ସମୟକ୍ରମେ ପରିବର୍ତ୍ତନଶୀଳ ଭାଷା ପାଇଁ ଉଚ୍ଚାରଣ ଦୃଷ୍ଟିରୁ ଧ୍ୱନି ସଂଖ୍ୟାରେ ପରିବର୍ତ୍ତନ ଆସିଛି।

ସାମ୍ରାଜ୍ୟବାଦୀ ମାନସିକତା ଭାରତର ଅର୍ଥନୀତି, ରାଜନୀତି ଓ ସଂସ୍କୃତିକୁ ଆଜି ବି ନିୟନ୍ତ୍ରଣ କରୁଛି । ଆପଣା ଭାଷା ପ୍ରତି ହୀନମନ୍ୟତା, ପରମ୍ପରାକୁ ଅସ୍ୱୀକାର ଏବଂ ଏକଭାଷିକତାର ଚଷମା ପିନ୍ଧି ବହୁଭାଷିକତାକୁ ଦେଖିବା ଏହାର ପରିଣାମ।
ଜଣା ଇତିହାସ କାଳରୁ ଆଜି ଏକବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ପ୍ରାୟ ଅଢ଼େଇ ହଜାର ବର୍ଷର ନିରବଚ୍ଛିନ୍ନ ଇତିହାସର ସ୍ୱୀକୃତି ହେତୁ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ସମ୍ମାନ ମିଳିଲା। ତା’ର ଅର୍ଥ ନୁହେ ଯେ ଓଡ଼ିଆ ଭାଷା ଅପରିବର୍ତ୍ତିତ ହୋଇ ରହିଛି। ପରିବର୍ତ୍ତନ ହେଉଛି ସୃଷ୍ଟିର ନିୟମ। ବାସ୍ତବତାର ପରିବର୍ତ୍ତନ ସାଙ୍ଗେ ସାଙ୍ଗେ ଭାଷାର ପରିବର୍ତ୍ତନ ହାତ ଧରାଧରି ହୋଇ ଚାଲିଛନ୍ତି।
ବୈଦିକ ସଂସ୍କୃତିରେ ସ୍ୱରବର୍ଣ୍ଣର ହ୍ରସ୍ୱ, ଦୀର୍ଘ, ପ୍ଲୁତ ବିଭାଗ ଥିଲା। ପାଣିନିଙ୍କ ବେଳକୁ ପ୍ଲୁତ ଲୋପ ପାଇଗଲାଣି। ଆଧୁନିକ ଭାରତୀୟ ଭାଷାମାନଙ୍କରେ ଉଚ୍ଚାରଣରେ ହ୍ରସ୍ୱ ଦୀର୍ଘ ବିଭାଗ ଲୋପ ପାଇଗଲାଣି। କିନ୍ତୁ ଏହି ପରିବର୍ତ୍ତନ ସ୍ୱୀକାର କରିବାକୁ ଅନେକେ ନାରାଜ। ଓଡ଼ିଆରେ କଣ: କଅଣ, ଶାନ୍ତ: ସାଆନ୍ତ, ଯିବ: ଜିଇବ, ଫେରେ: ଫେଏରେ ଆଦି ମଧ୍ୟରେ ପାର୍ଥକ୍ୟ ହ୍ରସ୍ୱ ଦୀର୍ଘ ନୁହେ। ଏହା ଗୋଟିଏ ଏବଂ ଦୁଇଟି ଅକ୍ଷର (ସିଲାବଲ୍) ମଧ୍ୟରେ ପାର୍ଥକ୍ୟ । ଏହି ସମସ୍ୟାର ବିଚାର ପାଇଁ ମୁଁ ଗୋଟିଏ ଭୌତିକ ବିଜ୍ଞାନ ଛାତ୍ର ଶ୍ରୀକାନ୍ତ ପଣ୍ଡାଙ୍କୁ ଦେଇ ପିଏଚ.ଡି କରେଇଛି।
