ବଡା ମନ୍ କରୁଛେ !

  • ଆସନ୍ତୁ, କବୟିତ୍ରୀଙ୍କ କଲମରୁ ପଢିବା ଏକ ହାସ୍ୟ-ବିନୋଦପୂର୍ଣ୍ଣ ସମ୍ବଲପୁରୀ କବିତା ।
ଆରାଧନା ମିଶ୍ର

କେତେ ଦିନୁଁ ମନ୍ କରୁଛେଁ
ସମ୍ବଲପୁର୍ ଟିକେ ଯାଏତିଁ
କଟକୀ କହି କହି ଟୁଁଡ଼୍ ଦୁଖାଲାନ
ସମ୍ବଲପୁରୀ ଟିକେ କହେତିଁ ।

ସମ୍ବଲପୁରେ ପହଁଚଲେ ଆଗ
ମା ସମଲେଇ ପାଖକେ ଯିମି
କେତେ ଗୁହାରି ଜମା କରିଛେଁ
ମା ଆଗେ ସବୁ କହେମି ।

ବୁଢ଼ାରଜା ବୁଲି ଆଏମି
ହୀରାକୁଦ୍ ଦେଖ୍‌ବାକେ ମନ୍
ଜ୍ୟୋତି ବିହାର୍ ଦେଖ୍‌ବାର୍ ଲାଗି
ମନ୍ ବଡା ଛନ୍ ଛନ୍ ।

ସମ୍ବଲପୁରୀ ଗାଲି ଶିଖିଛେଁ
କାହାର୍ ଉପରେ ଫିକମି
ମାର୍ ଵାର୍ ଲାଗି ଦୌଡାବା ଯଦି
ମଲି ମଲି କହି ଭାଗ୍ମୀ ।

କରଡ଼ି ସାଙ୍ଗେ ଲେଥା ଯଦି
କିଏ ମତେ ଦେବା
ଏନ୍ତା ଢକ୍ ଢକ୍ ପିଇମି ଯେ
‘ଏ ବୁଆ’ ବୋଲି କହି ଭାଗ୍ ବା ।

ସମ୍ବଲପୁରୀ ଶାଢ଼ି ଚାର୍ ପାଁଚ୍ ଟା
ଘିନାଘୁନି କରି ଆଣମି
ଆମର ସମ୍ବଲପୁର୍ କେନ୍ତା ବଢିଆ
ସଭେଁ କେ ଦେଖେଇ ଦେମି ।

4 thoughts on “ବଡା ମନ୍ କରୁଛେ !

  1. ଚାଲ ପଳାମା, ସମ୍ବଲପୁର !

    ପଢିବାକୁ ଭଲ ଲାଗିଲା ।

Leave a Reply

Your email address will not be published. Required fields are marked *