Online Odia Literary Magazine
Odia Literary Magazine: ସାହିତ୍ୟ ଚର୍ଚ୍ଚା › Forums › Discussion Forum › ଓଡିଆ ଢଗଢମାଳୀ
ଓଡ଼ିଆ ଢଗଢମାଳୀ ହେଉଛି ପାରମ୍ପରିକ ଓଡ଼ିଆ ଲୋକସାହିତ୍ୟର ଏକ ଅମୂଲ୍ୟ ଅଂଶ, ଯାହା ସାମାଜିକ, ବ୍ୟାବହାରିକ ଏବଂ ଉପଦେଶାତ୍ମକ ବାର୍ତ୍ତା ପ୍ରଦାନ କରିଥାଏ। ଏହା ମୁଖ୍ୟତଃ ମୁଖ୍ୟ ନିଃସୃତ ହୋଇ ପିଢ଼ି ପରେ ପିଢ଼ି ଚାଲିଆସୁଛି, ଯେଉଁଥିରେ ପଦ୍ୟରେ ଶେଷ ଅକ୍ଷର ମେଳ (ଢଗ) ଥାଏ ଏବଂ ଢମାଳିରେ ତାହା ନଥାଇପାରେ । ଏବେ ଏହାର ଆଦର କମିବାର ଲାଗୁଛି ବୋଲି ଜଣାପଡୁଛି । ଏହାର କାରଣ ?
ମାତ୍ର କିଛିଦିନ ତଳେ ଡଃ. ଅଜୟ କୁମାର ମିଶ୍ରଙ୍କର ଏକ ଆଧୁନିକ ଢ଼ଗଢ଼ମାଳି ପୁସ୍ତକ ପ୍ରକାଶ ପାଇଛି ‘ତୁଣ୍ଡବାଣୀ’ ନାମରେ। ଏଥିରେ ଚଳନ୍ତି ସମୟର ନୂଆ ଢ଼ଗଢ଼ମାଳି ସବୁ ପଢ଼ିପାରିବେ। ଏମିତି ଆଉ କିଛି ବହି ଥିଲେ ମଧ୍ୟ ଅନ୍ୟମାନେ ଜଣାନ୍ତୁ।
ମାତ୍ର କିଛିଦିନ ତଳେ ଡ. ଅଜୟ କୁମାର ମିଶ୍ରଙ୍କର ଏକ ଆଧୁନିକ ଢ଼ଗଢ଼ମାଳି ପୁସ୍ତକ ପ୍ରକାଶ ପାଇଛି ‘ତୁଣ୍ଡବାଣୀ’ ନାମରେ। ଏଥିରେ ଚଳନ୍ତି ସମୟର ନୂଆ ଢ଼ଗଢ଼ମାଳି ସବୁ ପଢ଼ିପାରିବେ। ଏମିତି ଆଉ କିଛି ବହି ଥିଲେ ମଧ୍ୟ ଅନ୍ୟମାନେ ଜଣାନ୍ତୁ।
ଲୋକ ସାହିତ୍ୟର ପ୍ରମୁଖ ବିଭାଗ ହେଉଛି ଢଗଢମାଳି। କାହିଁ କେଉଁ କାଳରୁ ଏହା ମୁଖରୁ ମୁଖକୁ ପ୍ରସାରିତ ହେଉଛି। ଆଜିକାଲି ପିଲାମାନେ ଢଗଢମାଳିକୁ ପ୍ରାୟତଃ ଭୁଲିଗଲେଣି। ମାତ୍ର ଗାଁ ଗାଉଁଲିରେ ଏହାର ପ୍ରଚଳନ ଏବେ ମଧ୍ୟ ଦେଖିବାକୁ ମିଳେ। ଆମେ କଥା କଥାରେ ଛୋଟଛୋଟ ଢଗକୁ ପ୍ରୟୋଗ କଲେ ଏହା ବଞ୍ଚିରହିବ।
Log in / Register