢ଼ୁ ପଢ଼ୁ ନିଜ ମାଟିର ସେଇ ପୁରୁଣା ଦିନ, ପରମ୍ପରା ଓ ଶୈଶବର ସ୍ମୃତି ସବୁ ଆଖି ଆଗରେ ନାଚି ଉଠିଲା। ଆମ ଓଡ଼ିଆ ସଂସ୍କୃତିର ଏତେ ସୁନ୍ଦର ଦିଗକୁ ମନେ ପକାଇଦେଲେ। ସତରେ, ମନ ଛୁଇଁଗଲା। 🙏
ଧନ୍ୟବାଦ
ଏ ଭଳି ଲେଖା ବିରଳ ହେଇ ଆସିଲାଣି। ଧିରେ ଧିରେ, ଏ ପ୍ରକାର ଅନୁଭୁତି, ଯାହା ଆମ ପିଢିର ସମସ୍ତେ ସ୍ମୃତି ପଟରେ ଧରି ରଖିଥାଇଁ , କେତେବେଳେ କେମିତି ଆପଣଂକ ଲେଖା ମାଧ୍ୟମରେ ଜୀଇଁ ଉଠୁଛି । ବଜାରୀକରଣ ଧିରେ ଧିରେ ସବୁ ଗ୍ରାସ କରି ଚାଲିଛି ! ଯେ ବାଦ୍ୟ ବଜଉଛି , ସେ ମଧ୍ୟ ରିଲ୍ କରି କେମିତି ନଜରରେ ପଡିବ, ସେ ଲାଗି ବ୍ୟସ୍ତ !
ବହୁତ ଧନ୍ୟବାଦ! ଲେଖା ଜାରି ରହିଥାଉ 🙏🙏
ଧନ୍ୟବାଦ
ଅତି ଚମତ୍କାର ଓ ହୃଦୟସ୍ପର୍ଶୀ ଲେଖନୀ! 🙏🪷💐
ଆପଣଙ୍କ ଲେଖାରେ କେବଳ ଘଣ୍ଟ, ଶଙ୍ଖ, ବଂଶୀ କିମ୍ବା ଲଉଡ଼ିଖେଳର ବର୍ଣ୍ଣନା ନାହିଁ; ରହିଛି ଓଡ଼ିଆ ମାଟିର ମହକ, ଲୋକଜୀବନର ଲାଳିତ୍ୟ, ସଂସ୍କୃତିର ପବିତ୍ରତା ଏବଂ ଶୈଶବ ସ୍ମୃତିର ଅମୂଲ୍ୟ ସମ୍ପଦ। ଦେଶଜ ସାମଗ୍ରୀରୁ ସୃଷ୍ଟ ବାଦ୍ୟଯନ୍ତ୍ରର ଧ୍ୱନି ଭିତରେ ଆପଣ ଯେଉଁ ଜୀବନ୍ତ ଲୋକସଂସ୍କୃତିକୁ ଆବିଷ୍କାର କରିଛନ୍ତି, ତାହା ଅନନ୍ୟ।
ବିଶେଷକରି ଘଣ୍ଟନାଦର ଆଧ୍ୟାତ୍ମିକତା, ବଂଶୀସ୍ୱନର ମୋହନୀୟତା ଓ ଲଉଡ଼ିଖେଳର ସାମୂହିକ ଆନନ୍ଦକୁ ଗୋଟିଏ ସୂତ୍ରରେ ବାନ୍ଧି ଆପଣ ପ୍ରମାଣ କରିଛନ୍ତି ଯେ, ଆମ ଲୋକପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ଏହା ଆମ ସାଂସ୍କୃତିକ ଅସ୍ମିତାର ଜୀବନ୍ତ ପରିଚୟ।
ଆଧୁନିକତାର ଚାକଚକ୍ୟ ମଧ୍ୟରେ ଆମ ଦେଶଜ ଜ୍ଞାନ, ଲୋକକଳା ଓ ପରମ୍ପରାର ମୂଲ୍ୟକୁ ଏଭଳି ଆତ୍ମୀୟତାର ସହ ଉପସ୍ଥାପନ କରିବା ହିଁ ଜଣେ ସଚେତନ ସାହିତ୍ୟସାଧକଙ୍କ ସାର୍ଥକତା। ଆପଣଙ୍କ କଲମକୁ ଅଶେଷ ଶୁଭେଚ୍ଛା ଓ ଶ୍ରଦ୍ଧା।🥰 🙏
ଧନ୍ୟବାଦ
ପ୍ରଣାମ ସାର୍ 🙏