ପ୍ରୟୋଗ ଆଧାରିତ ବ୍ୟାକରଣ
ଭାଷାର ବ୍ୟାକରଣ ପ୍ରୟୋଗ ଆଧାରିତ। ପାଣିନି ତାଙ୍କ ପୂର୍ବରୁ ୧୩ଜଣ ବୈୟାକରଣ ଥିବା ଲେଖିଛନ୍ତି। ଏମାନେ ହେଉଛନ୍ତି ଭାଷାରେ ପରିବର୍ତ୍ତନର ଉଦାହରଣ। ପାଣିନି ଚାରିହଜାର ସୂତ୍ରରେ ଆଠଟି ଅଧ୍ୟାୟରେ ସଂସ୍କୃତ ବ୍ୟାକରଣ ଲେଖିଛନ୍ତି। ତାଙ୍କ ପୂର୍ବରୁ କିମ୍ବା ତାଙ୍କ ପରେ କେହିହେଲେ କୌଣସି ଭାଷାର ଏପରି ବ୍ୟାକରଣ ଲେଖିନାହାନ୍ତି । ତେଣୁ ଆଜି ପୃଥିବୀର ସବୁ ଭାଷା ବିଜ୍ଞାନୀ ତାଙ୍କୁ ସ୍ମରଣ କରିଥାନ୍ତି।

ଓଡ଼ିଆରେ ଲେଖା ମଧୁବାବୁଙ୍କ ବର୍ଣ୍ଣବୋଧ ଛଡ଼ା ଗୋବିନ୍ଦ ରଥଙ୍କ ‘ବର୍ଣ୍ଣବୋଧକ’, ମଧୁସୂଦନ ମିଶ୍ରଙ୍କ ‘ବର୍ଣ୍ଣ ନିର୍ଣ୍ଣୟ’, ଘନଶ୍ୟାମ ମିଶ୍ରଙ୍କ ‘ବର୍ଣ୍ଣ ପରିଚୟ’, କପିଳେଶ୍ୱର ବିଦ୍ୟାଭୂଷଣଙ୍କ ‘ବର୍ଣ୍ଣଶିକ୍ଷା’, ଅଭିନ୍ନ ନାୟକଙ୍କ ‘ବର୍ଣ୍ଣବୋଧକ’, ବଳରାମ ଦାସଙ୍କ ‘ଶିକ୍ଷା ମଞ୍ଜସ୍ୱୀ’, କାଳିପ୍ରସାଦ ଦାସଙ୍କ ‘ବର୍ଣ୍ଣ ବିଜ୍ଞାନ’, ଚତୁର୍ଭୁଜ ପଟ୍ଟନାୟକଙ୍କ ‘ବାଳବୋଧିନୀ’, ଗୋବିନ୍ଦଚନ୍ଦ୍ର ପଟ୍ଟନାୟକଙ୍କ ‘ବର୍ଣ୍ଣବିଜ୍ଞାନ’, ଜଗନ୍ନାଥ ରାଓଙ୍କ ‘ପ୍ରଥମ ପାଠ’ କିମ୍ବା ତାହା ପରବର୍ତ୍ତୀ ମଧୁ ବର୍ଣ୍ଣବୋଧ ଛଡ଼ା କୌଣସି ବର୍ଣ୍ଣ ପରିଚୟ ପୁସ୍ତକ ମୁଁ ଅଧ୍ୟୟନ କରିନାହିଁ । କିନ୍ତୁ ଏହି ବହିମାନଙ୍କରେ ଦିଆଯାଇଥିବା ବର୍ଣ୍ଣସଂଖ୍ୟା କିମ୍ବା ବର୍ଣ୍ଣକ୍ରମ ବିଷୟରେ ଆଲୋଚନା ମଧ୍ୟ ମୁଁ ଦେଖିନାହିଁ।
