ନାରୀ ନାଟ୍ୟକାର

Viewing 4 posts - 1 through 4 (of 4 total)
  • Author
    Posts
  • #11522
    Gopabandhu
    Participant

    ଓଡ଼ିଶାରେ ନାରୀ ନାଟ୍ୟକାର କିଏ କିଏ ଥିଲେ ଏବଂ ଓଡିଆ ନାଟକପ୍ରତି ସେମାନଙ୍କ ଭୂମିକା କଣ ଥିଲା?

    #11523
    debashis
    Participant

    ସଫଳ ନାରୀ ନାଟ୍ୟକାର ଭାବେ ଆମେ ପ୍ରଥମ ପର୍ଯ୍ୟାୟରେ ସୀତାଦେବୀ ଖାଡଙ୍ଗା ଏବଂ ସରଳା ଦେବୀଙ୍କୁ ପାଇବା।
    ସୀତାଦେବୀ ପ୍ରଥମେ ନିଜ ସ୍ଵାମୀଙ୍କ ସହ ବ୍ରହ୍ମପୁରରେ ଏକ ରଙ୍ଗମଞ୍ଚ ପ୍ରତିଷ୍ଠା କରିଥିଲେ। ପରେ ପରେ ସେ ରଚନା କରିଥିଲେ ସହୋଦର, ନାରୀ, ପୋଷ୍ୟପୁତ୍ର, ନୈଷ୍ଠିକ, ନିଷ୍ପତି, ପ୍ରାଚୀନପନ୍ଥୀ, କ୍ଷୁଧାରପୀଡ଼ା, ମତୃହୀନା, ଶକୁନ୍ତଳା, ହରିଶ୍ଚନ୍ଦ୍ର ଓ ସୀତା ନିର୍ବାସନ ଭଳି ନାଟକ ମାନ।
    ସେହିପରି ସରଳା ଦେବୀ ମଧ୍ୟ ସୁରସୁନ୍ଦରୀ, ପ୍ରେମମହିମା, ପୂର୍ବରାଗ, ତରଣୀସେନ୍, ମାଳତୀମାଧବ, କରମାବାଈ, ଜନାବାଈ, ତୁଳସୀଦାସ, ମିଳନବଂଶୀ ଓ ଥୁଣ୍ଟାଜଗନ୍ନାଥ। ଏହାସହ କାଳିଦାସଙ୍କ ‘ମାଳବିକାଗ୍ନିମିତ୍ରମ୍’, ଭାସଙ୍କ ‘ସ୍ବପ୍ନବାସବଦତ୍ତା’ କୁ ଅନୁବାଦ କରିଥିଲେ।

    #11644
    G C Das
    Participant

    ଦେବାଶିଷ ବାବୁ ଠିକ୍ କଥା କହିଛନ୍ତି

    #11857
    Gopabandhu
    Participant

    ବୀଣାପାଣି ମହାନ୍ତି ମଧ୍ୟ ଅନେକ ଗଳ୍ପର ନାଟ୍ୟ ରୂପ ଦେଇଛନ୍ତି। ପାଠକୋଇଲି,ଅଦ୍ଵିତୀୟ ଗଳ୍ପ ଦ୍ଵୟର ନାଟ୍ୟ ରୂପାନ୍ତର ହୋଇଥିଲା। ଅନ୍ଧକାରର ଛାଇ ଗଳ୍ପ ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ଦ୍ବାରା ନାଟ୍ୟ ରୂପ ପ୍ରଦାନ କରାଯାଇଥିଲା। ମନୋରମା ମହାପାତ୍ରଙ୍କ ବଳଘରର କବାଟ ଏବଂ ନିକିତି ଗଳ୍ପର ନାଟ୍ୟ ରୂପ ପ୍ରଦାନ କରାଯାଇ ଆକାଶବାଣୀରେ ପ୍ରସାରିତ କରାଯାଇଥିଲା। ସୁଧାଂଶୁବାଳା ପଣ୍ଡା ରଚନା କରିଛନ୍ତି ବକୁଳବନର ରାଧା, ଯେ ଆଛୁଆଁ ଛୁଇଁ ଦେଲା ଇତ୍ୟାଦି ରଚନା କରିଛନ୍ତି। ଅର୍ଚ୍ଚନା ନାୟକ ରଚନା କରିଛନ୍ତି ଅଚିହ୍ନା ଆକାଶ, ନୀଳପରୀ ଓ ଅନ୍ୟାନ୍ୟ ଏକାଙ୍କିକା, ଯକ୍ଷିଣୀସମ୍ବାଦ ଆଦି ଏକାଙ୍କିକା, ପ୍ରେମ ଓ ମୃତ୍ଯୁ, ଶର୍ମିଷ୍ଠା, ଅମ୍ବାପଲ୍ଲୀ, ପ୍ରତିମୂର୍ତ୍ତିର ଆତ୍ମକଥା, କାବ୍ୟନାୟିକା ଆଦି ନାଟକ ରଚନା କରିଛନ୍ତି। କାନ୍ତିଲତା ଦାଶ ରଚନା କରିଛନ୍ତି ଲକ୍ଷ୍ମୀପୂଜା ଶୀର୍ଷକ ଗୀତିନାଟ୍ୟ, ପାଦୁକା ପୂଜା, ଶଙ୍କର ପାର୍ବତୀପୂଜା, ଷଷ୍ଠୀ ପୂଜା, ବ୍ରହ୍ମର୍ଷି, ପ୍ରଣୟପୂଜା, ସୁନାହରିଣ ଆଦି ନାଟକର ମଧ୍ୟ ରଚୟିତା।

Viewing 4 posts - 1 through 4 (of 4 total)
  • You must be logged in to reply to this topic.