ବାସ୍ତବରେ ଲେଖାଟି ଖୁବ୍ ଜୀବନ୍ତ। ଲେଖାଟି ପଢୁ ପଢୁ ଦୃଶ୍ୟ ଗୁଡ଼ିକ ମନରେ ଚାଲିଆସିଲା। ଆମ କଳା ସଂସ୍କୃତି ସତରେ ବହୁତ ନିଆରା। ଯଦିଓ ଏବେବି ସେ ସବୁ ବାଦ୍ୟ କଳା ସମ୍ପୂର୍ଣ୍ଣ ଲୋପ ପାଇନାହିଁ ତଥାପି ମଳିନ ପଡ଼ିଯାଇଛି। ଏଭଳି ଲେଖା ମାଧ୍ୟମରେ ପ୍ରୋତ୍ସାହନ ନିଶ୍ଚୟ ଆମର ସେ କଳା ସଂସ୍କୃତିକୁ ପୁନଃ ଉଜ୍ଜୀବିତ କରିବ ଏଥିରେ ସନ୍ଦେହ ନାହିଁ। ସାର୍ ଆପଣଙ୍କ ଲେଖା ସବୁବେଳେ ହୃଦୟକୁ ଛୁଇଁ ଯାଏ। 😊🙏
ଧନ୍ୟବାଦ
ଘଣ୍ଟ କୁ ନେଇକି ବି ଏତେ ଶବ୍ଦ ଯୋଡ଼ି ହେଇପାରେ ବହୁତ ସୁନ୍ଦର ଲେଖାଟି ହେଇଛି ଚମତ୍କାର 🙏🙏🙏🙏
ଧନ୍ୟବାଦ
ଅତି ସୁନ୍ଦର ଓ ହୃଦୟସ୍ପର୍ଶୀ ଲେଖା। ଆମ ଲୋକକଳା, ଲୋକବାଦ୍ୟ ଓ ପୂର୍ବପୁରୁଷଙ୍କ ଅସାଧାରଣ ସୃଜନଶୀଳତାର ଏକ ଅନନ୍ୟ ନିଦର୍ଶନ। ଏହା ହିଁ ଆମ ଓଡ଼ିଆ ମାଟିର ମହକ ଓ ଅସ୍ମିତା। ସାଧୁବାଦ। 🙏
ଧନ୍ୟବାଦ ଆଜ୍ଞା
Excellent. expression in this beautiful write up.
Myself a regular reader of your variety of creations expects more and more.
Thanks
regards
Dr. M. C.Dash
ବହୁତ ଧନ୍ୟବାଦ
ପ୍ରଫେସର ଗୋପାଳକୃଷ୍ଣ ଆଚାର୍ଯ୍ୟ ଏକାଧାରାରେ ଜଣେ କବି ସମାଲୋଚକ, ଦେବାଦେବୀ ତତ୍ତ୍ୱର ମାର୍ମିକ ଉଦଘୋଷକ । ଜୀବନ ପ୍ରତି ରହିଛି ଲାଳିତ୍ୟ ବ୍ୟଙ୍ଗୋକ୍ତି ।Humour ତାଙ୍କ ବାକଚାତୁରୀର ଅନ୍ୟ ଏକ ମହନୀୟ ଦିଗ ।ସାହିତ୍ୟ ସଂସ୍କୃତି ପରମ୍ପରାର ଜଣେ ମୁଗ୍ଧ ଉଚ୍ଚାରକ । କଳାର ଉତ୍କର୍ଷ ଓ ଲୋଭ ମୋହ ମାୟାର ଅପକର୍ଷ ତାଙ୍କ ଜୀବନବୋଧର ମହନୀୟ ଦିଗ ଓ ଦିଗନ୍ତ । ଗୋଟିଏ ବିନ୍ଦୁରେ ମଣିଷର ମାନବିକତା ଓ ଉଦାରବାଦୀ ଦୃଷ୍ଟିକୋଣ ତାଙ୍କୁ ଚେତନାର ଏକ ଭିର୍ନ୍ନ ସ୍ଥରରେ ଉପନୀତ କରାଇପାରିଛି । ସ୍ନେହ ଶ୍ରଦ୍ଧା ଆନ୍ତରିକତା ମଣିଷପଣିଆକୁ ହାତପାପୁଲିରେ ଧରି ସନ୍ତର୍ପଣରେ ବାଟଚାଲନ୍ତି । ଉପରୋକ୍ତ ଭାରତୀୟ ସାଂସ୍କୃତିକ ପ୍ରେକ୍ଷାପଟର ବର୍ଣ୍ଣନା ତାଙ୍କ ଅନ୍ତରାତ୍ମାର ବିମୁଗ୍ଧ ଉଚ୍ଚାରଣ । ମା ମାହେଶ୍ୱରୀଙ୍କ ପାଖରେ ମୋର ଆକୁତିପୂର୍ଣ୍ଣ ଅସ୍ପୃହା ତାଙ୍କର ସାରସ୍ୱତ ସତ୍ତାଟି ଆହୁରି ପରିପୃଷ୍ଟି ଲାଭକରୁ । ଜୟ ମା ଦୁର୍ଗା
ଧନ୍ୟବାଦ ସାର୍
ବଢିଆ ହୋଇଛି ଘଣ୍ଟ ବର୍ଣ୍ଣନା। ଧନ୍ୟବାଦ।
ଧନ୍ୟବାଦ