ବର୍ଣ୍ଣ ଓ ବର୍ଣ
ମଧୁରାଓ ତାଙ୍କ ଜୀବଦ୍ଦଶାରେ ବର୍ଣ୍ଣବୋଧରେ ଥିବା ‘ବର୍ଣ୍ଣ’କୁ ବର୍ଣ୍ଣ ଓ ବର୍ଣ ଦୁଇପ୍ରକାର ଲେଖିଛନ୍ତି । ସେହିପରି ବେୱା, ସୱା ପରି ଶବ୍ଦରେ ଥିବା ୱ ଅକ୍ଷରଟି ୱ(ଓ ତଳେ ବ ଫଳା) କିମ୍ବା ବ(ବ ମଧ୍ୟରେ ବିନ୍ଦୁ ଦେଇ) ଲେଖାଯିବା ବିଷୟରେ କିଛି ଆଲୋଚନା ହୋଇଛି । ଓଡ଼ିଶାରେ ନାସିକ୍ୟ ବର୍ଣ୍ଣ ସମ୍ବନ୍ଧରେ ଗୋଟିଏ ପ୍ରବନ୍ଧ ମୁଁ ‘ଇଣ୍ଡିଆନ ଲିଙ୍ଗୁଇଷ୍ଟିକ୍ସ’ରେ ଲେଖିଥିଲି।
ବର୍ଣ୍ଣ ସଂସ୍କାରର ନେତୃତ୍ୱ ନେଇଥିଲେ ସତ୍ୟବାଦୀ ଗୋଷ୍ଠୀ । ଗୋପବନ୍ଧୁ ଆପଣାର ଦସ୍ତଖତକୁ ଗୋପବନ୍ଧୁ ଦାସ କରିଥିବା ବେଳେ ଗୋଦାବରୀଶ ତାଙ୍କ ଦସ୍ତଖତକୁ ଗୋଦାବରିସ ମିସ୍ର କରିଛନ୍ତି। ତାଙ୍କୁ ଗାଳି ଦେବା ଅପେକ୍ଷା ବରଂ ସାହାସିକତା ପାଇଁ ସାବାସି ଦେବା ଉଚିତ। ଅନୁସ୍ୱାର ବିଷୟରେ ସେଇ ଏକା କଥା। ଯଦି ପଣ୍ଡିତ, ପଂଡିତ ଏକା ସାଙ୍ଗରେ ଚାଲେ ଏବଂ ଭୁଲ ଭୂଲ ଏକା ସାଙ୍ଗରେ ଚାଲେ ତେବେ ଗୋଟିଏ ଠିକ ଆଉ ଗୋଟିଏ ଭୁଲ କହିବା ଅନୁଚିତ ହେବ । ନିଜକୁ ଭାଷାବିତ୍ ବୋଲୋଉଥିବା ପଣ୍ଡିତମାନେ ଏ ବିଷୟରେ ସଚେତନ ହେବା ଉଚିତ।
“ଆମେ ଓଡ଼ିଆ ଭାଷାବିତ୍ମାନେ ବର୍ଣ୍ଣମାଳାରୁ କେବଳ କାଟିବା, କମେଇବା, ଛାଡ଼ିବା, ଛିଣ୍ଡେଇବା, ଉପାଡ଼ିବା, ଉଠେଇବା କଥା କୁହନ୍ତି।” ଯେଉଁମାନେ ସ୍ୱରବର୍ଣ୍ଣକୁ ୬ରୁ ୧୬ କିମ୍ବା ବ୍ୟଞ୍ଜନ ବର୍ଣ୍ଣକୁ ୩୪ରୁ ୫୩ କରିବାକୁ କହୁଛନ୍ତି ସେମାନେ ତ କମେଇବା କିମ୍ବା ଛିଣ୍ଡେଇବା କଥା କହୁନାହାନ୍ତି। ତେଣୁ ଯୁକ୍ତିରେ ଏ ପକ୍ଷପାତିତା କାହିଁକି?
