ବୁମେରାଂ

“ପାପା ତୁମେ ହୋମୱର୍କ ଜମା ଭଲସେ କରୁନ। “

ଆରତୀ ସାହୁ

ଗୁଡୁଲ୍ ଆମ ଦୁହିଁଙ୍କୁ ଟାଣୁଥିଲା ଅତି ଆଗ୍ରହରେ।
“ପାପା, ମାମା, ଆସନା, ମୁଁ କେମିତି ଗୋତିଏ ହାଉସ୍ ସ୍କେଚ କରିଛି ଦେଖିବ।”
“ଆରେ ରହ ବାବା, ମୋର ପରା କେତେ କାମ, ଅଫିସ୍‌ର।”
“ପାପା ତୁମେ ହୋମୱର୍କ ଜମା ଭଲସେ କରୁନ। ଦେଖୁନ ମୁଁ ମୋର ତାସ୍କ କେତେବେଳୁ ସାରିଲିଣି।”
“ପାରିହବନି ତୋତେ। ହଉ ଚାଲ ଦେଖିବା।”
ସେ ଉତ୍‌ଫୁଲ୍ଲିତ ଓ ଅତି ଉତ୍ତେଜିତ ହୋଇ ଦେଖଉଥାଏ ସତେକି ତାହା ଦୁନିଆର ସର୍ବଶ୍ରେଷ୍ଠ କୃତି।
“ବାବା ଏଇତା ମୋର ଆଉ ମୋ ଗର୍ଲଫ୍ରେଣ୍ଡ ଶୈଲୀର ବେଦରୁମ। ଏଇତା ଆମ ଗୁଦୁଲର ବେଦରୁମ। ଏଇତା ଗେଷ୍‌ତରୁମ। ଏଇତା ଦ୍ରଇଂରୁମ। ଏଇତା ସ୍ୱିମିଂପୁଲ ଆଉ ତା ଭିତରେ ଫିସ୍। ଆଉ ଏଇତା ଆମ ଗାର୍ଦେନ। ଏଇତା ସର୍ଭେନ୍ତ ରୁମ। ଆଉ ଏଇତା …”
ମଝିରୁ କଥା କାଟିଲି,
“ଆଚ୍ଛା ବାବା, ତୋ ମାମା ପାପାର ରୁମ୍ କାହିଁ?”
“ପାପା, ତୁମେ କିଛି ମନେ ରଖୁନ। ଦେଖେଇଲି ପରା ଗେଷ୍‌ତରୁମ। ତୁମେ ଗାଁରୁ ଆସିଲେ ଏଇ ଗେଷ୍‌ତରୁମରେ ରହିବ ନା। ଯେମିତି ଗ୍ରେନି ଆଉ ଗ୍ରାନପା ରହନ୍ତି।”
ଆମେ ପରସ୍ପର ମୁହଁ ଚାହାଁଚାହିଁ ହେଉଥିଲୁ। ଗୁଡୁଲ୍ ତା’ ଘରର ସୁନେଲି ସ୍ୱପ୍ନରେ ମସଗୁଲ ଥିଲା।

(‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ଜାନୁଆରୀ, ୨୦୨୪ ସଂଖ୍ୟାରେ ପ୍ରକାଶିତ। )

4 thoughts on “ବୁମେରାଂ

  1. ବିଲକୁଲ୍ ଠିକ୍ କଥା। ସମାଜର ଗୋଟିଏ ନିଖୁଣ ଛବି। ପିଲାଟି ଯାହା ଦେଖେ ତାହା ଶିଖେ। ସମାଜ ଦର୍ପଣରେ ଟା ଛବି ଟି ମଧ୍ୟ ନିଖୁଣ ଭାବେ ଉତୁରିଛି। ହଁ, ଦେଇଥିଲେ ପାଇ। ଅତି ସ୍ପଷ୍ଟ ଛବିଟିଏ ଅଙ୍କିଛନ୍ତି ଆପଣ।
    ଅଙ୍କ କଷିଲା ପରି। ଧନ୍ୟବାଦ୍ ଆରତି।

  2. ଚମତ୍କାର ପରିକଳ୍ପନା। ଜଣେ ଛୋଟ ପିଲାର କଥାମାଧ୍ୟମରେ ଲେଖିକା ସାମ୍ପ୍ରତିକ ସମୟର ପାରିବାରିକ ଛବିକୁ ବେଶ୍‌ ସୁନ୍ଦରଭାବେ ଉପସ୍ଥାପନା କରିଛନ୍ତି। ସବୁଠାରୁ ବଡ଼କଥା ହେଉଛି ଛୋତ ପିଲାର ଦରୋଟି ଭାଷାର ପରିକଳ୍ପନା ଓ ଲେଖା। ଅଳ୍ପରେ ଲେଖିକାଙ୍କ ବର୍ଣ୍ଣନା ବେଶ୍‌ ଶାଣିତ ଓ ସମୟୋପଯୋଗୀ ହୋଇପାରିଛି।

    1. ଅନେକ ଧନ୍ୟବାଦ ଆଜ୍ଞା। କୃତଜ୍ଞତା ଜ୍ଞାପନ କରୁଛି

Leave a Reply

Your email address will not be published. Required fields are marked *