Reply To: ଓଡ଼ିଶାର ଲୋକକଳା, ଲୋକନୃତ୍ୟ ଓ ଲୋକସଙ୍ଗୀତର ପ୍ରଚାର ପ୍ରସାର କମି ଯାଉଛି କି

Odia Literary Magazine: ସାହିତ୍ୟ ଚର୍ଚ୍ଚା › Forums › Discussion Forum › ଓଡ଼ିଶାର ଲୋକକଳା, ଲୋକନୃତ୍ୟ ଓ ଲୋକସଙ୍ଗୀତର ପ୍ରଚାର ପ୍ରସାର କମି ଯାଉଛି କି › Reply To: ଓଡ଼ିଶାର ଲୋକକଳା, ଲୋକନୃତ୍ୟ ଓ ଲୋକସଙ୍ଗୀତର ପ୍ରଚାର ପ୍ରସାର କମି ଯାଉଛି କି

#16595
Gopabandhu
Participant

ଓଡ଼ିଶା କଳାର ପ୍ରଦେଶ। ଲୋକଗୀତ, ଲୋକଗଳ୍ପ, ଲୋକନୃତ୍ୟ, ଓଷାବ୍ରତ, ଲୋକନାଟକର ଗନ୍ତାଘର କହିଲେ ଚଳେ। ମାତ୍ର ବର୍ତ୍ତମାନର ମାନସିକତା ଏଭଳି ହୋଇଗଲାଣି ଯେ ଲୋକନୃତ୍ୟ ଲୋକେ ଆଉ ଏତେଟା ପସନ୍ଦ କରୁନାହାନ୍ତି। ଆଧୁନିକ ନୃତ୍ୟକୁ ଲୋକେ ଦେଖିବାକୁ ଭିଡ଼ ଜମାଉଛନ୍ତି। ମାନସିକତା ବଦଳିବା ଆବଶ୍ୟକ। ଆମ ଲୋକନୃତ୍ୟ, ଆମ ଲୋକସଂସ୍କୃତିକୁ ଆଗେଇ ନେବାକୁ ହେଲେ ଆମକୁ ହିଁ ଅଣ୍ଟା ଭିଡ଼ିବାକୁ ପଡ଼ିବ। ଆମେ ଲୋକ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ସ୍ଵତଃପ୍ରବୃତ୍ତ ଭାବରେ କାମ କରିବାକୁ ପଡ଼ିବ।