ନାସିକ୍ୟ ବିଷୟରେ ମୋର କହିବା କଥା ଯେ ଓଡ଼ିଆର ପାଞ୍ଚଟି ନାସିକ୍ୟ ବର୍ଣ୍ଣ ଓ ଅକ୍ଷର ହେଉଛନ୍ତି ଙ,ଞ,ଣ,ନ,ମ। ଏଥିରୁ ଙ ଞ ବ୍ୟବହାର କରି ଓଡ଼ିଆ ଶବ୍ଦ ନାହିଁ କହିଲେ ଚଳେ । ବର୍ଗୀୟ ବ୍ୟଞ୍ଜନ ଯୋଗରେ ଯୁକ୍ତାକ୍ଷର ଗଠନ ଏକ ସାଧାରଣ କଥା। ଉଦାହରଣ:-
ଙ+କ,ଖ,ଗ,ଘ । ଙ୍କ,ଙ୍ଖ,ଙ୍ଗ,ଙ୍ଘ – ପଙ୍କ, ପଙ୍ଖା, ସାଙ୍ଗ, ଜଙ୍ଘ
ଞ+ଚ,ଛ,ଜ,ଝ । ଞ୍ଚ, ଞ୍ଛ,ଞ୍ଜ,ଞ୍ଝ – ପାଞ୍ଚ, ଚାଞ୍ଛ, ସଞ୍ଜ, ବାଞ୍ଝ
ଣ+ଟ,ଠ,ଡ,ଢ । ଣ୍ଟ,ଣ୍ଠ,ଣ୍ଡ,ଣ୍ଢ – ଅଣ୍ଟା, ସଣ୍ଠଣା, ଦାଣ୍ଡ, ଷଣ୍ଢ
ନ+ତ,ଥ,ଦ,ଧ । ନ୍ତ,ନ୍ଥ,ନ୍ଦ,ନ୍ଧ – କିନ୍ତୁ, କାନ୍ଥ, କାନ୍ଦ, କାନ୍ଧ
ମ+ପ,ଫ,ବ,ଭ । ମ୍ପ,ମ୍ଫ,ମ୍ବ,ମ୍ଭ – କମ୍ପ, ବାମ୍ଫ, ଶିମ୍ବ, ଦମ୍ଭ
ଓଡ଼ିଆ ବ୍ୟାକରଣ ନାସିକ୍ୟ ଯୁକ୍ତାକ୍ଷରକୁ ଅନୁସ୍ୱାର+ବର୍ଗୀୟ ବ୍ୟଞ୍ଜନ ରୂପେ ଲେଖିବାକୁ ଅନୁମତି ଦେଇଥାଏ। ଉଦା:- ପଙ୍କ-ପଂକ, ପଙ୍ଖା-ପଂଖା, ସାଙ୍ଗ-ସାଂଗ, ଜଙ୍ଘ-ଜଂଘ, ପାଞ୍ଚ-ପାଂଚ, ଚାଞ୍ଛ-ଚାଂଛ, ସଞ୍ଜ-ସଂଜ, ଅଣ୍ଟା-ଅଂଟା, ସଣ୍ଠଣା-ସଂଠଣା, ଦାଣ୍ଡ-ଦାଂଡ, ଷଣ୍ଢ-ଷଂଢ, କିନ୍ତୁ-କିଂତୁ, କନ୍ଥା-କଂଥା, କାନ୍ଦ-କାଂଦ, ଦମ୍ଭ-ଦଂଭ, କମ୍ପ-କଂପ, ବାମ୍ଫ-ବାଂଫ, ସିମ୍ବ-ସିଂବ, ଦମ୍ଭ-ଦଂଭ। ଏଠି ମନେରଖିବାକୁ ହେବ ଯେ ଅନୁସ୍ୱାରଟି ଅକ୍ଷରକୁ ଛାଡ଼ି ଲେଖାଯିବ। ନୋହିଲେ ପଣ୍ଡିତ ନୀଳକଣ୍ଠ ଏହି ଧାରା ପ୍ରବର୍ତ୍ତନ କଲାବେଳେ ବିରୋଧୀ ପକ୍ଷ ପଂଡିତକୁ ଫଡ଼ିତ କହି ଥଟ୍ଟା ସାର ହେବ। ଉଚ୍ଚାରଣ ଓ ବନାନର ପାର୍ଥକ୍ୟ ନବୁଝିଥିବା ଲୋକ କେବଳ ଅନୁସ୍ୱାର ନୁହେ କାର ଲେଖିଲାବେଳେ ସେଇ ଏକ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଅକ୍ଷରକୁ ଲାଗି ଆକାର ଦେଲେ ‘ଚ’ ‘ଗ’ ହୋଇଯିବାର ସମ୍ଭାବନା ଏଡ଼େଇ ହେବନାହିଁ । ଏହି ସମ୍ଭାବନା ଏଡ଼େଇବା ପାଇଁ ଗୋଟିଏ ନୂଆ ଅକ୍ଷର ‘ଚା’ ତିଆରି କରିବାକୁ ହେଲା।
ଉଚ୍ଚାରଣ ଓ ବନାନ
