ଜାଣିଲି ଯେବେଠୁ

ବିପିନବିହାରୀ ଦଳାଇ

ସେହିକାଳୁ ମନରେ ରଖିଛି
କହିବାକୁ ପଦିଏ
କୋଉ କହିପାରୁଛି
ଜାଣିଲି ଯେବେଠୁ ତୁମେ
ଅନ୍ତର୍ଯ୍ୟାମୀ ବୋଲି ।
ଆଉ ରହିଲା
ତୁମ ପାଖକୁ ଯିବାକଥା
ତୁମେ ତ ଅଛ ସବୁଠି
ଅଯଥାରେ ଯିବି କାହିଁକି ।
ଜଗତର ନାଥ ଜାଣି
କାହିଁ ମୁଁ ଯେ
ଭାବିବି ଅନାଥ
ଏହା କଣ ନିନ୍ଦା ନୁହେଁ କି !
ତୁମ ବିନା କିଛି ହୁଏନାହିଁ
ଜାଣିଜାଣି
ବିଚଳିତ ହେଲେ
କିଏ କାଳେ ଦୋଷ ଦେବ
ଏଇ କଥା ସହି ହୁଏକି !!

Leave a Reply

Your email address will not be published. Required fields are marked *