Online Odia Literary Magazine
Odia Literary Magazine: ସାହିତ୍ୟ ଚର୍ଚ୍ଚା › Forums › Discussion Forum › ଜଗନ୍ନାଥ ଦାସଙ୍କ ଭାଗବତ
କୁହାଯାଏ ଯେ ପୂର୍ବେ ଏକ ସମୟରେ ଓଡିଶାର ଘରେଘରେ ଜଗନ୍ନାଥ ଦାସଙ୍କର ଓଡ଼ିଆ ଭାଗବତର ଏଭଳି ପ୍ରଭାବ ଥିଲା ଯେ କେବଳ ଏହି ଗ୍ରନ୍ଥଟି ପଢିବାକୁ ସକ୍ଷମ ହେବାପାଇଁ ଲୋକେ ଓଡ଼ିଆ ଅକ୍ଷର ଶିଖିବାରେ ଲାଗିଲେ। ଫଳରେ ସେତେବେଳକାର ଜନଗଣନା ରିପୋର୍ଟ ଅନୁସାରେ ଓଡ଼ିଶାରେ ସାକ୍ଷରତାର ହାର ଆମ ଦେଶ ଭିତରେ ସବୁଠାରୁ ଉପରେ ଥିଲା।
ଭଗବତ ଓଡିଆ ଜାତିର ପ୍ରାଣକେନ୍ଦ୍ର| ସାକ୍ଷରତା ବଢେଇବାରେ ଭାଗବତର ଭୂମିକା ବେଶ ଗୁରୁତ୍ଵପୂର୍ଣ୍ଣ|
ପୂର୍ବରୁ ଯଦିଓ କିଛି ସାହିତ୍ୟ ରଚନା ହୋଇଥିଲା, ତଥାପି ଓଡିଆ ଭଗବତ ଘରେ ଘରେ ଆଦୃତ ହୋଇପାରିଲା। ଏହାର କାରଣ ହେଉଛି ଶୁଦ୍ଧ, ମାର୍ଜିତ, ମାନକ ଓଡିଆ ଭାଷାର ବ୍ୟବହାର। ଏହି ଭଗବତ ପାଇଁ ଓଡ଼ିଶାର ସାକ୍ଷରତା ହାର ଢେର ବଢି ଯାଇଥିଲା।
Log in / Register