ଉଚ୍ଚାରଣ ଓ ବନାନ ମଧ୍ୟରେ ପାର୍ଥକ୍ୟ ପିଲାଙ୍କୁ ଆରମ୍ଭରୁ ଶିଖେଇବାକୁ ହେବ। ଓଡ଼ିଆ ବର୍ଣ୍ଣମାଳାରେ ତିନୋଟି ସ- ସ, ଶ, ଷ ଏବଂ ଦୁଇଟି ଜ- ଜ ଓ ଯ ଅଛି। ଗୋଟିଏ ସମୟରେ ଏମାନଙ୍କ ମଧ୍ୟରେ ଉଚ୍ଚାରଣ ପାର୍ଥକ୍ୟ ଥିଲା । ବର୍ତ୍ତମାନ ତିନୋଟି ସ ର ଉଚ୍ଚାରଣ ଗୋଟିଏ ସ ଏବଂ ଦୁଇଟି ଜ ର ଉଚ୍ଚାରଣ ଗୋଟିଏ ଜ ହୋଇଯାଇଛି। ଉଦା:- ଉଚ୍ଚାରଣରେ ସର, ବନାନରେ ସର ‘ଦୁଧସର’ ଓ ଶର ‘କାଣ୍ଡଶର’। ଧ୍ୱନି ପରିବର୍ତ୍ତନ ହେତୁ ବନାନ ବିଷୟରେ ଯେପରି ଆଲୋଚନା ହେବା କଥା ହୋଇନାହିଁ। ବଙ୍ଗଳାରେ ବନାନ ଅଭିଧାନ ତିଆରି ହୋଇଛି। ଓଡ଼ିଆରେ ଏହା ବ୍ୟକ୍ତିଗତ କ୍ଷେତ୍ରରେ ପରନିନ୍ଦାରେ ସୀମିତ।
ଆଉ ଗୋଟିଏ କଥା ଏଠି କହିଦେବା ଦରକାର। ଲେସି ସାହେବ ତାଙ୍କ ବ୍ୟାକରଣରେ ଋ ହ୍ରସ୍ୱଉକାର ସହିତ ସମାନ ଉଚ୍ଚାରଣ ହେଉଥିବାରୁ ଏହାକୁ ସ୍ୱରବର୍ଣ୍ଣ ମଧ୍ୟରେ ରଖିବା ଅନୁଚିତ ବୋଲି କହିଛନ୍ତି।
ବର୍ଣ୍ଣର ସଂଖ୍ୟା
ବର୍ତ୍ତମାନ ବର୍ଣ୍ଣସଂଖ୍ୟା । ଓଡ଼ିଆ ବୈୟାକରଣମାନେ ସ୍ୱରବର୍ଣ୍ଣ ସଂଖ୍ୟାକୁ ୬,୮,୧୧,୧୩ ଭାବେ ବିଚାର କରିଛନ୍ତି। କେହି କେହି ସ୍ୱର ସଂଖ୍ୟା ୧୬ ବୋଲି ମଧ୍ୟ କହନ୍ତି। “ପୌରାଣିକ ମତରେ ସ୍ୱରବର୍ଣ୍ଣ ସଂଖ୍ୟା ୧୬ (ଷୋଡଶା) ଓ ବ୍ୟଞ୍ଜନବର୍ଣ୍ଣ ସଂଖ୍ୟା ୩୪ (ଚଉତିଶା) । ଏହିପରି ବର୍ଣ୍ଣସଂଖ୍ୟା ୫୦ ଥିଲା। ସମୟକ୍ରମେ ପରିବର୍ତ୍ତନଶୀଳ ଭାଷା ପାଇଁ ଉଚ୍ଚାରଣ ଦୃଷ୍ଟିରୁ ଧ୍ୱନି ସଂଖ୍ୟାରେ ପରିବର୍ତ୍ତନ ଆସିଛି। ସ୍ୱରବର୍ଣ୍ଣ ଅଂ ଅଃ କୁ ବାଦ୍ କରି ସଂଖ୍ୟା ୧୪ ଓ ଏବେ ମାତ୍ର ୧୧ଟି ସ୍ୱର ଧ୍ୱନି ଓଡ଼ିଆଭାଷାରେ ବ୍ୟବହୃତ ହେଉଛି । ଓଡ଼ିଆ ଭାଷାର ଶବ୍ଦ ପାଇଁ ‘ଂ,ଃ’ ସହ ‘ ଁ’ ଯୋଗହୋଇ ବ୍ୟଞ୍ଜନ ବର୍ଣ୍ଣ ପରେ ରହିଛି ହେଲେ ଏହି ତିନୋଟି ଚଉତିଶାର ଅନ୍ତର୍ଭୁକ୍ତ ନୁହେଁ। ଫଳରେ ପ୍ରଚଳିତ ଓଡ଼ିଆ ଭାଷାରେ ସ୍ୱରବର୍ଣ୍ଣ ଓ ବ୍ୟଞ୍ଜନବର୍ଣ୍ଣ ସହ ଆଯୋଗବାହ ବର୍ଣ୍ଣ ରହିବା ଦ୍ୱାରା ସଂଖ୍ୟା ୫୦ରୁ ୫୩ ହୋଇଛି।”
