ବିଶ୍ଵ ସାହିତ୍ୟରେ ତୁଳନାତ୍ମକ ସାହିତ୍ୟର ଆବଶ୍ୟକତା କଣ ପାଇଁ ପଡିଲା ?

Odia Literary Magazine: ସାହିତ୍ୟ ଚର୍ଚ୍ଚା Forums Discussion Forum ବିଶ୍ଵ ସାହିତ୍ୟରେ ତୁଳନାତ୍ମକ ସାହିତ୍ୟର ଆବଶ୍ୟକତା କଣ ପାଇଁ ପଡିଲା ?

Viewing 4 posts - 1 through 4 (of 4 total)
  • Author
    Posts
  • #10216
    debashis
    Participant

    ୧୮୧୬ ମସିହାରେ ଫ୍ରେଞ୍ଚ ଭାଷାରେ ରଚିତ କବିତା, ଗଳ୍ପର ଚୟନିକା ପାଇଁ ପ୍ରଥମେ ‘de litterature comparee’ ଶବ୍ଦର ପ୍ରୟୋଗ ହୋଇଥିଲା। ୧୮୪୮ ମସିହାରେ ମାଥ୍ୟୁ ଆରନୋଲଡ ‘comparative’ ଶବ୍ଦର ପ୍ରୟୋଗ କରିଥିଲେ।

    #11104
    Gopabandhu
    Participant

    ପ୍ରାୟ ଊନବିଂଶ ଶତାବ୍ଦୀର ମଧ୍ୟଭାଗ ସୁଦ୍ଧା ତୁଳନାତ୍ମକ ସାହିତ୍ୟ ଇଉରୋପରେ ଆରମ୍ଭ ହୋଇଥିଲା। ନିଜ ଭାଷାରେ ରଚିତ ପ୍ରାଚୀନ ସାହିତ୍ୟ ସହ ଆଧୁନିକ ସାହିତ୍ୟର ଗଠନ ରୀତି, ପ୍ରକରଣରେ ନୂତନତା ପ୍ରଦର୍ଶନ କରିବା ଏହି ତୁଳନାତ୍ମକ ଦୃଷ୍ଟିର ଲକ୍ଷ୍ୟ ଥିଲା। ଏହି ଶତାବ୍ଦୀରେ ବିଜ୍ଞାନ ଦୃଷ୍ଟିର ପ୍ରସାର ହେତୁ ପ୍ରତ୍ୟେକ ଘଟଣା ସର୍ଜନଶୀଳତାକୁ ତର୍କ ମାଧ୍ୟମରେ ଗ୍ରହଣ କରିବାକୁ ପ୍ରୟାସ ହେଲା।

    #11105
    debashis
    Participant

    ତେବେ ଆମେ କାହା ସହ କାହାକୁ ତୁଳନା କରିପାରିବା ?

    #11106
    Gopabandhu
    Participant

    କେବଳ ସାହିତ୍ୟ ସହ ସାହିତ୍ୟ ନୁହେଁ; ଆମେ ବିଜ୍ଞାନ, କଳା, ସଂସ୍କୃତି, ଇତିହାସ, ସମାଜଶାସ୍ତ୍ର, ଚିତ୍ର, ଭୂତତ୍ଵ, ନୃତତ୍ତ୍ୱ, ପୂରାତତ୍ତ୍ଵ, ଦର୍ଶନ, ଧର୍ମ ସହ ମଧ୍ୟ ତୁଳନା କରିପାରିବା। ଏଥିପାଇଁ ତ ତୁଳନାତ୍ମକ ସାହିତ୍ୟକୁ ବନ୍ଧନୀମୁକ୍ତ ସାହିତ୍ୟ (Literature without borders) କୁହାଯାଏ। ଏହା ମଧ୍ୟ ଆନ୍ତଃ ସାଂସ୍କୃତିକ ଓ ବହୁଦେଶୀୟ (intercultural and transnational) ଅଧ୍ୟୟନ ପଦ୍ଧତି।

Viewing 4 posts - 1 through 4 (of 4 total)
  • You must be logged in to reply to this topic.