ଡାଫୋଡିଲ୍‌ସ୍‌

ଉଇଲିଆମ୍ ଓ୍ବାର୍ଡସଓ୍ବର୍ଥ୍ ଙ୍କ ଏକ ସୁପ୍ରସିଦ୍ଧ କବିତାର ମର୍ମାନୁବାଦ କରିଛନ୍ତି ଅଜୟ ମହାଲା।

ମୂଳ ଇଂରାଜୀ: ଉଇଲିଆମ୍ ଓ୍ବାର୍ଡସଓ୍ବର୍ଥ୍

ଅନୁବାଦ: ଅଜୟ ମହାଲା

Daffodils

I wandered lonely as a cloud
That floats on high o’er vales and hills,
When all at once I saw a crowd,
A host, of golden daffodils;
Beside the lake, beneath the trees,
Fluttering and dancing in the breeze.

ବୁଲୁଥିଲି ସେହି ବାଆଁରା ବାଦଲ ପରି
ଭାସେ ଯେ ଲଙ୍ଘି ଉପତ୍ୟକା ଓ ଗିରି
ଦେଖିଲି କିସ ଚକିତ ହେଲା ମୋ ମୁଦ୍ରା
ମେଞ୍ଚାଏ ଡାଫୋଡିଲ୍ ରଙ୍ଗ ହରିଦ୍ରା
ହ୍ରଦର କୂଳେ କୂଳେ ପାଦପ ତଳେ
ପବନେ ଝୁଲି ଝୁଲି ନାଚନ୍ତି ତାଳେ

Continuous as the stars that shine
And twinkle on the milky way,
They stretched in never-ending line
Along the margin of a bay:
Ten thousand saw I at a glance,
Tossing their heads in sprightly dance.

ତାରାଙ୍କ ପରି ଅସଂଖ୍ୟ ଓ ନିରନ୍ତର
ଶୋଭା ବଢ଼ାନ୍ତି ଯିଏ ଛାୟାପଥର
ବ୍ୟାପ୍ତ ବହୁତ ଦୂର ଅସରନ୍ତି ସେ ରେଖା
ଉପସାଗର ତଟେ ପାଇଲି ଦେଖା
ଏକ ନଜ଼ରେ ଦିଶନ୍ତି ଦଶ ହଜାର
ମୁଣ୍ଡ ହଲାଇ ଉଦ୍ଦାମ ନୃତ୍ୟେ ଅଧିର

The waves beside them danced; but they
Out-did the sparkling waves in glee:
A poet could not but be gay,
In such a jocund company:
I gazed—and gazed—but little thought
What wealth the show to me had brought:

ନାଚନ୍ତି ତରଙ୍ଗ ବି ପାଖେ ସାଗର
ହରାନ୍ତି ହର୍ଷେ ଉର୍ମ୍ମିଙ୍କୁ ଥରକୁ ଥର
ତୁଚ୍ଛ ଏ କବିପ୍ରାଣ ପାଏ ଆନନ୍ଦ
ଉଲ୍ଲାସମୟ ସାଙ୍ଗଙ୍କ ପାଇ ସାନ୍ନିଧ୍ୟ
ଭାବନାହୀନ ହୋଇ ଚାହିଁ ରହିଲି ମାତ୍ର
କି ସମ୍ପଦ ଏ ଦୃଶ୍ୟରୁ କଲି ଏକତ୍ର !

For oft, when on my couch I lie
In vacant or in pensive mood,
They flash upon that inward eye
Which is the bliss of solitude;
And then my heart with pleasure fills,
And dances with the daffodils.

ସୋଫାରେ ବସିଥିବି କେବେ ନିଜକୁ ହଜାଇ
ଚିନ୍ତାହୀନତା ଅବା ଚିନ୍ତାରେ ନିଜକୁ ମଜାଇ
ସେ ଫୁଲ କ୍ଷଣିକେ ନାଚି ମୋହନ୍ତି ଅନ୍ତର୍ନୟନ
ନିର୍ଜନତାର ଅବା ଏ ବରଦାନ!
ଉଲ୍ଲାସ ଭରିଯାଏ ମୋ ହୃଦୟ ତଳେ
ନାଚେ ଏ ହୃଦ ଡାଫୋଡିଲଙ୍କ ମେଳେ

17 thoughts on “ଡାଫୋଡିଲ୍‌ସ୍‌

  1. “ମେଞ୍ଚାଏ ଡାଫୋଡିଲ୍ ରଂଗ ହରିଦ୍ରା ”
    ଚମତ୍କାର ! ସତରେ ଚମତ୍କାର ।।

    1. ଧନ୍ୟବାଦ, ଶ୍ୟାମାପ୍ରସାଦ ଆଜ୍ଞା !