ନିର୍ମଳକାନ୍ତ ମହାନ୍ତିଙ୍କର, ‘ଓଡ଼ିଆବର୍ଣ୍ଣ’ ବିଷୟରେ ଏଇଠି ଦୁଇଟି କଥା କୁହାଯିବା ଉଚିତ।
୧. ଅ+ଅ=ଆ ନୁହେଁ । ଆ ଗୋଟିଏ ସ୍ୱତନ୍ତ୍ର ସ୍ୱରଧ୍ୱନି, ସ୍ୱର ସନ୍ଧିରେ ଅ+ଅ=ଆ ହୋଇଥାଏ।
(ବକ+ଅସୁର=ବକାସୁର)
୨. ସ୍ୱରବର୍ଣ୍ଣ ୧୬ରୁ ୬ ଏବଂ ବ୍ୟଞ୍ଜନବର୍ଣ୍ଣ ୫୦ରୁ ୩୪ ହେବାକୁ ବର୍ଣ୍ଣବିଭ୍ରାଟ, ବର୍ଣ୍ଣବିଚ୍ଛେଦ କିମ୍ବା ବର୍ଣ୍ଣବିପର୍ଯ୍ୟୟ କହିବାର କୌଣସି ଯଥାର୍ଥତା ନାହିଁ । ଏହା ଭାଷା ପରିବର୍ତ୍ତନର ସାଧାରଣ ନିୟମର ଅସ୍ୱୀକୃତି।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ସେପ୍ଟେମ୍ବର, ୨୦୨୫ ସଂଖ୍ୟାରେ ପ୍ରକାଶିତ। )
Great column!! Wanted to answer in Odia, but my typing is abysmal, so will stick to English.
Debiprasanna Sir’s criticism is very understandable. I was, and am – still a bit of purist when I read and speak Odia.
We also have to recognize that Odia, like many Indian languages, has long played second fiddle to English – for practical reasons.
It is important to preserve the beauty and nuances of the language as Sir has so beautifully explained, and it’s also equally important to let the languages adapt in ways that make it attractive and accessible for the new generation.
For many young people today, local languages serve more as a link to heritage and culture than as a basic necessity for livelihood or daily communication, so we may have to play the balancing game for our language and the next generation .. my humble thoughts.
