ଆମେ ଦୁଇ ଭାଇ ଖେଳୁଥିଲୁ ସାଙ୍ଗ ହୋଇ ମାଲିକର ବାଡ଼ି ଅଗଣାରେ।
ସମୟ ଗଡ଼ି ଚାଲିଲା।
ବଡ଼ହୋଇ ଚାଲିଗଲୁ ଯେ ଯାହା ବାଟରେ ।
ମାଲିକ ଆମକୁ ବିକିଦେଲା ସଁବାର ହାଟରେ।
ଦିନେ ଦେଖା ହେଲା ଭାଇସଙ୍ଗେ ଗୋଟାଏ ହାଟପାଳିରେ।
ଲଢ଼ିବାକୁ ହେଲା ତା ସାଙ୍ଗରେ।
ଆମ ଦୁହିଁଙ୍କ ମାଲିକ ଦେଖଣାହାରୀଙ୍କ ଠାରୁ ପଇସା ଏକାଠି କଲେ।
ହାଣ୍ଡିଆ ପିଇ ଢୋଲ ବଜାଇ ନିର୍ଦ୍ଧୁମ ନାଚିଲେ ।
ତାଙ୍କରି କଥାରେ ଭାସିଯାଇ ଆମେ ଦୁହେଁ ପ୍ରାଣ ମୂର୍ଚ୍ଛା ଲଢ଼ିଲୁ।
ଭୁଲିଗଲୁ, ଆମେ ଦୁହେଁ ଗୋଟିଏ ମା’ର ସନ୍ତାନ।
ଭୁଲିଗଲୁ ଆମେ ଦୁଇ ଭାଇ।
ବସ୍ତିର ଟୋକାମାନେ ଆମ ଗୋଡ଼ରେ ବାନ୍ଧି ଥିଲେ ଛୁରୀ।
ଆମକୁ ଉସକାଉଥିଲେ ବଜାଇ ସୁସୁରି।
ମୋ ମରଣାନ୍ତକ ଆକ୍ରମଣ ରେ ମୋ ଭାଇର ବେକ କଟିଗଲା।
ହେଜ ଆସିଲା ବେଳକୁ ଭାଇ ମୋର ସେଠାରେ ନଥିଲା।
ମୋହରି ଆଖି ଆଗରେ ମୋ ଭାଇର ଶବଟାକୁ ନିଲାମ କରିଲ।
ମୋତେ କି ମିଳିଲା?
ନିଜକୁ ଧିକ୍କାର କରୁଥିଲି ଶତ ଶତ ବାର ।
ଲଢ଼ିବିନି କେବେ ଆଉ, ଶପଥ ନେଇଛି।
ଉଡ଼ି ଯିବି ପାରେ ଯେତେଦୁର।
ନାଚିବି ମୁଁ, ରାତି ବିତିଯିବ।
ଫିଙ୍ଗି ଦେବି ଛୁରୀ।
ପାଦରେ ମୋ ବାନ୍ଧିବି ଘୁଙ୍ଗୁର।
କୁକୁଡ଼ାଙ୍କ ଆଳରେ ଲେଖକ ସମାଜ ତଥା ମଣିଷକୁ ବଳିଷ୍ଠ ସନ୍ଦେଶ ଦେଇଛନ୍ତି। ବାସ୍ତବରେ ହୃଦୟସ୍ପର୍ଶୀ ହୋଇଛି।
ହୃଦୟସ୍ପର୍ଶୀ