ଆଜି ବୋଲାଏ ଯେ ଏକାଂତ ନିଜର, କାଲି ହୋଇପାରେ ପର।

ଦିନସାରା ଯିଏ ଶିଷ୍ଟ ଭଦ୍ରଲୋକ
ରାତିବେଳେ ହୁଏ ଶଠ
ରାତି ଯେ ବିତାଏ ବିଟପୀ ସହିତ
ଦିନ ହେଲେ ଫେରେ ମଠ
ଦିନସାରା ଯିଏ ଲଗାଏ ଚାରା
ରାତିରେ ଚୋରାଏ କାଠ
ରାତିସାରା ଦେଖେ ନିରର୍ଥକ ଟି.ଭି.
ସକାଳୁ ପଢ଼େ ସେ ପାଠ

ଆଜି ବୋଲାଏ ଯେ ଏକାଂତ ନିଜର
କାଲି ହୋଇପାରେ ପର
ଅବିଶ୍ବାସୀ ଲୋକ ଏବେ ସଂସାରେ
ହୋଇଛଂତି ଭରପୂର
ଆସ୍ଥା-ବିହୀନତା ଏବେ ଏ ବିଶ୍ବରେ
ହେଲାଣି ଉତ୍କଟ ରୋଗ
ତେବେ ବି ମଣିଷ ପ୍ରତି ଦିନ କରେ
ଜୀବନକୁ ଉପଭୋଗ
ବୈପରୀତ୍ୟର ସମାହାର ଏବେ
ହେଲାଣି ସମଗ୍ର ବିଶ୍ବ
ଚିଂତା କରି ବୁଝୁଁ ମଣିଷ ଏଠାରେ
ହୋଇଛି କି ନାହିଁ ନିଃସ୍ବ ?
ପ୍ରଣାମ ସାର୍।
ନିହାତି ସତ କହିଛନ୍ତି। ଵହୁତ ଭଲ ଲାଗିଲା।
Beautifully described