ଅନୁସ୍ଵାର ଆଶ୍ରୟୀ ଯୁକ୍ତାକ୍ଷର ସରଳ ଓ ଯଥାର୍ଥ। କିନ୍ତୁ ପୁରୁଣା ଅଭ୍ୟାସ ସହଜରେ ଯାଏ ନାହିଁ। ଓଡ଼ିଆରେ ଟାଇପ୍ କଲାବେଳେ ମନକୁ ମନ ପୂର୍ବ-ବ୍ୟବହୃତ ବନାନ ଆସିଯାଏ।ଗୂଗଲ୍ ଜି ବୋର୍ଡ଼ରେ ଅନୁସ୍ଵାର ସହଜରେ ଆସୁନାହିଁ।
ଦେବୀ ପ୍ରସନ୍ନ ପଟ୍ଟନାୟକ ସାର୍ ଙ୍କୁ ବାରମ୍ବାର ନମସ୍କାର କରୁଛି ।
କେବେ ସମୟ କରି, ମୋ ମୁଣ୍ଡକୁ ଆସିଥିବା ତଳଲିଖିତ ପ୍ରଶ୍ନ କେତୋଟିର ଉତ୍ତର ଦେବାପାଇଁ ଅନୁରୋଧ କରୁଛି ।
ଆପଣଂକ ଠାରୁ ଉତ୍ତର ପାଇବି ନାହିଁ ତ, ଆଉ କାହାକୁ ପଚାରିବି ?
ଅବା ଆଉ କାହାଠାରୁ ପାଇବି ??
୧ । ଜଗନ୍ନାଥ ଦାସ ତାଙ୍କ ଭାଗବତର ଏକାଦଶ ସ୍କନ୍ଧର ଦ୍ବାବିଂଶ ଅଧ୍ୟାୟ ରେ ଲେଖିଛନ୍ତି, ବୋଲି ଆମେ ଜାଣିଛେ ::
” ଆକାଶ ଶବ୍ଦରୂପ ଧରି
ସମାନ ରୂପେ ଅଛି ପୂରି ।
ବ୍ଯାପେ ପଂଚାଶ ବର୍ଣ୍ଣ ଭେଦେ
ନାନା ପ୍ରକାର ସ୍ବରନାଦେ ।।
ଏଥିରୁ ଜଣାଯାଏ, ଜଗନ୍ନାଥ ଦାସ ଙ୍କ ସମୟକୁ ଓଡ଼ିଆରେ ପଚାଶ ଟି ବର୍ଣ୍ଣ ଥିଲା ।
ତେଣୁ ପ୍ରଶ୍ନ ଉଠେ, ସେ ନିଜେ ପୁଣି କେଉଁଠି ଏସବୁ ବର୍ଣ୍ଣ କୁ ପଢ଼ିଥିଲେ ଅବା ଦେଖିଥିଲେ ? ସେଇ ବର୍ଣ୍ଣ ସବୁ ଥିବା ପୋଥି କିଏ ଓ କେବେ ରଚନା କରିଥିଲେ, ଯାହାକୁ ଦାସେ ପଢ଼ିଥିଲେ ? ଜଗନ୍ନାଥ ଦାସ ପଢ଼ିଥିବା “ବର୍ଣ୍ଣବୋଧ” ର ନାଁ କ’ଣ ?
୨ । ଌ ଏବଂ ୡ ଆଦି ବର୍ଣ୍ଣ ର ବ୍ଯବହାର କିଏ କିଏ ଓ କିପରି କରିଛନ୍ତି ?? ଦୟାକରି, ଉଦାହରଣ ଦେବେ ।
ଯଦି ଌ ଏବଂ ୡ କୁ ନେଇ ଆମ ଭାଷାରେ, ଗୋଟିଏ ବି ଶବ୍ଦ ନାହିଁ, ତା’ହେଲେ ସେ ବର୍ଣ୍ଣ ସବୁକୁ ତିଆରି କରିବାର ଆବଶ୍ୟକତା ଥିଲା ପୁଣି କାହିଁକି ??
