ଓଡ଼ିଆ ଶିକ୍ଷକ ନିଯୁକ୍ତି

Odia Literary Magazine: ସାହିତ୍ୟ ଚର୍ଚ୍ଚା › Forums › Discussion Forum › ଓଡ଼ିଆ ଶିକ୍ଷକ ନିଯୁକ୍ତି

Viewing 1 post (of 1 total)
  • Author
    Posts
  • #22491
    Gopabandhu
    Participant

    ବର୍ତ୍ତମାନ ସମୟରେ ଅନେକ ନିଯୁକ୍ତି ପ୍ରସଙ୍ଗରେ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଯାଉଛି। ତନ୍ମଧ୍ୟରୁ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ ଅନ୍ୟତମ। ଯେଉଁ ବିଜ୍ଞପ୍ତି ପୂର୍ବ ଥର ପ୍ରକାଶ ପାଇଥିଲା, ସେଥିରେ ମାନଦଣ୍ଡ ଥିଲା ଯଦି କୌଣସି ପିଲା ଓଡ଼ିଆକୁ ଅନର୍ଶ ବିଷୟ ରୂପେ ବଛିଥାଉ ଅବା ଇଲେକ୍ଟିଭ ବିଷୟ ଭାବେ ବାଛିଥାଉ ସେ ଓଡ଼ିଆ ଭାଷା ସାହିତ୍ୟ ଶିକ୍ଷକ ପାଇଁ ଯୋଗ୍ୟ ବିବେଚିତ ହେଉଛି। ଯଦି ଏହା ମାନଦଣ୍ଡ ତେବେ ଗୋଟିଏ ପିଲା କାହଁକି ଓଡ଼ିଆ ଅନର୍ଶ ପଢ଼ିବ ! ଯଦି ଓଡ଼ିଆ ଅନର୍ଶ ପଢିଥିବା ପିଲାଟି ପାଇଁ ଅନ୍ଯ ବିଷୟରେ ଚାକିରି ପାଇବା ବାଟ ବନ୍ଦ, ତେବେ ଅନ୍ୟ ବିଭାଗର ପିଲା ଓଡ଼ିଆ ପଢେଇବେ କିପରି? ଅନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ପରି କେବଳ ଯେ ବ୍ୟାକରଣ ପଢ଼ି ଦେଲେ ହେବନାହିଁ, ଅନ୍ୟ ସବୁ ବିଭାଗ ଯେପରି କାବ୍ୟ, କବିତା, ପ୍ରବନ୍ଧ, ସମାଲୋଚନା, ଉପନ୍ୟାସ, ଗଳ୍ପ ଇତ୍ୟାଦି ପ୍ରତି ଦକ୍ଷତା ଥିବା ନିହାତି ଆବଶ୍ୟକ। ଦେଖାଯାଉ ସରକାର କେବେ ଏହା ପରିବର୍ତ୍ତନ କରୁଛନ୍ତି ନା ସେମିତି ହିଁ ଚାଲୁଛି !!

Viewing 1 post (of 1 total)
  • You must be logged in to reply to this topic.