    2. ଇଂଗାଜୀ କବିତାଟି ହାଇସ୍କୁଲ୍ ରେ ପଢିଥିଲେ ମଧ୍ଯ ସେତେବେଳେ ଏହାର ମର୍ମ ଉପଲବ୍ଧି କରି ପାରି ନ ଥିଲି।ପରୀକ୍ଷା ପାଇଁ ସୁଧୁ ମୁଖସ୍ଥ କରି ଦେଇଥିଲି।
      ଏତେ ବର୍ଷ ପରେ କବିତାଟିର ମର୍ମାନୁବାଦ ପଢି ମନ୍ତ୍ରମୁଗ୍ଧ ହୋଇ ପଡିଲି।
      ଧନ୍ଯବାଦ ଅନୁବାଦକଂକୁ।❤️

  2. ଭାଇଙ୍କ ସବୁ କବିତା ଡ଼ାଫୋଡିଲ ଫୁଲ ପରି…… ❣️

    ଡ଼ାଫୋଡିଲ…. ଆହୁରି ସୁନ୍ଦର ଦିଶିଲା ନୂଆ ଏକ ଶୈଳୀରେ ll

  3. ଲେଖକଙ୍କ ଦ୍ୱାରା ଅନୁବାଦିତ କବିତା ବେଶ୍‌ ମନୋମୁଗ୍ଧକର। ପ୍ରଖ୍ୟାତ ଇଂରାଜୀ କବି William Wordsworth ଙ୍କ କବିତାକୁ ଅନୁବାଦ କରିବା ତାହା ପୁଣି ଓଡ଼ିଆରେ ଏକ ଉନ୍ନତ ଭାବନାର ପରିପ୍ରକାଶ ମାତ୍ର। କାରଣ Wordsworth ଙ୍କ ନାମ ର ଅନୁବାଦ ବୋଧହୁଏ ହେବ ଶବ୍ଦର ବିଶେଷତ୍ୱ । ତେଣୁ ତାଙ୍କ କବିତାକୁ ଅତ୍ୟନ୍ତ ସାବଳୀଳ ଭାବରେ କବିଙ୍କ ଦ୍ୱାରା ଅନୁବାଦ ତାହାପୁଣି ଲାଳିତ୍ୟ ବର୍ଣ୍ଣନା ମଧ୍ୟମରେ, ସତରେ ଆକଷଣୀୟ ହୋଇଛି। ଏଥିପାଇଁ କବିଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଏହିଭଳି ସୂଜନ କାର୍ଯ୍ୟ ଚାଲିଥାଉ ଏହାହିଁ ନୁଆବର୍ଷରେ କାମନା।

    1. ବହୁତ ବହୁତ ଧନ୍ୟବାଦ ଏହି ଶବ୍ଦ କେତୋଟି ପାଇଁ । ଗର୍ବୋତ୍ଫୁଲ୍ଲିତ ହେଇଗଲା ମନ କେଇ କ୍ଷଣ !

  4. ବହୁତ୍ ସୁନ୍ଦର୍ ଅନୁବାଦ।
    ଛୋଟ ବେଳ ରୁ ପଢ଼ି ଆସୁଥିବା ଏହି କବିତା ର ଓଡ଼ିଆ ଅନୁବାଦ ପଢ଼ି ବହୁତ୍ ଖୁସି ଲାଗିଲା।

    ଧନ୍ୟବାଦ୍ ସାର୍।

  5. ଅଜୟ ବାବୁଙ୍କର ଉପସ୍ଥାପନା ଅତ୍ୟନ୍ତ ଉଚ୍ଚକୋଟୀର 👌

    1. ଧନ୍ୟବାଦ, ତାରା ପ୍ରକାଶ ବାବୁ!💐💐💐

  6. ଭାବାନୁବାଦ ବହୁତ ସୁନ୍ଦର ହେଇଛି। ଆପଣଙ୍କର କବିତାକୁ ଖୁଣିବାର ଅଛି କି ? ବହୁତ ଭଲ ଲାଗିଲା

  7. କି ସୁନ୍ଦର ଭାବାନୁବାଦ!!😱😱 ଆପଣ କେତେ ସୁନ୍ଦର ଡାଫୋଡିଲ୍ କବିତାଟିକୁ ଉପସ୍ଥାପନା କରିଛନ୍ତି।ଆମେ ପଢିଲା ବେଳେ ଆପଣ ଏମିତି ଅନୁବାଦ କରିଥାଆନ୍ତେ କି…😊😊ଆହା…କେତେ ଉପକୃତ ହୋଇଥାନ୍ତୁ…ପ୍ରତ୍ୟେକ ଧାଡି ବଢଆ,ହୃଦୟସ୍ପର୍ଶୀ ଅନୁବାଦ।🙏🙏🙏

    1. ଧନ୍ୟବାଦ, ଏହି ଟିପ୍ପଣୀ ପାଇଁ ମନସା !

  8. ମର୍ମାନୁବାଦ ବହୁତ ସୁନ୍ଦର ହୋଇଛି । ପ୍ରକୃତରେ ବହୁତ ଆନନ୍ଦ ଲାଗିଲା ।

  9. ଭାଷାନୁବାଦ ସହ ଭାବାନୁବାଦ ଅତି ସୁନ୍ଦର ହୋଇଛି
    ଆନ୍ତରିକ ଧନ୍ୟବାଦ ସାର୍
    ପ୍ରଣାମ 🙏

Leave a Reply

Your email address will not be published. Required fields are marked *