ଶେଷରୁ ଆରମ୍ଭ

ଦୁହିଁଙ୍କ ମୁହଁ ସତେକି ପୋଡ଼ିଗଲା। ଦୁହେଁ ଯାକ ବିଧର୍ମୀ ହେଲେ ମତାନୁସାରେ।

ଆରତୀ ସାହୁ

ପୃଥିବୀ ଶେଷ ହେଇ ଆସୁଥିଲା। ଜୀବନ ସରି ଯାଉଥିଲା। ଅନ୍ନ ଜଳ ସବୁ ଶେଷ। ଜୀବନ ବଞ୍ଚାଇବା ପାଇଁ କିଛି ବି ନଥିଲା। ଖାଲି ଧୁ ଧୁ ଖରା ଝାଞ୍ଜି ଆଉ ମୃତ୍ୟୁ। କେବଳ ବଞ୍ଚିଥିଲେ ଭିନ୍ନ ଭିନ୍ନ ଧର୍ମର ଦୁଇଟି ଲୋକ। ଯେ ଯାହାର ଇଷ୍ଟ ସୁମରୁଥିଲେ। ଆକାଶବାଣୀ ହେଲା, ମୁଁ ତୁମକୁ ଖାଦ୍ୟ ଦେବି। ପ୍ରଶ୍ନ ନ କରି ତାକୁ ଖାଇ କେବଳ ଜୀବନ ବଞ୍ଚାଅ ନିଜର।

କଥା ସରୁ ସରୁ ମାଂସ ମୁଣ୍ଡାଟାଏ ପଡ଼ିଲା। ଧାଇଁଗଲେ ଦୁହେଁ। ଦୁହେଁ ଦୁହିଁଙ୍କୁ ବୁଝିଲେ ଓ ଭାଗବାଣ୍ଟ କରି ଖାଇଲେ। ତା’ ପରଦିନ ଆଉ ମୁଣ୍ଡାଏ ମାଂସ ପଡ଼ିଲା। ଏଥର ମଧ୍ୟ ଦୁହେଁ ସାଙ୍ଗହୋଇ ଖାଇଲେ। ଜାଣିଥିଲେ, ଯେହେତୁ ମଣିଷ ଏକ ସାମାଜିକ ପ୍ରାଣୀ ତେଣୁ ପରସ୍ପରକୁ ବଞ୍ଚାଇବା ଜରୁରୀ। ଦୁହେଁ ସାଷ୍ଟମ ହେବେ। ଭବିଷ୍ୟତ ଚିନ୍ତା କଲେ ଦୁହେଁ।
ପୁଣି ଆକାଶବାଣୀ ହେଲା, ମାଂସ ମୁଣ୍ଡା ଭିତରୁ ଗୋଟେ ଗାଈର ଓ ଅନ୍ୟଟି ଘୁଷୁରିର।
ଦୁହିଁଙ୍କ ମୁହଁ ସତେକି ପୋଡ଼ିଗଲା। ଦୁହେଁ ଯାକ ବିଧର୍ମୀ ହେଲେ ମତାନୁସାରେ।
କିନ୍ତୁ ବଞ୍ଚି ଯାଇଥିଲେ ଦୁହେଁ, ତେଣୁ ଖୁସି ଥିଲେ। ଆଉ, ଆଗକୁ ଏକ ସୁନ୍ଦର ହସୁଥିବା ସୂର୍ଯ୍ୟ ଓ ଶାଗୁଆ ଛନଛନ ପୃଥିବୀ ଦେଖାଯାଉଥିଲା।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମାର୍ଚ୍ଚ, ୨୦୨୪ ସଂଖ୍ୟାରେ ପ୍ରକାଶିତ।)

3 thoughts on “ଶେଷରୁ ଆରମ୍ଭ

  1. ବିଧର୍ମୀ ହୋଇ ମଧ୍ୟ ନିଜନିଜର ଜୀବନ ରକ୍ଷା କରିଛନ୍ତି।
    ଗଳ୍ପିକାଙ୍କ ଏହି ଗଳ୍ପଟି ସୁନ୍ଦର ବାର୍ତ୍ତା ଦେଉଛି।

  2. ପେଟ ପୋଷ ନାହିଁ ଦୋଷ।
    ଭଲ ପରିକଳ୍ପନା।
    ନିଜ ପ୍ରତି ନିଜେ ନିଷ୍କପଟ ହୁଅ ।

Leave a Reply

Your email address will not be published. Required fields are marked *