Online Odia Literary Magazine
Odia Literary Magazine: ସାହିତ୍ୟ ଚର୍ଚ୍ଚା › Forums › Discussion Forum › ବର୍ତ୍ତମାନ ପାରମ୍ପରିକ ଛନ୍ଦୋବଦ୍ଧ କବିତାର ଲୋକପ୍ରିୟତା ବଢୁଛି କି ?
ଦେଖା ଯାଉଛି ଯେ ଆଜିକାଲି ତଥାକଥିତ ଛନ୍ଦ-ବିହୀନ ଆଧୁନିକ କବିତାକୁ ପାଠକ ମାନେ ଆଉ ପସନ୍ଦ କରୁନାହାନ୍ତି। ବରଂ ରୀତି ଯୁଗର ମିତ୍ରାକ୍ଷର କବିତା ଓଡ଼ିଆ ସାହିତ୍ୟକୁ ଫେରିଲାଣି। ଏହା କଣ ସୂଚାଇ ଦିଏ ଯେ ଆଧୁନିକ ଉଦ୍ଭଟ କବିତାର ଦିନ ସରିଆସିଲାଣି?
ଛନ୍ଦ ଓ ଲାଳିତ୍ୟ ବିନା କବିତା କ’ଣ କେବେ ତିଷ୍ଠିପାରେ? ଏହା ତ ଘଟିବାର ଥିଲା। ଉପେନ୍ଦ୍ର ଭଂଜଙ୍କୁ ଲୋକେ କାଳେକାଳେ ମନେରଖିଥିବେ, ହେଲେ ଅବୋଧ୍ୟ ଆଧୁନିକ କବିତାର ସ୍ରଷ୍ଟାମାନେ ଏମିତିକା ବିସ୍ମୃତିକୁ ଚାଲିଯିବେ।
ବର୍ତ୍ତମାନ ପାରମ୍ପରିକ ଛନ୍ଦୋବଦ୍ଧ କବିତାର ଲୋକପ୍ରିୟତା ଦିନକୁ ଦିନ କମିବାରେ ଲାଗୁଛି। ଏହା ଉପରେ କାହାର ବି ଦୃଷ୍ଟି ପଡୁନାହିଁ।
ଗଦ୍ୟ ଛନ୍ଦରେ ଏତେ ମାତ୍ରାରେ କବିତା ଲେଖା ଯାଉଛି ଯେ ଛାନ୍ଦୋବଦ୍ଧ କବିତା ତାର ତୁଳନାରେ କମ ପଡ଼ିଯାଉଛି। ମାତ୍ର ଛାନ୍ଦୋବଦ୍ଧ କବିତାର ଲୋକପ୍ରିୟତା ବଳବତ୍ତର ରହିଛି।
Log in / Register