ବଢିଆ ହୋଇଛି ଘଣ୍ଟ ବର୍ଣ୍ଣନା। ଧନ୍ୟବାଦ। ଗୋପାଳ କୃଷ୍ଣ ଆଚାର୍ଯ୍ୟ ସମସ୍ତ ପ୍ରକାରର ଲେଖା ସତରେ ସ୍ବତନ୍ତ୍ର।
ଘଣ୍ଟ ଶଙ୍ଖ ବାଦ୍ୟ ଯେଉଁଠି ହେଉଥିବ ସେଠି ଭଗବାନ ଙ୍କ ଉପସ୍ଥିତି ଅନୁଭବ ହୁଏ l ତାହା ଅନୁଭବୀ ହିଁ ଜାଣିବ l🙏🙏ଅତି ସୁନ୍ଦର 🙏🙏
ଧନ୍ୟବାଦ ମାଡ଼ମ
ଶବ୍ଦର ପୂଜାରୀଙ୍କୁ କୋଟି ପ୍ରଣାମ 🙏🏻
ସତରେ ସାର୍, ଏଥିରେ ଲୁଚି ରହିଛି କେତେ ଗଭୀର ଭାବନା ଆଉ ତା ସହିତ କେତେ ସମୃଦ୍ଧ ଆମ ପରମ୍ପରା। ଘଣ୍ଟର ନାଦ ଓ ବଂଶୀର ସ୍ୱର ଭଳି ଏ ଲେଖା ମଧ୍ୟରେ ଭକ୍ତି ଓ ପ୍ରେମ ଭାବର ଅପୂର୍ବ ସମନ୍ବୟ ଭରିରହିଛି।
ଆପଣଙ୍କ କଲମରୁ ଏମିତି ଅନେକ ସୁନ୍ଦର ସୃଷ୍ଟି ଜନ୍ମ ନେଉ,ଯାହା ଆମକୁ ଆମ ଅତୀତ ସହ ଭେଟ କରାଇବା ସହ ଆମ ପରମ୍ପରା ଓ ସଂସ୍କୃତିକୁ ମନେ ପକାଇଦେଉ।🙏🏻
ଧନ୍ୟବାଦ
The indigenous fragrance of the music created by our ‘GHANTA’ has been very carefully and
closely watched by you, Dear Gopala Babu.
Thanks for your pious efforts to beauty and uphold our age-old system of religious celebrations.
ଧନ୍ୟବାଦ ଭାଇ
The word ‘beauty ‘ is to be replaced by ‘beautify’
ଲେଖକ ଙ୍କ ଲେଖନୀ ମୁନରୁ ହୃଦୟ କୁ ଛୁଇଁ ଗଲା ଭଳି ଲେଖାଟିଏ… ଘଣ୍ଟ ର ଶବ୍ଦ କୁ ନେଇ ଏପରି ବିଶ୍ଳେଷଣ କରିଯାଇ ପାରେ… ଏହା ଆମ ଚିନ୍ତା ର ବଳୟ ସେପାରି କଥା…
ଧନ୍ୟବାଦ ସାର୍
ଲେଖକ ଙ୍କ ଲେଖନୀ ମୁନରୁ ହୃଦୟ କୁ ଛୁଇଁ ଗଲା ଭଳି ଲେଖାଟିଏ…
ନିଆରା ଶୈଳୀର ଘଣ୍ଟ ବାଦନ ସହ ନିଜ ଅନୁଭୂତିର ସମନ୍ବୟ ବିଷୟବସ୍ତୁକୁ ଆମୂଳଚୁଳ ରସସିକ୍ତ କରିପାରିଛି । ଓଡ଼ିଶାର ଲୋକକଳା ଓଡ଼ିଆ ସାହିତ୍ୟର ରୂପମାଧୁରୀ ସହ ନିଚ୍ଛକ ଦେଶଜ ଶବ୍ଦର ସାବଲୀଳ ବ୍ୟବହାର ଲେଖାଟିକୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି। ଲେଖକଙ୍କ ଲେଖନୀ ଅଜସ୍ରସ୍ରାବୀ ହୋଇ ଅମରତ୍ୱ ଲାଭ କରୁ, ମହାପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା 🙏🙏🙏 ଅନେକ ଅନେକ ଶୁଭକାମନା 🙏💐💐💐