୩ । ଯେହେତୁ ତେଲୁଗୁ ରାଜାମାନେ ବେଶ୍ କିଛିବର୍ଷ ବର୍ତ୍ତମାନର ଓଡ଼ିଶା ଭୂଖଣ୍ଡ ଉପରେ ରାଜତ୍ବ କରିଥିଲେ, ତେଲୁଗୁ ଭାଷାରେ ଶବ୍ଦର ବହୁବଚନ ପାଇଁ “ଲୁ” ଅକ୍ଷରର ବ୍ଯାପକ ବ୍ଯବହାର [ ବହୁବଚନ ରେ ” ବିଗ୍ରହାଲୁ” ,
” ବନ୍ କାୟାଲୁ ” ] ଏମିତିକି, ” ରାମୁଲୁ” ଆଦି ଶବ୍ଦ ଆଦିର ଅକ୍ଷର ରୂପ ର କିଛି ପ୍ରଭାବ କ’ଣ ଏଇ ଌ ଏବଂ ୡ ଉପରେ ପଡ଼ିଥିଲା କି ? ସେମାନଂକ “ଲୁ “ଏବଂ ଆମ “ଲୁ” ଯଦିଓ ଏକାପରି ଦିଶନ୍ତି ନାହିଁ । ତା’ଛଡ଼ା, ସେମାନଂକର ସେଇ ଅକ୍ଷର ବାମରୁ ଡାହାଣକୁ ଏବଂ ଆମର ଉପରୁ ତଳକୁ ।
ପୁଣି ଆମ ପାଖରେ ଦୁଇଦୁଇଟା “ଲୁ ” !
ଗୋଟେ ହ୍ରସ୍ଵ, ଅନ୍ୟଟି ଦୀର୍ଘ । ବୋଧେ ସେଇଆ ?
ଅଥଚ ସେ ଦୁଇଟିକୁ ନେଇ ଶବ୍ଦ ଟିଏ ବି ନାହିଁ ?
ସାର୍, ଦୟାକରି ମୋର ଏଭଳି ” ବେତାଳିଆ” ପ୍ରଶ୍ନସବୁର ଉତ୍ତର ଦେବେ ।
ଆପଣଂକୁ ଆଉଥରେ ନମସ୍କାର କରୁଛି ।
Let me give a brief note on how dynamic are phonetics, pronounciation, spelling and alphabet taking examples of a few major languages
since the 18th century — focusing on why these got changed or adapted:
Hindi
Changes:
Borrowed Persian/Urdu sounds (ज़ /z/, फ़ /f/) added via nukta marks.
Standardized spelling in Devanagari with print and Hindi nationalism (19th–20th c.).
Why: Needed to represent foreign phonemes and unify diverse dialects in print, education, and administration.
Bengali
Changes:
Spoken phonetics merged consonants শ, ষ, স → all /sh/.
Vidyasagar’s spelling reforms (19th c.) standardized script for schools.
Why: To simplify writing for mass literacy, though traditional spellings (with silent letters) were retained for cultural continuity.
English
Changes:
Divergence of American vs. British pronunciation (post-18th c.).
Webster’s spelling reforms (19th c.) simplified: color vs. colour, center vs. centre.
Why: National identity (American English), simplification for learners, and influence of printing/education systems.
French
Changes:
Loss of final consonant sounds, stronger nasalization.
Official spelling reforms by Académie Française (e.g., oignon → ognon).
Why: Spoken French kept evolving, but spelling reforms aimed at aligning writing with pronunciation while preserving heritage.
Italian
Changes:
Standardization on Tuscan dialect (19th c. unification of Italy).
Alphabet expanded from 21 to 26 letters in practice (J, K, W, X, Y for foreign words).
Why: National unification required a standard; global influence (science, technology, foreign names) required extra letters.
SUMMARY
Drivers of change:
Colonial/foreign influence (Hindi, Bengali, Italian loanwords).
National identity & unification (English, Italian).
Spelling reforms for literacy/modernization (Bengali, French, English).
Globalization & technology (Italian alphabet expansion, English simplification).
(Collected by AI)
I feel bad to say that I am not good in Odia literature and language, though I hail from pure Odia literary place Ghumusar
Regards